ETV Bharat / science-and-technology

ମସ୍କଙ୍କ ନୂଆ ଘୋଷଣା, ଟ୍ବିଟରରୁ ରୋଜଗାର କରିପାରିବେ ଟଙ୍କା

ନୂଆ ଫିଚର ଆଣୁଛି ଟ୍ବିଟର । ଏଣିକି ଟ୍ବିଟରରୁ ଟଙ୍କା ରୋଜଗାର କରିପାରିବେ ୟୁଜର୍ସ । ପ୍ରତି କଣ୍ଟେଣ୍ଟ ନେଇ ଫଲୋଅର୍ସଙ୍କ ଠାରୁ ଚାର୍ଜ କରିବେ ବୋଲି ଏଲନ ମସ୍କଙ୍କ ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : Feb 20, 2023, 10:51 PM IST

ଟ୍ବିଟରରୁ ରୋଜଗାର କରିପାରିବେ ଟଙ୍କା
Users can soon earn money from Twitter

ନୂଆଦିଲ୍ଲୀ: ଟ୍ବିଟର ଦିନକୁ ଦିନକୁ ବଡ଼ ଖବର ସାମ୍ନାକୁ ଆସୁଛି । ଆରବପତି ଏଲନମସ୍କ ଟ୍ବିଟରକୁ ନିଜ ଅଧୀନକୁ ନେବା ପରଠାରୁ ବ୍ୟାପକ ପରିବର୍ତ୍ତନ ଜାରି ରଖିଛନ୍ତି । ଏହି କ୍ରମରେ ଟ୍ବିଟରରୁ ଟଙ୍କା ରୋଜଗାର କରିବା ନେଇ ନୁଆ ଫିଚର ଆସୁଛି । ଏଣିକି ଟ୍ବିଟର ବ୍ୟବହାରକାରୀ ସେମାନଙ୍କ କଣ୍ଟେଣ୍ଟ ପାଇଁ ଚାର୍ଜ କରିପାରିବେ । ଏନେଇ ସୋମବାର ଟ୍ବିଟର ସିଇଓ ଏଲନ ମସ୍କ ଘୋଷଣା କରିଛନ୍ତି ।

ସୋମବାର ଏଲନମସ୍କ ସୂଚନା ଦେଇ କହିଛନ୍ତି ଯେ, ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ସପସ୍କିପସନ ସ୍ପିନ କରୁଛି । ଯାହାଦ୍ବାରା ଟ୍ବିଟର ବ୍ୟବହାରକାରୀ ନିର୍ଦ୍ଦିଷ୍ଟ କଣ୍ଟେଣ୍ଟ ପାଇଁ ସେମାନଙ୍କ ଫୋଲଅର୍ସଙ୍କ ଠାରୁ ଚାର୍ଜ କରିପାରିବେ । ପ୍ରତି କଣ୍ଟେଣ୍ଟ ପାଇଁ କ୍ରିୟେସନମାନେ ତାଙ୍କ ଫଲୋଅର୍ସଙ୍କ ଠାରୁ ଟଙ୍କା ରୋଜଗାର କରିପାରିବେ । କୌଣସି ବ୍ଲୁଟ ଟିକ ୟୁଜର୍ସଙ୍କୁ ସର୍ବାଧିକ 4000 ଶବ୍ଦ ପର୍ଯ୍ୟନ୍ତ କଣ୍ଟେଣ୍ଟ ପୋଷ୍ଟ କରିବା ପାଇଁ ଟ୍ବିଟର ଅନୁମତି ଦେଇଥାଏ । ତେଣୁ ଏଣିକି ଟ୍ବିଟରରେ ଯେକୌଣସି କଣ୍ଟେଣ୍ଟ ପୋଷ୍ଟ କରିହେବ । ଏଥିପାଇଁ ସବସ୍କ୍ରିପସନର ବ୍ୟବସ୍ଥା ମଧ୍ୟ ରହିଛି । ତେଣୁ କୌଣସି ବିଷୟବସ୍ତୁ ଉପରେ ୟୁଜର୍ସ ଚାର୍ଜ କରିପାରିବେ ବୋଲି ଏଲନମସ୍କ ସୂଚନା ଦେଇଛନ୍ତି । ଫଲୋଅର୍ସ ମଧ୍ୟ ଗୋଟିଏ କ୍ଲିକରେ ସହଜରେ ପେମେଣ୍ଟ କରିପାରିବେ ।

ଅନେକ ଟ୍ବିଟର ୟୁଜର୍ସ ଏଲନ ମସ୍କଙ୍କ ଏହି ପୋଷ୍ଟରେ ନିଜ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଜଣେ ୟୁଜର ପଚାରିଛନ୍ତି, "ଗୋଟିଏ ଟ୍ବିଟ ପଢ଼ିବା ପାଇଁ ଚାର୍ଜ କରୁଛନ୍ତି କି?" ଅନ୍ୟ ଜଣେ ୟୁଜର କହିଛନ୍ତି, 'ଉତ୍ତମ ପଦକ୍ଷେପ । ବର୍ତ୍ତମାନ ଜଣେ ଲେଖକ ଟ୍ବିଟ ମାଧ୍ୟମରେ ପ୍ରକାଶ କରିପାରିବେ । ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଆଣୁଥିବା ଏହି ନୁଆ ଫିଚର ସାହାଯ୍ୟରେ ୟୁଜର୍ସ ସହଜରେ ଟଙ୍କା ରୋଜଗାର କରିପାରିବେ । ଯାହା ଅତ୍ୟନ୍ତ ଲାଭଦାୟକ ହେବ ।"

ସୂଚନା ଥାଉକି, ଟ୍ବିଟରକୁ ନିଜ ଅଧିନକୁ ନେବାପରେ ଏଲନମସ୍କ ଏଥିରେ ବ୍ୟାପକ ପରିବର୍ତ୍ତନ ଆଣୁଛନ୍ତି । ଟ୍ବିଟର ପ୍ଲାଟଫର୍ମରେ ବ୍ଲୁ ଟିକ ପାଇଁ ଦେୟଯୁକ୍ତ ନିୟମ ଆଣିଥିଲେ । ବିଶ୍ବର ଅଧିକାଂଶ ଦେଶରେ ଏହି ନିୟମ ଲାଗୁ ହୋଇସାରିଥିବାବେଳେ ନିକଟରେ ଭାରତରେ ମଧ୍ୟ ଏହି ନିୟମ ଲାଗୁ ହୋଇଛି । ବର୍ତ୍ତମାନ ଭାରଚରେ ଟ୍ବିଟର ବ୍ଲୁ ଟିକ ପାଇଁ ୱେବ ବ୍ୟବହାରକାରୀଙ୍କୁ ମାସକୁ 650 ଟଙ୍କା ଦେବାକୁ ପଡୁଥିବାବେଳେ ଆଣ୍ଡ୍ରୋଏଡ ଏବଂ ଆଇଓଏସ ବ୍ୟବହାରକାରୀ 900 ଟଙ୍କା ଦେଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.