ETV Bharat / science-and-technology

Twitter suffers major outage: ଟ୍ବିଟର ଅଚଳ, ଅସୁବିଧା ଭୋଗିଲେ ୟୁଜର୍ସ - ଅଚଳ ହେଲା ଟ୍ବିଟର

ଅଚଳ ହେଲା ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ବିଟର । ଲଗ ଇନ ସମୟରେ ଏରର ସମସ୍ୟା ହେଉଥିବା ଅଭିଯୋଗ କରିଛନ୍ତି ୟୁଜର୍ସ । ଅଧିକ ପଢନ୍ତୁ

Twitter
Twitter
author img

By

Published : Dec 29, 2022, 7:44 AM IST

Updated : Dec 29, 2022, 7:59 AM IST

ନୂଆଦିଲ୍ଲୀ: କିଛି ଦିନ ପରେ ପୁଣି ଅଚଳ ହେଲା ଟ୍ବିଟର(Twitter Suffers Major Outage) । ମେଟା ଦ୍ବାରା ପରିଚାଳିତ ଟ୍ବିଟର ଆକାଉଣ୍ଟ କିଛି ସ୍ଥାନରେ ଅଟଳ ହୋଇଯାଇଛି । ଆଜି ସକାଳୁ ଟ୍ବିଟର ଆକାଉଣ୍ଟ ଲଗଇନ ହେଉନଥିବା ନେଇ ଅଭିଯୋଗ କରିଛନ୍ତି କିଛି ୟୁଜର୍ସ(Twitter Suffers Major Outage, Several Users Face Trouble Signing In )।

  • User reports indicate Twitter is having problems since 7:13 PM EST. https://t.co/qqqwagygy9 RT if you're also having problems None

    — Downdetector (@downdetector) December 29, 2022 " class="align-text-top noRightClick twitterSection" data=" ">

ସୂଚନାଅନୁସାରେ, ଆଜି(ଗୁରୁବାର) ଭୋରରୁ ଏପର୍ଯ୍ୟନ୍ତ ଏହି ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ ୟୁଜର୍ସ ଲଗଇନ କରୁଥିବା ବେଳେ ଏରର ଦେଖାଉଥିବା ନେଇ ୟୁଜର୍ସ ଅଭିଯୋଗ କରିଛନ୍ତି । ସୂଚନାଅନୁସାରେ, ୮ହଜାର ୭ଶହରୁ ଅଧିକ ୟୁଜର୍ସ ଏହି ଅସୁବିଧାର ସମ୍ମୁଖୀନ ହୋଇଥିବା କଥା କୁହାଯାଇଛି । ୭.୩୦ ସୁଦ୍ଧା ୟୁଜର୍ସମାନେ ନିଜ ଟ୍ବିଟର ଲଗ ଇନ କରିପାରୁନଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଡାଉନ୍ ଡିଟେକ୍ଟର ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: Twitter down ? ଅନେକ ୟୁଜର୍ସ ଆଣିଲେ ଲଗଇନ୍‌ରେ ଅସୁବିଧା ଅଭିଯୋଗ

କହି ରଖୁଛୁ, ଅକ୍ଟୋବର 28ରେ ଏଲନ ମସ୍କ 44 ବିଲିୟନ ଡଲାର ଡିଲ୍‌ରେ ଟ୍ବିଟରକୁ ନିଜ ଅଧୀନକୁ ନେଇଛନ୍ତି । ଏହାପରେ ଏହି ମାଇକ୍ରୋବ୍ଲଗିଂ ଆପ୍‌ରେ ବ୍ୟାପକ ପରିବର୍ତ୍ତନ ଜାରି ରଖିଛନ୍ତି । ପ୍ରଥମେ CEO ପରାଗ ଅଗ୍ରୱାଲଙ୍କ ସମେତ ବିଭିନ୍ନ ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ଚାକିରିରୁ ହଟାଇବା ପରେ କମ୍ପାନୀର ଅଧା ଭାଗ କର୍ମଚାରୀଙ୍କୁ ମଧ୍ୟ ବିଦା କରିଛି । ତେବେ ଏହା ପୂର୍ବରୁ ଗତ ନଭେମ୍ବର ୪ ତାରିଖ ଦିନ ଟ୍ବିଟର ଡାଉନ ନେଇ ଅଭିଯୋଗ କରିଥିଲେ ୟୁଜର୍ସ । ତେବେ କିଛି ସମୟ ପରେ ଟ୍ବିଟର ପୁନଋ କାର୍ଯ୍ୟକ୍ଷମ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ଜଣେ ବୋକାକୁ ଦାୟିତ୍ବ ଦେଇ ଛାଡିଦେବି ଟ୍ବିଟର CEO ପଦ: ଏଲନ ମସ୍କ

ତେବେ ବର୍ତ୍ତମାନ ଟ୍ବିଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(Chief Executive Officer) ପଦରୁ ଖୁବ୍‌ଶୀଘ୍ର ଇସ୍ତଫା ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି ମସ୍କ । ଜଣେ ବୋକାଙ୍କୁ ଏହି ଦାୟିତ୍ବ ଦେବା ପୂର୍ବରୁ ମୁଁ ଟ୍ବିଟର CEO ପଦରୁ ଇସ୍ତଫା ଦେଇ ସାରିଥିବି ବୋଲି ମସ୍କ କହିଛନ୍ତି ।

ସୂଚନା ଅନୁସାରେ, କିଛିଦିନ ତଳେ ମସ୍କ ସୋସିଆଲ ମିଡିଆରେ ଏକ ସର୍ଭେ କରିଥିଲେ । ଯେଉଁଥିରେ ସେ ସର୍ବସାଧାରଣଙ୍କୁ ପ୍ରଶ୍ନ କରିଥିଲେ କି, "ମୁଁ ଟ୍ବିଟର CEO ପଦରୁ ଇସ୍ତଫା ଦେବା ଉଚିତ୍ କି ନୁହଁ ?" ଏହି ସର୍ଭେ ପରେ ମସ୍କ ଏପରି ଏକ ନିଷ୍ପତ୍ତି ନେଇଛନ୍ତି । ସେ ଟ୍ବିଟ କରି କହିଛନ୍ତି ଯେ, "ଜଣେ ବୋକା ଲୋକଙ୍କୁ ଖୋଜି ଦାୟିତ୍ବ ଦେବା ପରେ ମୁଁ ସିଇଓ ପଦରୁ ଇସ୍ତଫା ଦେବି ! ଏହା ପରେ, ମୁଁ କେବଳ ସଫ୍ଟୱେର୍ ଏବଂ ସର୍ଭର ଟିମ୍ କାମ ତଦାରଖ କରିବି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 29, 2022, 7:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.