ହାଇଦ୍ରାବାଦ: ଆସିଲା ଟ୍ବିଟରର ନୂଆ ଫିଚର । ଏଣିକି ଇନଷ୍ଟାଗ୍ରାମ ଭଳି ଫିଚର ହ୍ବାଟ୍ସଆପରେ ମଧ୍ୟ ମିଳିବ । ଏନେଇ ଟ୍ବିଟର ଯୋଗେ ସୂଚନା ଦେଇଛନ୍ତି ଆରବପତି ଏଲନ ମସ୍କ । ସେ ଟ୍ୱିଟ କରି କହିଛନ୍ତି ଯେ, ବର୍ତ୍ତମାନ ଉପଭୋକ୍ତାମାନେ ସ୍ୱାଇପ କରି କ୍ରମାଗତ ଭାବରେ ଭିଡିଓ ଦେଖିପାରିବେ ।" ଏହାର ଅର୍ଥ ଇନଷ୍ଟାଗ୍ରାମରେ ଯେଉଁଭଳି ଭାବେ ରିଲ ଦେଖିହୁଏ, ସେହିଭଳି ଟ୍ବିଟରରେ ସ୍ବାଇପ କରି ଘଣ୍ଟା ଘଣ୍ଟା ଧରି ଭିଡିଓ ଦେଖିହେବ । କିଛି ୟୁଜର୍ସ ଏହା କାମ କରୁଥିବା ନେଇ କହିଥିବା ବେଳେ ବର୍ତ୍ତମାନ ଏହି ଫିଚର ସମସ୍ତଙ୍କ ପାଇଁ ଉପଲବ୍ଧ ଥିବା କୁହାଯାଇଛି ।
-
Just swipe up to see the next video
— Elon Musk (@elonmusk) June 25, 2023 " class="align-text-top noRightClick twitterSection" data="
">Just swipe up to see the next video
— Elon Musk (@elonmusk) June 25, 2023Just swipe up to see the next video
— Elon Musk (@elonmusk) June 25, 2023
ନିକଟରେ ଏଲନ୍ ମସ୍କ ଟ୍ୱିଟର ବ୍ୟବହାରକାରୀଙ୍କୁ ଇନଷ୍ଟାଗ୍ରାମ ଭଳି ଟ୍ବିଟରରେ ହାଇଲାଇଟ୍ ଟ୍ୱିଟ୍ ନାମକ ଏକ ଫିଚର ଦେଇଛନ୍ତି । ବର୍ତ୍ତମାନ ଉପଭୋକ୍ତାମାନେ ସେମାନଙ୍କର ପ୍ରିୟ ଟ୍ୱିଟ୍ ପ୍ରୋଫାଇଲର ଶୀର୍ଷରେ ହାଇଲାଇଟ୍ କରିପାରିବେ । ଏଥିପାଇଁ ସେମାନଙ୍କୁ ନିଜ ପ୍ରୋଫାଇଲକୁ ଯିବାକୁ ପଡିବ ଏବଂ ଶୀର୍ଷରେ ରଖିବାକୁ ଚାହୁଁଥିବା ଟ୍ୱିଟକୁ ବାଛିବାକୁ ପଡିବ । ସମସ୍ତ ହାଇଲାଇଟ୍ ହୋଇଥିବା ଟ୍ୱିଟ୍ 'ହାଇଲାଇଟ୍ ଟ୍ୱିଟ୍' ଅପ୍ସନ୍ ଭିତରେ ଦୃଶ୍ୟମାନ ହେବ । ଇନଷ୍ଟାଗ୍ରାମରେ ମଧ୍ୟ ସମାନ ଫିଚର ଉପଲବ୍ଧ ରହିଛି, ଯେଉଁଠାରେ ଉପଭୋକ୍ତାମାନେ ସେମାନଙ୍କର ପ୍ରିୟ ଫଟୋ କିମ୍ବା ଭିଡିଓକୁ ପ୍ରୋଫାଇଲର ଶୀର୍ଷରେ ହାଇଲାଇଟ୍ କରିପାରିବେ ।
ଏହା ମଧ୍ୟ ପଢନ୍ତୁ: ମସ୍କଙ୍କ ଘୋଷଣା, ସ୍ମାର୍ଟ ଟିଭି ପାଇଁ ଆସୁଛି ଟ୍ୱିଟର ଭିଡିଓ ଆପ
ସ୍ମାର୍ଟ ଟିଭି ପାଇଁ ଆସୁଛି ଟ୍ୱିଟର ଭିଡିଓ ଆପ: ଗତ 18 ତାରିଖରେ ସ୍ମାର୍ଟ ଟିଭି ପାଇଁ ଟ୍ବିଟର ଭିଡିଓ ଆପ ଲଞ୍ଚ ହେବା ନେଇ ଘୋଷଣା କରିଥିଲେ ମସ୍କ । ଜଣେ ଟ୍ବିଟର ବ୍ୟବହାରକାରୀ ଭିଡିଓ ଆପ ଆବଶ୍ୟକ ବୋଲି ଟ୍ବିଟ କରିଥିବା ବେଳେ ଏହାର ଏପରି ଜବାବ ଦେଇଥିଲେ ମସ୍କ । ଏହା ଉପରେ ଏଲନ୍ ମସ୍କ ଉତ୍ତର ଦେଇଥିଲେ ଯେ ଏହା ଶୀଘ୍ର ଆସୁଛି । ବର୍ତ୍ତମାନ ଉପଭୋକ୍ତାମାନେ ଶୀଘ୍ର ସ୍ମାର୍ଟ ଟିଭିରେ ଏକ ଭିଡିଓ ଆପ୍ ପାଇବେ, ଯେଉଁଥିରେ ସେମାନେ 2 ଘଣ୍ଟା ପର୍ଯ୍ୟନ୍ତ ଆରାମରେ ଭିଡିଓ ଦେଖିପାରିବେ ।
ଟ୍ବିଟରରେ ମସ୍କଙ୍କର ଅଧିକ ଫୋଲର୍ସ: 2022 ଅକ୍ଟୋବରରେ 44 ବିଲିୟନ ଡଲାର ବ୍ୟୟରେ ଟ୍ବିଟରକୁ ନିଜ ଅଧୀନକୁ ନେଇଥିଲେ ମସ୍କ । ଏହା ପର ଠାରୁ ସେ ପ୍ଲାଟଫର୍ମରେ ବ୍ୟାପକ ପରିବର୍ତ୍ତନ ଜାରି ରଖିଛନ୍ତି । ଟ୍ୱିଟରର ମାଲିକ ବ୍ୟତୀତ ଏଲନ୍ ମସ୍କ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯାହାକୁ ସବୁଠାରୁ ଅଧିକ ଲୋକ ଫଲୋ କରନ୍ତି । ଏହାର ଅର୍ଥ ଟ୍ବିଟରରେ ମସ୍କଙ୍କର ସବୁଠାରୁ ଅଧିକ ଫଲୋର୍ସ ରହିଛନ୍ତି । ତାଙ୍କୁ 142 ମିଲିୟନ ଲୋକ ଫଲୋ କରୁଥିବାବେଳେ ସେ ନିଜେ କେବଳ 339 ଜଣଙ୍କୁ ଫଲୋ କରୁଛନ୍ତି । ଏଲୋନ୍ ମସ୍କଙ୍କ ପରେ ବାରାକ ଓବାମାଙ୍କୁ ଟ୍ୱିଟରରେ ଅଧିକାଂଶ ଲୋକ ଅନୁସରଣ କରୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ