ETV Bharat / science-and-technology

Twitter New Feature: ଏଣିକି 10,000 ଅକ୍ଷରରେ କରିପାରିବେ ଟ୍ବିଟ୍ - ଟ୍ବିଟର

ପୁଣି ଟ୍ବିଟରରେ ନୂଆ ନିୟମ ଆଣୁଛନ୍ତି ଏଲନ ମସ୍କ । ଆଗକୁ ସମସ୍ତ ଦେୟଯୁକ୍ତ ବ୍ଲୁ ଟିକ୍ ବ୍ୟବହାରକାରୀଙ୍କୁ 10 ହଜାର ଅକ୍ଷର ପର୍ଯ୍ୟନ୍ତ ଟ୍ବିଟ୍ କରିବାର ସୁବିଧା ମିଳିବ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 15, 2023, 11:23 AM IST

ନୂଆଦିଲ୍ଲୀ: ଆସନ୍ତା 20ରୁ ସମସ୍ତ ପୁରୁଣା ବ୍ଲୁ ଟିକ୍ ମାର୍କ ହଟାଇ ନୂଆ ନିୟମ ଲାଗୁ କରିବ ବିଶ୍ବର ଲୋକପ୍ରିୟ ମାଇକ୍ରୋବ୍ଲଗିଂ ଆପ୍ ଟ୍ୱିଟର । ଏହା ପୂର୍ବରୁ ପ୍ଲାଟଫର୍ମରେ ଆଉ ଏକ ନୂଆ ସୁବିଧା ଆସୁଥିବା ନେଇ ଘୋଷଣା କରିଛନ୍ତି ସିଇଓ ଏଲନ ମସ୍କ । ଆଗକୁ ସମସ୍ତ ଦେୟଯୁକ୍ତ ବ୍ଲୁ ଟିକ୍ ବ୍ୟବହାରକାରୀଙ୍କୁ 10 ହଜାର ଅକ୍ଷର ପର୍ଯ୍ୟନ୍ତ ଟ୍ବିଟ୍ କରିବାର ସୁବିଧା ମିଳିବ । କମ୍ପାନୀ କହିଛି ଯେ, ଟ୍ୱିଟର ବୋଲ୍ଡ ଏବଂ ଇଟାଲିକ୍ ଟେକ୍ସଟ୍ ଫର୍ମାଟିଂ ସହିତ 10,000 ଅକ୍ଷରର ଟ୍ୱିଟ୍‌କୁ ସମର୍ଥନ କରିବ ।

  • For the next 12 months, Twitter will keep none of the money.

    You will receive whatever money we receive, so that’s 70% for subscriptions on iOS & Android (they charge 30%) and ~92% on web (could be better, depending on payment processor).

    After first year, iOS & Android fees…

    — Elon Musk (@elonmusk) April 13, 2023 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ, ଫେବୃଆରୀରେ, ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ବ୍ଲୁ ଗ୍ରାହକମାନଙ୍କ ପାଇଁ 4,000 ଅକ୍ଷର ବିଶିଷ୍ଟ ଟ୍ୱିଟ୍ କରିବାର ସୁବିଧା ଦେଇଥିଲା ​​। ବର୍ତ୍ତମାନ ପୁଣି ଏହି ସଂଖ୍ୟାକୁ 10 ହଜାରକୁ ବୃଦ୍ଧି କରିଛି । ଏହି ଫିଚର୍ସ ଆସିବା ପରେ ଲମ୍ବା ଟ୍ବିଟ୍ ପାଇଁ ଆଗ୍ରହୀ ଥିବା ବ୍ୟକ୍ତିଙ୍କ ପାଇଁ ସୁବିଧା ହୋଇପାରେ । ହେଲେ ସବୁଠୁ ବଡ କଥା ହେଉଛି କି, ଏଥିପାଇଁ ମସ୍କଙ୍କ ନିୟମ ଅନୁସାରେ ପ୍ରଥମେ ଟ୍ବିଟରକୁ ଟଙ୍କା ଦେଇ ବ୍ଲୁ ଟିକ୍ ବ୍ୟବହାରକାରୀର ମାନ୍ୟତା ପାଇବାକୁ ପଡିବ । କାରଣ ଏହି ସୁବିଧା କେବଳ ବ୍ଲୁ ସବ୍‌ସ୍କ୍ରାଇବରଙ୍କ ପାଇଁ ଉପଲବ୍ଧ କରାଇଛନ୍ତି ମସ୍କ ।

ଏହା ମଧ୍ୟ ପଢନ୍ତୁ:- ଟ୍ବିଟର କିଣି ପସ୍ତଉଛନ୍ତି ଏଲନ ମସ୍କ ! କହିଲେ ଖୁବ୍ ଯନ୍ତ୍ରଣାଦାୟକ

ମସ୍କଙ୍କ ଦ୍ବାରା ପରିଚାଳିତ ଟ୍ବିଟର କହିଛି ଯେ, ଏହି ନୂତନ ଫିଚର୍ସ ବ୍ୟବହାର କରିବାକୁ, ଟ୍ୱିଟର ବ୍ଲୁ ପାଇଁ ସାଇନ୍ ଅପ୍ କରିବାକୁ ପଡିବ । ଏଥିସହ ଟ୍ୱିଟରରେ ସିଧାସଳଖ ଆୟ କରିବା ପାଇଁ ଆକାଉଣ୍ଟର ସଦସ୍ୟତାକୁ ସକ୍ଷମ କରିବା ପାଇଁ ଆବେଦନ କରିବାକୁ ପଡିବ । କହି ରଖୁଛୁ ଯେ, ନିକଟରେ ମସ୍କ ଟ୍ବିଟରରୁ ଆୟ କରିବାର ସୁବିଧା ଆସୁଥିବା ଘୋଷଣା କରିଛନ୍ତି । ମସ୍କ କହିଛନ୍ତି ଯେ, "ଆମେ କ୍ରିଏଟର୍ସଙ୍କ ସଦସ୍ୟତା ଗୁଡିକୁ ରିମୁଭ୍ କରି ଲମ୍ବା ଫର୍ମ ଟେକ୍ସଟ୍, ପିକ୍ସ କିମ୍ବା ଭିଡିଓ ପାଇଁ କାମ କରୁଛୁ ।"

ଗତ ବର୍ଷ ଅକ୍ଟୋବରରେ ଏଲନ ମସ୍କ 44 ବିଲିୟନ ଡଲାର ବ୍ୟୟରେ ଟ୍ବିଟରକୁ ନିଜ ଅଧିନକୁ ନେଇଥିଲେ । ଏହା ପରଠାରୁ ସେ ପ୍ଲାଟଫର୍ମରେ ବ୍ୟାପକ ପରିବର୍ତ୍ତନ ଜାରି ରଖିଛନ୍ତି । କମ୍ପାନୀରେ ଛଟେଇ ଠାରୁ ଆରମ୍ଭ କରି ପ୍ଲାଟଫର୍ମରେ ନୂଆ ନୂଆ ନିୟମ ଆଣୁଛନ୍ତି । ବିଶେଷ କରି ଫେକ୍ ଆଇଡି ଓପନ୍ କରୁଥିବା ବ୍ୟକ୍ତିଙ୍କୁ ସାବାଡ୍ କରିବାକୁ ଲକ୍ଷ୍ୟ ରଖିଛନ୍ତି ମସ୍କ । ଏଥିପାଇଁ ସେ ପେଡ୍ ସବ୍‌ସ୍କ୍ରାଇବ୍ ଆକାଉଣ୍ଟ ସୁବିଧା ଆଣୁଥିବା ପୂର୍ବରୁ ଘୋଷଣା କରିଥିଲେ । ତେବେ ଏସବୁ ମଧ୍ୟରେ ମସ୍କ ଆଗକୁ ପ୍ଲାଟଫର୍ମରେ ଆଉ କି କି ନୂଆ ପରିବର୍ତ୍ତନ ଆଣୁଛନ୍ତି ତା' ଉପରେ ସମସ୍ତଙ୍କ ନଜର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.