ETV Bharat / science-and-technology

ପାଖାପାଖି 45 ହଜାର ଭାରତୀୟଙ୍କ ଟ୍ବିଟର ଆକାଉଣ୍ଟ ରଦ୍ଦ

ଶିଶୁ ଯୌନ ଶୋଷଣ ଏବଂ ବିନା ସହମତିରେ ନଗ୍ନତାକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗରେ ଭାରତରେ 44,611 ଟ୍ବିଟର ଆକାଉଣ୍ଟ ରଦ୍ଦ(Twitter bans over 44K accounts for policy violations in India) । ଅଧିକ ପଢନ୍ତୁ

ପାଖାପାଖି 45 ହଜାର ଭାରତୀୟଙ୍କ ଟ୍ବିଟର ଆକାଉଣ୍ଟ ରଦ୍ଦ
ପାଖାପାଖି 45 ହଜାର ଭାରତୀୟଙ୍କ ଟ୍ବିଟର ଆକାଉଣ୍ଟ ରଦ୍ଦ
author img

By

Published : Dec 1, 2022, 3:41 PM IST

ନୂଆଦିଲ୍ଲୀ: ଭାରତରେ 44,611 ଟ୍ବିଟର ଆକାଉଣ୍ଟ ରଦ୍ଦ(Twitter bans over 44K accounts for policy violations in India) । ଶିଶୁ ଯୌନ ଶୋଷଣ ଏବଂ ବିନା ସହମତିରେ ନଗ୍ନତାକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗରେ ଏଲନ୍ ମସ୍କଙ୍କ ନେତୃତ୍ବାଧୀନ ଲୋକପ୍ରିୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ବିଟର ଏହିସବୁ ଆକାଉଣ୍ଟକୁ ରଦ୍ଦ କରିଛି । ମସ୍କ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ସେପ୍ଟେମ୍ବର 26 ରୁ ଅକ୍ଟୋବର 25 ମଧ୍ୟରେ ଏହିସବୁ ଆକାଉଣ୍ଟଗୁଡିକ ଟ୍ବିଟର ନିୟମ ଉଲ୍ଲଙ୍ଘନ କରିଥିବା କମ୍ପାନୀ ପକ୍ଷରୁ ଅଭିଯୋଗ ହୋଇଛି ।

ସେହିପରି ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ 4,014 ଟ୍ବିଟର ଆକାଉଣ୍ଟକୁ ନିଷିଦ୍ଧ କରାଯାଇଛି । ଖବର ଅନୁସାରେ, ଅଗଷ୍ଟ 26 ରୁ ସେପ୍ଟେମ୍ବର 25 ମଧ୍ୟରେ, କମ୍ପାନୀ ଭାରତରେ 52,141 ନିୟମ ଉଲ୍ଲଙ୍ଘନକାରୀ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା(Twitter policy violations in India) ।

ନୂତନ IT(Information Technology) ନିୟମ, 2021 କୁ ପାଳନ କରି ଟ୍ୱିଟର ଏହାର ମାସିକ ରିପୋର୍ଟରେ କହିଛି ଯେ, ଭାରତର ବ୍ୟବହାରକାରୀଙ୍କ ଠାରୁ 582 ଟି ଅଭିଯୋଗ ସମାନ ସମୟସୀମା ମଧ୍ୟରେ ଏହାର ସମାଧାନ ବ୍ୟବସ୍ଥା ମାଧ୍ୟମରେ ହୋଇଛି ଏବଂ ସେହି URLS ମଧ୍ୟରୁ 20 ଟି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୂର୍ବ ଅବଧି(ଅଗଷ୍ଟ 26 ଏବଂ ସେପ୍ଟେମ୍ବର 25)ଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ, କାରଣ ଟ୍ୱିଟର ସେତେବେଳେ ଭାରତର ଉପଭୋକ୍ତାମାନଙ୍କ ଠାରୁ 157 ଟି ଅଭିଯୋଗ ଗ୍ରହଣ କରିଥିଲା ​​ଏବଂ ସେହି URLS ମଧ୍ୟରୁ 129 ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।

ଏହାର ନୂତନ ରିପୋର୍ଟରେ ଟ୍ୱିଟର କହିଛି ଯେ, "61 ଟି ଅଭିଯୋଗ ପ୍ରକ୍ରିୟାକରଣ ହୋଇ ଏସବୁର ସମାଧାନ ହୋଇଛି ଏବଂ ଉପଯୁକ୍ତ ପ୍ରତିକ୍ରିୟା ପଠାଯାଇଛି । ସ୍ଥିତିର ବିଶେଷତା ସମୀକ୍ଷା କରିବା ପରେ ଆମେ ଏହି ଆକାଉଣ୍ଟ ସସପେନ୍ସ ମଧ୍ୟରୁ କୌଣସିଟିକୁ ଅଗ୍ରାହ୍ୟ କରିନାହୁଁ । ସମସ୍ତ ଆକାଉଣ୍ଟ ସ୍ଥଗିତ ରହିଛି । ଏହି ରିପୋର୍ଟ ସମୟ ମଧ୍ୟରେ ଟ୍ୱିଟର ଆକାଉଣ୍ଟ ବିଷୟରେ ସାଧାରଣ ପ୍ରଶ୍ନ ସହ ଜଡିତ 12 ଟି ରିକ୍ୟୁଏଷ୍ଟ(ଅନୁରୋଧ) ମଧ୍ୟ ପାଇଛୁ ।"

ସୂଚନା ଅନୁଯାୟୀ, ଅକ୍ଟୋବରରେ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମଲିୱାଲ ଚାଇଲ୍ଡ ପର୍ଣ୍ଣୋଗ୍ରାଫୀ ଅଭିଯୋଗରେ ଟ୍ୱିଟରରୁ ମିଳିଥିବା ଉତ୍ତର ଅସମ୍ପୂର୍ଣ୍ଣ ଏବଂ ଆୟୋଗ ଏହି ଉତ୍ତରରେ ସନ୍ତୁଷ୍ଟ ନୁହଁନ୍ତି ବୋଲି କହିଥିଲେ । ଏହାପରେ ମସ୍କ ଟ୍ବିଟରରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଟ୍ବିଟ ଉପରେ ଗୁରୁତର ଚିନ୍ତା ପ୍ରକଟ କରିଥିଲେ । ତେବେ ନୂତନ ଆଇଟି ନିୟମ 2021 ଅନୁଯାୟୀ, 5 ମିଲିୟନରୁ ଅଧିକ ଉପଭୋକ୍ତା ଥିବା ବଡ ବଡ ଡିଜିଟାଲ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ମାସିକ ଅନୁପାଳନ ରିପୋର୍ଟ ପ୍ରକାଶ କରିବାକୁ ବାଧ୍ୟ । ଏହି ନିୟମ ଅନୁସାରେ ଗତ ମାସର ଟ୍ବିଟର ରିପୋର୍ଟ ପ୍ରକାଶ ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.