ନୂଆଦିଲ୍ଲୀ: କୃଷି କ୍ଷେତ୍ରରେ ଏକ ଗେମ୍ ଚେଞ୍ଜର ଭାବେ କାମ କରିପାରେ ନାନୋ-ସାର(nano-fertilizer) । ଏନେଇ କେମିକାଲ୍ସ ଏବଂ ସାର ଉପରେ ସଂସଦୀୟ କମିଟି PSU(Public Sector Undertaking) ଏବଂ ବେସରକାରୀ କମ୍ପାନୀକୁ ନାନୋ ଟେକ୍ନୋଲୋଜି ସ୍ଥାନାନ୍ତର କରିବାକୁ ସରକାରଙ୍କୁ ପରାମର୍ଶ ଦେଇଛି । ଏହାଦ୍ବାରା ଦେଶ କେବଳ ନିଜର ଆବଶ୍ୟକତା ପୂରଣ କରିବନି ବରଂ ଏକ ନେଟ୍ ରପ୍ତାନିକାରୀ ମଧ୍ୟ ହେବ ବୋଲି କେମିକାଲ୍ସ ଏବଂ ସାର ଉପରେ ଅଧ୍ୟୟନ କରୁଥିବା ସଂସଦୀୟ କମିଟି କହିଛି ।
ଲୋକସଭା ସାଂସଦ କାନିମୋଜି କରୁଣାନିଧି(Lok Sabha MP Kanimozhi Karunanidhi)ଙ୍କ ନେତୃତ୍ୱରେ ସଂସଦୀୟ କମିଟି ଦର୍ଶାଇଥିବା ଏହାର ସଦ୍ୟତମ ରିପୋର୍ଟ ଅନୁଯାୟୀ, "ସାର ବିଭାଗ ସରକାରୀ ତଥା ବେସରକାରୀ କମ୍ପାନୀଗୁଡିକ ଦ୍ବାରା ବିଭିନ୍ନ ନାନୋ ସାରର ଅନୁସନ୍ଧାନ ଏବଂ ବିକାଶକୁ ଉତ୍ସାହିତ କରିପାରେ ଏବଂ ଏହି ପରିପ୍ରେକ୍ଷୀରେ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ପାରନ୍ତି । କୃଷକମାନଙ୍କ ପାଇଁ ନାନୋ ସାର ଉପରେ ସବସିଡି ପ୍ରଦାନ କରିବାକୁ ମଧ୍ୟ ବିଚାର କରିପାରନ୍ତି ।"
କୃଷି ବୈଜ୍ଞାନିକ ଡ. ସ୍ବପନ୍ ଦେବରୟ କହିଛନ୍ତି ଯେ, ‘‘ନାନୋ ସାର ଗେମ୍ ଚେଞ୍ଜର ହେବାର ସମ୍ଭାବନା ଅଛି, କାରଣ ଏହାର କାର୍ଯ୍ୟକ୍ଷମତା ବୃଦ୍ଧି ହେତୁ ଏହା ଚାଷ ଉତ୍ପାଦନର ମୂଲ୍ୟ ହ୍ରାସ କରିବ । କୃଷି କ୍ଷେତ୍ରରେ ଏହାର ତରଳ ଫର୍ମୁଲେସନ(liquid formulations) ବ୍ୟବହାର ହେଲେ, ବହୁ ପରିମାଣର ଅର୍ଥ ସଞ୍ଚୟ କରିବ ବୋଲି ରିପୋର୍ଟରେ ଦର୍ଶାଯାଇଛି । ଅବଶ୍ୟ କୃଷି କ୍ଷେତ୍ରର ଚାହିଦାକୁ ସରକାର ନିଜେ ପୂରଣ କରିପାରିବେ ନାହିଁ । ଚାହିଦା ପୂରଣ କରିବା ପାଇଁ ନାନୋ ସାର ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ବେସରକାରୀ କମ୍ପାନୀମାନଙ୍କୁ ସରକାର ସର୍ତ୍ତମୂଳକ ଅନୁମତି ଦେବା ଉଚିତ୍’’ ବୋଲି ଡ. ଦେବରୟ କହିଛନ୍ତି ।
ନାନା ସାରୋକୁ ଅନ୍ୟ କମ୍ପାନୀ ସହ ତୁଳନା କଲେ, ଗୋଟିଏ ନାନୋ ୟୁରିଆ ବୋତଲ 45 କିଲୋଗ୍ରାମ ୟୁରିଆ ବ୍ୟାଗ ସହିତ ସମାନ । ଗୋଟିଏ 500 ମିଲି ବୋତଲର ମୂଲ୍ୟ 240 ଟଙ୍କା ହୋଇଥିବାବେଳେ ପାରମ୍ପାରିକ ସବସିଡିଯୁକ୍ତ ୟୁରିଆର ମୂଲ୍ୟ 45 କିଲୋଗ୍ରାମ ପାଇଁ 266.5 ଟଙ୍କା । ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ନାନୋ ସାରର ପ୍ରଭାବ 80 ପ୍ରତିଶତରୁ ଅଧିକ ହୋଇଥିବାବେଳେ ପାରମ୍ପାରିକ ୟୁରିଆର ପ୍ରଭାବ ମାତ୍ର 30 ରୁ 40 ପ୍ରତିଶତ ଥିଲା । ପାରମ୍ପାରିକ ୟୁରିଆକୁ 50 ପ୍ରତିଶତ ବଦଳାଇବାର ନାନୋ ୟୁରିଆର ମଧ୍ୟ ସାମର୍ଥ୍ୟ ଅଛି ।
ସଂସଦୀୟ କମିଟି ସୂଚାଇ ଦେଇଛି ଯେ, ଭାରତୀୟ ଫାର୍ମାର୍ସ ଫର୍ଟିଲାଇଜର କୋର୍ପୋରେଟିଭ ଲିମିଟେଡ୍ (IFFCO) ଅନିର୍ଦ୍ଦିଷ୍ଟ କାଳ ପାଇଁ ନାନୋ ୟୁରିଆ ବିକଶିତ କରିଛି, ଯାହା ପରବର୍ତ୍ତୀ ପିଢିର ସ୍ମାର୍ଟ ଦକ୍ଷ ସାର, ଏବଂ ଏହା ପରିବେଶ ଅନୁକୂଳ ସହ ଲାଭଦାୟକ । ଗୁଜୁରାଟର କାଲୋଲରେ IFFCOର ନାନୋ ୟୁରିଆ ପ୍ଲାଣ୍ଟର ବ୍ୟବସାୟିକ ଉତ୍ପାଦନ ଗତ ବର୍ଷ ଅଗଷ୍ଟ 1ରେ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ 2.40 କୋଟି ନାନୋ ୟୁରିଆ ବୋତଲ ଉତ୍ପାଦନ କରାଯାଇଛି । ରାସାୟନିକ ଏବଂ ସାର ବିଭାଗର ଅଧିକାରୀମାନେ ସଂସଦୀୟ କମିଟିକୁ ସୂଚନା ଦେଇଛନ୍ତି ଯେ, ନାନୋ ଟେକ୍ନୋଲୋଜି ଦୁଇଟି ସରକାରୀ PSU ଯଥା NFL ଏବଂ RCF କୁ ସ୍ଥାନାନ୍ତରିତ ହୋଇଛି ଏବଂ ସେମାନେ ସେମାନଙ୍କର ନାନୋ ୟୁରିଆ ପ୍ଲାଣ୍ଟ ମଧ୍ୟ ସ୍ଥାପନ କରୁଛନ୍ତି, ଯାହା ଯଥାକ୍ରମେ ଜୁଲାଇ 2024 ଏବଂ ମାର୍ଚ୍ଚ 2024 ରେ କାର୍ଯ୍ୟକ୍ଷମ ହେବ ।
2025 ସୁଦ୍ଧା 6ଟି ରାଜ୍ୟରେ ନାନୋ ୟୁରିଆ ଉତ୍ପାଦନ ୟୁନିଟ୍ ରହିବ ବୋଲି ବିଭାଗ କମିଟିକୁ ସୂଚନା ଦେଇଛି । ନାନୋ ୟୁରିଆ ଉତ୍ପାଦନ ଚଳିତ ସେପ୍ଟେମ୍ବରରେ ଉତ୍ତରପ୍ରଦେଶର ଫୁଲପୁରରେ ଏବଂ ଆସନ୍ତା ବର୍ଷ ଏପ୍ରିଲରୁ ଆନ୍ଲ(ୟୁପି)ରେ ଆରମ୍ଭ ହେବ ବୋଲି ଆଶା କରାଯାଉଛି । ସେହିପରି, ମାର୍ଚ୍ଚ 2024ରୁ ବେଙ୍ଗାଲୁରୁ(କର୍ଣ୍ଣାଟକ), ଟ୍ରୋମ୍ବେ(ମହାରାଷ୍ଟ୍ର) ରେ ଜୁଲାଇ 2024 ରୁ ନାଙ୍ଗାଲ(ପଞ୍ଜାବ), ନଭେମ୍ବର 2024ରେ ଦେଓଗର (ଝାଡଖଣ୍ଡ) ଏବଂ ଆସାମରେ ନଭେମ୍ବର 2025 ସୁଦ୍ଧା ନାନୋ ୟୁରିଆର ଅନୁଶୀଳନ ଆରମ୍ଭ ହେବ ।