ETV Bharat / science-and-technology

Thread Edit and Voice note feature: ଥ୍ରେଡ୍ସରେ ଆସିବାକୁ ଯାଉଛି 2 ନୂଆ ଫିଚର, ସେୟାର କଲେ ମେଟା ସିଇଓ - ଥ୍ରେଡ୍ସ ନୂଆ ଫିଚର

ଖୁବଶୀଘ୍ର ଥ୍ରେଡ୍ସରେ ଆସିବାକୁ ଯାଉଛି 2ଟି ନୂଆ ଫିଚର । ମେଟା ସିଇଓ ମାର୍କ ଜୁକରବର୍ଗ ଏହାର ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

Thread Edit and Voice note feature
Thread Edit and Voice note feature
author img

By ETV Bharat Odisha Team

Published : Oct 13, 2023, 12:10 PM IST

ହାଇଦ୍ରାବାଦ: ଦିନକୁ ଦିନ ହ୍ରାସ ପାଉଛି ଥ୍ରେଡ୍ସରେ ୟୁଜର ଏଙ୍ଗେଜମେଣ୍ଟ୍‌ । ତେବେ ଏଙ୍ଗେଜମେଣ୍ଟ ବୃଦ୍ଧି କରିବା ପାଇଁ ପ୍ରୟାସ ଜାରି ରଖିଛି ମେଟା । ଏନେଇ କମ୍ପାନୀ କିଛି ଦିନର ବ୍ୟବଧାନ ନେଇ ନୂଆ ନୂଆ ଫିଚର ମଧ୍ୟ ରୋଲ୍‌ଆଉଟ କରୁଛି । ଏହାରି ଭିତରେ ଆଉ ଦୁଇଟି ଫିଚର ଆସିବା ନେଇ ସୂଚନା ଦେଇଛନ୍ତି ମେଟା ସିଇଓ ମାର୍କ ଜୁକରବର୍ଗ। ଥ୍ରେଡ୍ସକୁ ଖୁବଶୀଘ୍ର 2ଟି ନୂଆ ଫିଚର ଆସିବା ନେଇ ସେ ସୂଚନା ଦେଇଛନ୍ତି । ଏହି ଫିଚର ଦ୍ବାରା ମତାମତକୁ ଏଡିଟ୍‌ କରିବା ସହିତ ଭଏସ ନୋଟ୍‌ ମଧ୍ୟ ଅପଲୋଡ୍‌ କରିବାର ସୁବିଧା ପାଇବା ୟୁଜର୍ସ ।

ତେବେ କହିରଖୁଛି କି, ଥ୍ରେଡ୍ସର ପ୍ରତିଦ୍ବନ୍ଦୀ ଆପ୍‌ ଟ୍ବିଟରରେ ମଧ୍ୟ ଏଲନ ମସ୍କ ଏହି ଫିଚର ୟୁଜର୍ସମାନଙ୍କ ପାଇଁ ରୋଲଆଉଟ କରିଛନ୍ତି । କିନ୍ତୁ ଏହା କେବଳ ପେଡ୍‌ ୟୁଜର୍ସଙ୍କ ପାଇଁ ଉପଲବ୍ଧ । ଅର୍ଥାତ ଏହି ଫିଚର ବ୍ୟବହାର କରିବାକୁ ହେଲେ ୟୁଜର୍ସଙ୍କୁ 900 ଟଙ୍କା ଦେବାକୁ ପଡ଼ିଥାଏ । ତେବେ ଥ୍ରେଡ୍ସରେ ଏହି ଫିଚର ସମସ୍ତଙ୍କ ପାଇଁ ଉପଲବ୍ଧ ହେବ ବୋଲି କୁହାଯାଇଛି । ପେଡ୍‌ ୟୁଜର୍ସ ଏବଂ ଫ୍ରି' ୟୁଜର୍ସ ଉଭୟେ ଏହି ଫିଚରର ଲାଭ ଉଠାଇପାରିବେ ।

ଏଡିଟ ଫିଚର ଦ୍ବାରା ଆପଣ ପୋଷ୍ଟ କରିବାର 5 ମିନିଟ ମଧ୍ୟରେ ପୋଷ୍ଟକୁ ଏଡିଟ କରିବାରେ ସମର୍ଥ ହେବେ । ଏଡିଟ ହୋଇଥିବା ପୋଷ୍ଟର ନିମ୍ନରେ ଏଡିଟେଡ୍‌ ପୋଷ୍ଟ ଲେଖାଯିବ । ତେବେ ସୂଚନା ଅନୁସାରେ ଏହି ଫିଚର କିଛି ୟୁଜର୍ସଙ୍କ ପାଇଁ ରୋଲଆଉଟ କରାଯାଇଛି । ତେବେ ଆଗାମୀ ଦିନରେ ଏହା ସମସ୍ତ ୟୁଜର୍ସଙ୍କ ପାଇଁ ବ୍ୟବାହର ଯୋଗ୍ୟ ହୋଇପାରିବ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: Trending topic Search Feature: X ଭଳି ଥ୍ରେଡ୍ସରେ ମିଳିବ ଏହି ଦମଦାର ଫିଚର

ଏହି ଫିଚର ଉପରେ ଜାରି ରହିଛି କାର୍ଯ୍ୟ: ଥ୍ରେଡ୍ସରେ ଖୁବଶୀଘ୍ର ଟ୍ରେଣ୍ଡିଂ ଟ୍ୟାବ୍‌ର ସୁବିଧା ପାଇବେ ୟୁଜର୍ସ । ମେଟାର ଥ୍ରେଡ୍ସ ଆପ୍‌ ୟୁଜର୍ସମାନଙ୍କୁ ଶୀଘ୍ର ଟ୍ରେଣ୍ଡିଂ ଟପିକ୍‌ର ଫିଚର ରୋଲଆଉଟ କରିବା ନେଇ ସୂଚନା ରହିଛି । ତେବେ ନିକଟରେ ଥ୍ରେଡ୍ସରେ କାର୍ଯ୍ୟରତ କର୍ମଚାରୀମାନେ ଇଣ୍ଟରନେଟରେ ଏହାର ଫଟୋ ସେୟାର କରିଥିବା ବେଳେ ବର୍ତ୍ତମାନ ଏହା ଭାଇରାଲ ହେବାରେ ଲାଗିଛି । ଏକ୍ସରେ ଯେଉଁଭଳି ଟ୍ରେଣ୍ଡିଂ ରହିଛି ଥ୍ରେଡ୍ସରେ ମଧ୍ୟ ସେହିଭଳି ରହିବ ବୋଲି ଅନୁମାନ କରାଯାଉଛି । କହିରଖୁଛୁ କି, ଗତମାସରେ ଥ୍ରେଡ୍ସ କିଓ୍ବାର୍ଡ ଫିଚର ରୋଲଆଉଟ କରିଥିଲା । ତେବେ ମେଟା ସିଇଓ ମାର୍କ ଜୁକରବର୍ଗ ମଧ୍ୟ ଥ୍ରେଡ୍ସ ପ୍ରୋଫାଇଲ୍ ମାଧ୍ୟମରେ ଅପଡେଟ୍ ଘୋଷଣା କରିବା ସମୟରେ ଟ୍ରେଣ୍ଡିଂ ଟପିକ ଫିଚର ବିଷୟରେ ସୂଚନା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.