ETV Bharat / science-and-technology

1 ମିଲିୟନରୁ ଅଧିକ ୟୁଜର୍ସ ଟର୍ମିନାଲ ଟପିଲା ଷ୍ଟାରଲିଙ୍କ୍‌: Elon musk - ସାଟେଲାଇଟ୍ ଇଣ୍ଟରନେଟ୍ ସିଷ୍ଟମ

ସାଟେଲାଇଟ୍ ଇଣ୍ଟରନେଟ୍ ସିଷ୍ଟମ ପାଇଁ ପ୍ରି-ଅର୍ଡର ଉପଲବ୍ଧ ହେବା ପରଠାରୁ ଗତ କିଛି ମାସ ମଧ୍ୟରେ ସ୍ପେସ୍ ଏକ୍ସ 1 ମିଲିୟନରୁ ଅଧିକ ଷ୍ଟାରଲିଙ୍କ ଟର୍ମିନାଲ୍ ଉତ୍ପାଦନ କରିଛି(Starlink now has over 1 mn user terminals manufactured) କହିଲେ ଏଲନ ମସ୍କ । ଅଧିକ ପଢନ୍ତପ

1 ମିଲିୟନରୁ ଅଧିକ ଷ୍ଟାରଲିଙ୍କ ଟର୍ମିନାଲରେ ପହଞ୍ଚି ପାରିଛ SpaceX: Elon musk

author img

By

Published : Sep 27, 2022, 1:07 PM IST

ସାନ ଫ୍ରାନ୍ସିସ୍କୋ: ସାଟେଲାଇଟ୍ ଇଣ୍ଟରନେଟ୍ ସିଷ୍ଟମ ପାଇଁ ପ୍ରି-ଅର୍ଡର ଉପଲବ୍ଧ ହେବା ପରଠାରୁ ଗତ କିଛି ମାସ ମଧ୍ୟରେ ସ୍ପେସ୍ ଏକ୍ସ 1 ମିଲିୟନରୁ ଅଧିକ ଷ୍ଟାରଲିଙ୍କ ଟର୍ମିନାଲ୍ ଉତ୍ପାଦନ କରିଛି(Starlink now has over 1 mn user terminals manufactured) ବୋଲି ଏଲନ୍ ମସ୍କ ଘୋଷଣା କରିଛନ୍ତି । ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରରେ ଟେସଲା ସିଇଓ ପୋଷ୍ଟ କରି କହିଛନ୍ତି ଯେ, ଷ୍ଟାରଲିଙ୍କରେ ବର୍ତ୍ତମାନ 1 ମିଲିୟନରୁ ଅଧିକ ୟୁଜର୍ ଟର୍ମିନାଲ୍ ଉତ୍ପାଦିତ ହୋଇଛି ।

ଏପ୍ରିଲ୍ ମାସରେ, ସ୍ପେସ୍ ଏକ୍ସ(SpaceX), ଆମେରିକାର ଏଜେନ୍ସି ଫର୍ ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ (US Agency for International Development, USAID) ର ସହଭାଗିତାରେ, ଯୁଦ୍ଧ ସମୟରେ ୟୁକ୍ରେନକୁ 5000 ଷ୍ଟାରଲିଙ୍କ ଟର୍ମିନାଲ ବିତରଣ କରିଥିଲା । ଫେବୃଆରୀ 24 ରେ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିଥିଲା । ସେହି ଦିନ ୟୁକ୍ରେନ ଉପରେ ସାଇବର ଆକ୍ରମଣ ଫଳରେ ୟୁକ୍ରେନର ସାଟେଲାଇଟ ଇଣ୍ଟରନେଟ୍ ସଂଯୋଗକୁ ସ୍ଥାୟୀ ଭାବରେ ଅଫଲାଇନ ସଂଯୋଗୀକରଣ କରାଯାଇଛି । ଟର୍ମିନାଲଗୁଡିକ ମଧ୍ୟ ସରକାରୀ କର୍ମଚାରୀ ଏବଂ ଗୁରୁତ୍ବପୂର୍ଣ ନାଗରିକ ସେବା ପ୍ରଦାନକାରୀଙ୍କୁ ୟୁକ୍ରେନ୍ ଏବଂ ବିଶ୍ବର ଅନ୍ୟମାନଙ୍କ ସହିତ ଯୋଗାଯୋଗ ଜାରି ରଖିବାକୁ ଅନୁମତି ଦେଇଛି ।

ଏହା ମଧ୍ୟ ପଢନ୍ତୁ:- ମିଶନ ମହାକାଶ: 51ଟି ଷ୍ଟାରଲିଙ୍କ୍‌ ସାଟେଲାଇଟ ଲଞ୍ଚ୍‌ କଲା SpaceX

ପୂର୍ବରୁ USAID ରିଲିଜ୍ ଅନୁଯାୟୀ, ସ୍ପେସ୍ ଏକ୍ସ ପ୍ରାୟ 10 ମିଲିୟନ୍ ଡଲାର୍ ମୂଲ୍ୟରେ 3,667 ଉପଗ୍ରହ ବିତରଣ କରିଛି ଏବଂ USAID ଅବଶିଷ୍ଟ 1,333 ଟର୍ମିନାଲ୍ କ୍ରୟ କରିଛି । ଏହି ସମୟରେ, ମସ୍କ ନିକଟରେ କହିଛନ୍ତି ଯେ, "ତାଙ୍କ ରକେଟ୍ କମ୍ପାନୀର ସାଟେଲାଇଟ ଇଣ୍ଟରନେଟ୍ ଡିଭିଜନ୍ ଷ୍ଟାରଲିଙ୍କ ବର୍ତ୍ତମାନ ଆଣ୍ଟାର୍କଟିକା ସମେତ ସମସ୍ତ କଣ୍ଟିନେଣ୍ଟରେ ସକ୍ରିୟ ଅଛି । ଆଣ୍ଟାର୍କଟିକାର ମ୍ୟାକମର୍ଡୋ(McMurdo) ଷ୍ଟେସନରେ ପ୍ରାୟ 1000 ଲୋକ ଗ୍ରୀଷ୍ମ ସମୟରେ ସେଠାରେ ବାସ କରନ୍ତି ଏବଂ କାର୍ଯ୍ୟ କରନ୍ତି, ସେମାନଙ୍କ ପାଖରେ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ପହଞ୍ଚି ପାରିଛି ।"

ସୂଚନା ଅନୁଯାୟୀ ଚଳିତ ମାସ, ଏଲନ୍ ମସ୍କଙ୍କ ଦ୍ୱାରା ପରିଚାଳିତ ସ୍ପେସ୍ ଏକ୍ସ(Elon Musk-run SpaceX) ସଫଳତାର ସହ 51ଟି ଷ୍ଟାରଲିଙ୍କ ସାଟେଲାଇଟକୁ(Starlink satellites) ମହାକାଶରେ ନିୟୋଜିତ କରିଛି ଏବଂ ଚଳିତ ବର୍ଷ ଏହାର 40ତମ ମିଶନ ଶେଷ କରିଛି । ଫାଲକନ୍ 9 ରକେଟ୍(Falcon 9 rocket launched) ଆମେରିକାର ଫ୍ଲୋରିଡାର କେପ୍ କାନଭେରାଲ୍ ସ୍ପେସ୍ ଫୋର୍ସ ଷ୍ଟେସନରେ( Cape Canaveral Space Force Station in Florida) ସ୍ପେସ୍ ଲଞ୍ଚ କମ୍ପ୍ଲେକ୍ସ-40ରୁ (SLC-40) କକ୍ଷପଥରେ 51 ଷ୍ଟାରଲିଙ୍କ ସାଟେଲାଇଟ ଏବଂ ସ୍ପେସ୍ ଫ୍ଲାଇଟର ଶେର୍ପା- LTC ଉତକ୍ଷେପଣ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.