ଲଣ୍ଡନ: ସ୍ମାର୍ଟଫୋନ୍ ଆପ୍ ମାଧ୍ୟମରେ ଜାଣିପାରିବେ ଆପଣ କୋଭିଡ୍ ସଂକ୍ରମିତ ହୋଇଛନ୍ତି କି ନାହିଁ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(AI) ସାହାଯ୍ୟରେ ସ୍ମାର୍ଟଫୋନ ଆପ୍ ଲୋକଙ୍କ ସ୍ୱରରୁ କୋଭିଡ୍-19 ସଂକ୍ରମଣକୁ ସଠିକ୍ ଭାବରେ ଚିହ୍ନଟ କରିପାରିବ(Smartphone app accurately detects Covid infection) ବୋଲି ଅନୁସନ୍ଧାନକାରୀମାନେ ସୋମବାର ପ୍ରକାଶ କରିଛନ୍ତି । ଦଳ ଦାବି କରିଛି ଯେ, ଏହି ଆପ୍ ଅନେକ ଆଣ୍ଟିଜେନ୍ ପରୀକ୍ଷା ଅପେକ୍ଷା ଅଧିକ ସଠିକ୍ ଏବଂ ଏହା ଶସ୍ତା, ଶୀଘ୍ର ଏବଂ ବ୍ୟବହାର କରିବା ସହଜ, ଅର୍ଥାତ୍ ଏହା ସ୍ୱଳ୍ପ ଆୟକାରୀ ଦେଶରେ ବ୍ୟବହାର କରାଯାଇପାରିବ, ଯେଉଁଠାରେ PCR ପରୀକ୍ଷା ମହଙ୍ଗା କିମ୍ବା ସେବା ଯୋଗାଇବା କଷ୍ଟକର ।
ନେଦରଲ୍ୟାଣ୍ଡର ମାଷ୍ଟ୍ରିଚ୍ ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ଡାଟା ସାଇନ୍ସର(Institute of Data Science, Maastricht University, The Netherlands) ଗବେଷକ ୱାଫା ଅଲଜବାୱି କହିଛନ୍ତି ଯେ, "ଏହି ଫଳାଫଳ ସୂଚିତ କରେ ଯେ, ସିମ୍ପଲ୍ ଭଏସ୍ ରେକର୍ଡିଂ ଏବଂ ସୂକ୍ଷ୍ମ ସଜାଯାଇଥିବା ଏଇ ଆଲଗୋରିଦମ ରୋଗୀଙ୍କର କୋଭିଡ-19 ସଂକ୍ରମଣ ନିର୍ଣ୍ଣୟ କରିବାରେ ଉଚ୍ଚ ସଠିକତା ହାସଲ କରିପାରିବ । ଅଧିକନ୍ତୁ, ସେମାନେ ସୁଦୂର, ଭର୍ଚୁଆଲ୍ ପରୀକ୍ଷଣକୁ ସକ୍ଷମ କରନ୍ତି ଏବଂ ଏକ ମିନିଟରୁ କମ୍ ସମୟ ଧାରଣ କରନ୍ତି । ଉଦାହରଣ ସ୍ୱରୂପ, ବୃହତ ସମାବେଶ ପାଇଁ ପ୍ରବେଶ ପଏଣ୍ଟରେ ଏହା ବ୍ୟବହାର କରାଯାଇପାରିବ, ଯାହା ଜନସଂଖ୍ୟାର ଶୀଘ୍ର ସ୍କ୍ରିନିଂକୁ ସକ୍ଷମ କରିଥାଏ ।"
କୋଭିଡ୍-19 ସଂକ୍ରମଣ ସାଧାରଣତ ଶ୍ବାସତନ୍ତ୍ର ଏବଂ ଭୋକାଲ୍ କର୍ଡକୁ ପ୍ରଭାବିତ କରିଥାଏ, ଯାହାଫଳରେ ଜଣେ ବ୍ୟକ୍ତିଙ୍କ ସ୍ୱରରେ ପରିବର୍ତ୍ତନ ଆସିଥାଏ । ୱଫା ଅଲଜବାୱି ଏବଂ ତାଙ୍କ ଅନୁସନ୍ଧାନକାରୀ ଦଳ କୋଭିଡ-19 ଚିହ୍ନଟ କରିବା ପାଇଁ ସ୍ୱରକୁ ବିଶ୍ଳେଷଣ କରିବା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(AI) ବ୍ୟବହାର କରିବା ସମ୍ଭବ କି ନୁହେଁ ସେ' ଉପରେ ଅନୁସନ୍ଧାନ କରିବାକୁ ନିଷ୍ପତ୍ତି ନେଇଥିଲେ । ସେମାନେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର କ୍ରାଉଡ-ସୋର୍ସିଂ କୋଭିଡ୍-19 ସାଉଣ୍ଡ୍ ଆପର ତଥ୍ୟ ବ୍ୟବହାର କରିଥିଲେ, ଯେଉଁଥିରେ 4,352 ସୁସ୍ଥ ଏବଂ ଅସୁସ୍ଥ ଅଂଶଗ୍ରହଣକାରୀଙ୍କ 893 ଅଡିଓ ନମୁନା ପରୀକ୍ଷଣ ହୋଇଥିଲା ।
ସେମାନଙ୍କ ମଧ୍ୟରୁ 308 ଜଣ କୋଭିଡ୍-19 ସଂକ୍ରମିତ ରହିଥିଲେ । ଗବେଷକମାନେ Mel-spectrogram nalysis ନାମକ ଏକ ଭଏସ୍ ଆନାଲିସିସ୍ କୌଶଳ ବ୍ୟବହାର କରିଥିଲେ, ଯାହା ବିଭିନ୍ନ ସ୍ୱର ଫିଚର୍ସକୁ ଚିହ୍ନଟ କରିଥିଲା, ଯେପରିକି ଉଚ୍ଚତା, ଶକ୍ତି ଏବଂ ସମୟ ସହିତ ପରିବର୍ତ୍ତନ ଆଦି ରହିଥିଲା ।
ଅଲବୱା ଆହୁରି ମଧ୍ୟ କହିଛନ୍ତି ଯେ, "କୋଭିଡ-19 ରୋଗୀଙ୍କ ସ୍ୱରକୁ ଏହି ରୋଗରେ ଆକ୍ରାନ୍ତ ନକରିବା ପାଇଁ ଆମେ ବିଭିନ୍ନ କୃତ୍ରିମ ବୁଦ୍ଧିମତା ମଡେଲ ନିର୍ମାଣ କରିଥିଲୁ ଏବଂ କୋଭିଡ-19 ମାମଲାଗୁଡ଼ିକୁ ଶ୍ରେଣୀଭୁକ୍ତ କରିବାରେ କେଉଁଟି ସର୍ବୋତ୍ତମ କାର୍ଯ୍ୟ କରିଥିଲା ତାହାର ମୂଲ୍ୟାଙ୍କନ କରିଥିଲୁ । ସେମାନେ ଜାଣିବାକୁ ପାଇଲେ ଯେ, ଲଙ୍ଗ-ସର୍ଟ ଟର୍ମ ମେମୋରୀ (LSTM) ନାମକ ଗୋଟିଏ ମଡେଲ ଅନ୍ୟ ମଡେଲଗୁଡ଼ିକୁ Out-Performed କରିଛି । LSTM ସ୍ନାୟୁ ନେଟୱାର୍କ ଉପରେ ଆଧାରିତ, ଯାହା ମାନବ ମସ୍ତିଷ୍କର କାର୍ଯ୍ୟକଳାପକୁ ଅନୁକରଣ କରେ ଏବଂ ତଥ୍ୟର ଅନ୍ତର୍ନିହିତ ସମ୍ପର୍କକୁ ଚିହ୍ନିଥାଏ ।
ଏହାର ସକରାତ୍ମକ ମାମଲାଗୁଡ଼ିକୁ ସଠିକ୍ ଭାବରେ ଚିହ୍ନଟ କରିବାର କ୍ଷମତା 89 ପ୍ରତିଶତ ଏବଂ ନକାରାତ୍ମକ ମାମଲାଗୁଡ଼ିକୁ ସଠିକ୍ ଭାବରେ ଚିହ୍ନଟ କରିବାର କ୍ଷମତା 83 ପ୍ରତିଶତ ଥିଲା । ଅଲଜବାୱି କହିଛନ୍ତି ଯେ, "ଅତ୍ୟାଧୁନିକ ପରୀକ୍ଷଣ ଯେପରିକି ଲାଟେରାଲ୍ ଫ୍ଲୋ ଟେଷ୍ଟ ତୁଳନାରେ କୋଭିଡ-19 ନିରାକରଣର ସଠିକତାରେ ଏହି ଫଳାଫଳଗୁଡିକ ଏକ ମହତ୍ତ୍ୱପୂର୍ଣ୍ଣ ଉନ୍ନତି ଦର୍ଶାଉଛି ।" ଅନୁସନ୍ଧାନକାରୀମାନେ ଆହୁରି ମଧ୍ୟ କହିଛନ୍ତି ଯେ, ସେମାନଙ୍କର ଫଳାଫଳକୁ ବହୁ ସଂଖ୍ୟାରେ ଭ୍ୟାଲିଡ୍ କରାଯିବା ଆବଶ୍ୟକ ।