ଚେନ୍ନାଇ: ନିଜ ଶୈଳୀରେ ରକେଟ୍ ନିର୍ମାଣ କରୁଥିବା ହାଇଦ୍ରାବାଦ ଘରୋଇ କମ୍ପାନୀ Skyroot Aerospace ଚଳିତ ବର୍ଷ କିଛି ଉପଗ୍ରହ ସହିତ ରକେଟ୍ Vikram-1କୁ ପରୀକ୍ଷାମୂଳକ ଭାବେ ଲଞ୍ଚ କରିବାକୁ ଯାଉଛି । ଏହି ରକେଟ୍କୁ ମୋବାଇଲ ଲଞ୍ଚ ପ୍ୟାଡ୍ରୁ ଲଞ୍ଚ କରାଯିବ । ଭାରତୀୟ ମହାକାଶ ଗବେଷଣା ସଂଗଠନ(ISRO)ର ଶ୍ରୀହରିକୋଟା ରକେଟ୍ ପୋର୍ଟରୁ ଏହାକୁ ଉତକ୍ଷେପଣ କରାଯିବ ବୋଲି କମ୍ପାନୀର CEO ତଥା ସହ ପ୍ରତିଷ୍ଠାତା ପୱନ କୁମାର ଚନ୍ଦନା କହିଛନ୍ତି ।
ଏହା ବି ପଢନ୍ତୁ: E-Attorney app ତିଆରି କଲେ ୧୦ ବର୍ଷର ବାଳକ, ସୁବିଧା ପାଇବେ ଆଇନଜୀବୀ
ମୋବାଇଲ ଲଞ୍ଚ ପ୍ୟାଡ଼ ବା ଟ୍ରାନ୍ସପୋର୍ଟର, ଇରେକ୍ଟର ଓ ଲଞ୍ଚର(TEL) ହେଉଛି ଏକ ଯାନ ଯେଉଁଥିରୁ ଏହି ରକେଟ୍ଟି ରଖାଯିବା ପରେ ଆକାଶକୁ ମୁହଁ କରି ଉତକ୍ଷେପଣ କରାଯିବ । ତେବେ ଏହି ରକେଟ୍ ନିଜର ସମ୍ପୂର୍ଣ୍ଣ payload(ଓଜନ ବହନ କରିବା କ୍ଷମତା)ରେ ଲଞ୍ଚ କରାଯିବ ନାହିଁ । ଏହା ପ୍ରାୟ ୨୨୫ କେଜିର କ୍ଷମତାରେ ଉତକ୍ଷେପଣ କରାଯିବ ବୋଲି ଚନ୍ଦନା କହିଛନ୍ତି । ଯାହାକି ଏହାର ଓଜନ ବହନ କ୍ଷମତାର ୫୦ ପ୍ରତିଶତ ।
ମହାକାଶରେ ବିଭିନ୍ନ ଗବେଷଣା କରିବା ପାଇଁ ଏହି ରକେଟ୍କୁ ଲଞ୍ଚ କରାଯାଉଛି । କମ୍ପାନୀ ଆଗକୁ Vikram 1, 2 ଓ 3 ରକେଟ୍ ଲଞ୍ଚ କରିବ ବୋଲି ଯୋଜନା କରୁଥିବା କହିଛି । ଖୁବଶୀଘ୍ର ମହାକାଶ କ୍ଷେତ୍ର ସହ ଜଡିତ ଚୂଡାନ୍ତ ନୀତିକୁ ସରକାର ପ୍ରକାଶ କରିବେ ବୋଲି ଚନ୍ଦନା ଆଶା କରିଛନ୍ତି ।
@IANS