ETV Bharat / science-and-technology

Emergency Alert: ଆପଣଙ୍କ ଫୋନକୁ ଅଚାନକ ଆଲର୍ଟ ମେସେଜ ଆସୁଛି କି? ଜାଣନ୍ତୁ Emergency Alertର କାରଣ

author img

By ETV Bharat Odisha Team

Published : Sep 21, 2023, 2:17 PM IST

ଆପଣଙ୍କ ଫୋନକୁ ମଧ୍ୟ ଅଚାନକ ଏକ ଆଲର୍ଟ ମେସେଜ ଆସୁଥିଲେ ଏହାକୁ ନେଇ ଚିନ୍ତିତ ହୁଅନ୍ତୁ ନାହିଁ । ଏଥିପାଇଁ ଆସୁଛି ଏହି ମେସେଜ । ଅଧିକ ପଢ଼ନ୍ତୁ

Emergency Alert
Emergency Alert

ହାଇଦ୍ରାବାଦ: ଆପଣଙ୍କ ଫୋନକୁ ମଧ୍ୟ ଅଚାନକ ଏକ ଆଲର୍ଟ ମେସେଜ ଆସୁଛି କି ? ମେସେଜ ଆସିବା ସମୟରେ ଫୋନ୍‌ ରିଙ୍ଗ ହେଉଛି କି ? ସକାଳୁ ଆପଣଙ୍କ ଫୋନକୁ ମଧ୍ୟ ବିଭିନ୍ନ ଭାଷାରେ ମେସେଜ ଆସୁଥିଲେ ଚିନ୍ତିତ ହୁଅନ୍ତୁ ନାହିଁ । କାରଣ ସରକାରଙ୍କ ପକ୍ଷରୁ ଏହି ଏମରଜେନ୍ସି ମେସେଜ ଆଲର୍ଟ ଆସୁଛି । ଅନେକ ଲୋକ ଏହା ଏକ ଘୋଟାଲା ଭାବି ଚିନ୍ତିତ ହେଉଛନ୍ତି । କିନ୍ତି ଆମେ କହିରଖୁଛୁ କି, ଭାରତ ସରକାରଙ୍କ ପକ୍ଷରୁ ଦେଶରେ Emergency Alerts ସର୍ଭିସର ଟେଷ୍ଟିଂ ଜାରି ରହିଛି । ଏହି ମେସେଜ ଦ୍ବାରା ସରକାର ପକ୍ଷରୁ ଟେଷ୍ଟିଂ ସହିତ ଜଡ଼ିତ ସୂଚନା ପ୍ରଦାନ କରାଯାଉଛି । ଜୁଲାଇ 20ରୁ ଭାରତ ସରକାର ବହୁ ଉପଭୋକ୍ତାଙ୍କ ଫୋନ୍‌ରେ ଜରୁରୀକାଳୀନ ଆଲର୍ଟ ପରୀକ୍ଷା କରୁଛନ୍ତି ଏବଂ ଏହି ମେସେଜ୍‌ ଟେଲିକମ ବିଭାଗ ପକ୍ଷରୁ ୟୁଜର୍ସଙ୍କୁ ପଠାଯାଉଛି ।

ମେସେଜରେ କଣ ଲେଖାହୋଇଛି ?: ତେବେ କହିରଖୁଛୁ କି, ଆଲର୍ଟ ମେସେଜ ଆସିବା ପରେ ଭୟଭୀତ ନହୋଇ ପ୍ରଥମେ କଣ ମେସେଜ ଲେଖାହୋଇଛି ପଢ଼ିବାକୁ ଚେଷ୍ଟା କରନ୍ତୁ । ଫୋନକୁ ଆସୁଥିବା ଏମରଜେନ୍ସି ଆଲର୍ଟ ମେସେଜରେ ଲେଖାହୋଇଛି ଯେ, "ଏହା ଭାରତ ସରକାରଙ୍କର ଦୂରସଞ୍ଚାର ବିଭାଗ ଦ୍ବାରା ସେଲ ବ୍ରୋଡକାଷ୍ଟିଂ ସିଷ୍ଟମ ମାଧ୍ୟମରେ ପଠାଯାଇଥିଲା ଏକ ପରୀକ୍ଷଣ ବାର୍ତ୍ତା । ଦୟାକରି ଏହି ମେସେଜକୁ ଅଣଦେଖା କରନ୍ତୁ କାରଣ ଆପଣଙ୍କ ତରଫରୁ କୌଣସି କାର୍ଯ୍ୟ କରିବାର ଆବଶ୍ୟକତା ନାହିଁ । ଏହା ବାର୍ତ୍ତା ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ବାରା କାର୍ଯ୍ୟକାରୀ ହେଉଥିବା ପାନ୍‌ ଇଣ୍ଡିଆ ଏମରଜେନ୍ସି ଆଲର୍ଟ ସିଷ୍ଟମକୁ ପଠାଯାଇଛି । ଏହି ବ୍ୟବସ୍ଥାର ଉଦ୍ଦେଶ୍ୟ ହେଉଛି ଜନସାଧାରଣଙ୍କ ସୁରକ୍ଷାକୁ ବଢ଼ାଇବା ଏବଂ ଜରୁରୀକାଳୀନ ପରିସ୍ଥିତିରେ ଠିକ୍ ସମୟରେ ସତର୍କ ସୂଚନା ପ୍ରଦାନ କରିବା ।"

ଏହା ମଧ୍ୟ ପଢନ୍ତୁ: Smartwatch Saving Life: ସଞ୍ଜିବନୀ ସାଜିଲା ଆପଲ ଘଣ୍ଟା, ହୃଦ ସ୍ପନ୍ଦନ ବଢିଲେ ବାଜୁଛି ଆଲାରାମ

ଓ୍ବାଇରଲେସ ଏମରଜେନ୍ସି ଆଲର୍ଟ କଣ ?: ଭାରତ ସରକାରଙ୍କ ପକ୍ଷରୁ ଏମରଜେନ୍ସି ଆଲର୍ଟ ସିଷ୍ଟମ ଉପରେ କାର୍ଯ୍ୟ କରୁଛନ୍ତି । ଯାହାଫଳରେ ବନ୍ୟା, ସୁନାମି, ଝଡ଼ କିମ୍ବା ଅନ୍ୟ କୌଣସି ପ୍ରାକୃତିକ ବିପର୍ଯ୍ୟୟ ପରି ଜରୁରୀକାଳୀନ ପରିସ୍ଥିତିରେ ଲୋକଙ୍କୁ ତୁରନ୍ତ ସଚେତନ କରାଯାଇପାରିବ । ଏମରଜେନ୍ସି ଆଲର୍ଟ ଏମରଜେନ୍ସି ନୋଟିଫିକେସନ୍‌ର ସିଷ୍ଟମର ଏକ ଅଂଶ । ଯାହାକୁ ଦୂରସଞ୍ଚାର ବିଭାଗ ସହାୟତାରେ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କୁ ଆଗାମୀ ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଜରୁରୀକାଳୀନ ପରିସ୍ଥିତି ବିଷୟରେ ଅବଗତ କରାଇବା ପାଇଁ ସରକାର ବ୍ୟବହାର କରିପାରିବେ । ଜରୁରୀକାଳୀନ ଆଲର୍ଟ ବିପର୍ଯ୍ୟୟ ପୂର୍ବରୁ କିମ୍ବା ସମୟରେ ଲୋକଙ୍କୁ ସଚେତନ କରି ଜୀବନ ରକ୍ଷା କରିବାରେ ସାହାଯ୍ୟ କରିବ । ବର୍ତ୍ତମାନ ସରକାର ଏହି ସିଷ୍ଟମ ପରୀକ୍ଷା କରୁଛନ୍ତି ଏବଂ ଅନେକ ଲୋକଙ୍କ ସ୍ମାର୍ଟଫୋନ୍‌କୁ ଏଭଳି ଆଲର୍ଟ ପଠାଯାଉଛି । ବିଭାଗ ଅନୁଯାୟୀ, ଏହି ବାର୍ତ୍ତା ଏକ ଜରୁରୀକାଳୀନ ପରୀକ୍ଷା ଯାହା ଦ୍ବାରା ବିପର୍ଯ୍ୟୟ ପରି ଜରୁରୀକାଳୀନ ପରିସ୍ଥିତିରେ ଲୋକଙ୍କୁ ସଚେତନ କରାଯାଇପାରିବ ।

ଫୋନରେ ଏମିତି ଅନ କରନ୍ତୁ ଏମରଜେନ୍ସି ଆଲର୍ଟ:

  • ଯଦି ଆପଣଙ୍କ ଫୋନ୍‌ରେ ଜରୁରୀକାଳୀନ ଆଲର୍ଟ ସେଟିଂ ଅନ୍ ନାହିଁ, ଆପଣ ଏହାକୁ ମାନୁଆଲ୍ ଟର୍ନ୍ ଅନ୍ କରିପାରିବେ ।
  • ଯଦି ଆପଣ ଜଣେ ଆଇଫୋନ୍ ୟୁଜର, ତେବେ ଆପଣଙ୍କୁ ଫୋନର ସେଟିଂକୁ ଯିବାକୁ ପଡିବ। ଏହାପରେ Government Alertsକୁ ଅନ କରିପାରିବେ।
  • ଆଣ୍ଡ୍ରଏଡ୍ ଫୋନରେ ମଧ୍ୟ ଏହି ସେଟିଂ ଅନ୍ କିମ୍ବା ଅଫ୍ ହୋଇପାରିବ। ଏଥିପାଇଁ ଆପଣଙ୍କୁ ଫୋନର ସେଟିଙ୍ଗକୁ ଯିବାକୁ ପଡିବ ଏବଂ ଏହାପରେ Safety and Emergency ଉପରେ କ୍ଲିକ୍ କରିବାକୁ ପଡ଼ିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.