ETV Bharat / science-and-technology

ସ୍ବିଡେନ ବିଶେଷଜ୍ଞଙ୍କ ସରଳ ମିଥେନ ଲଗର, ଫୋକସରେ ଗ୍ରୀନହାଉସ ଗ୍ୟାସ ନିର୍ଗମନ - sweden researchers developed a simple methane logger

ଗ୍ରୀନହାଉସ ଗ୍ୟାସ ନିର୍ଗମନ ଉପରେ ନଜର ରଖିବା ପାଇଁ ଲିଙ୍କପିଙ୍ଗ ବିଶ୍ବବିଦ୍ୟାଳୟ ଥିମେଟିକ ଷ୍ଟଡିଜ୍ ଓ ପରିବେଶ ପରିବର୍ତ୍ତନ ବିଭାଗର ବିଶେଷଜ୍ଞଙ୍କ ଦ୍ବାରା ଏକ ସାଧାରଣ ମିଥେନ ଲଗର ବିକଶିତ କରାଯାଇଛି ।

greenhouse gas
ସ୍ବିଡେନ ବିଶେଷଜ୍ଞଙ୍କ ସରଳ ମିଥେନ ଲଗର
author img

By

Published : Jul 29, 2020, 7:23 PM IST

Updated : Feb 16, 2021, 7:31 PM IST

ସ୍ବିଡେନ: ଦିନକୁ ଦିନ ବଢି ଚାଲିଛି ବାୟୁ ପ୍ରଦୂଷଣ । ଯାହାକୁ ନେଇ ଏବେ ବିଶ୍ବ ଜଳବାୟୁରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି । ଧିରେ ଧିରେ ବାୟୁମଣ୍ଡଳ ଅଧିକ ପ୍ରଦୂଷିତ ହେବାରେ ଲାଗିଛି । ଯାନାବାହାନ, କଳକାରଖାନା ତଥା ଦ୍ରୁତ ସହରୀକରଣ ଯୋଗୁଁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ମାତ୍ରା ବଢ଼ିବା ସହ ସବୁଜଘର ଗ୍ୟାସ ମଧ୍ୟ ଦ୍ରୁତ ବେଗରେ ବଢୁଥିବାରୁ ଗ୍ଲାବାଲ ୱାର୍ମିଂ ବୃଦ୍ଧି ଭଳି ସମସ୍ୟା ଉପୁଜୁଛି । ତେବେ ଏହି ଗ୍ରୀନହାଉସ ଗ୍ୟାସ ନିର୍ଗମନ ଉପରେ ନଜର ରଖିବା ପାଇଁ ଲିଙ୍କପିଙ୍ଗ ବିଶ୍ବବିଦ୍ୟାଳୟ ଥିମେଟିକ ଷ୍ଟଡିଜ୍ ଓ ପରିବେଶ ପରିବର୍ତ୍ତନ ବିଭାଗର ବିଶେଷଜ୍ଞଙ୍କ ଦ୍ବାରା ଏକ ସାଧାରଣ ମିଥେନ ଲଗର ବିକଶିତ କରାଯାଇଛି ।

greenhouse gas
ଶସ୍ତା ଏବଂ ସହଜରେ ଉପଲବ୍ଧ ହୋଇପାରୁଥିବା ଯନ୍ତ୍ରାଂଶ ବ୍ୟବହାର କରି ନିର୍ମିତ

ତେବେ ସବୁଠୁ ବଡ କଥା ହେଲା ଯେ, ଏହା ଶସ୍ତା ଏବଂ ସହଜରେ ଉପଲବ୍ଧ ହୋଇପାରୁଥିବା ଯନ୍ତ୍ରାଂଶ ବ୍ୟବହାର କରି ନିର୍ମିତ କରାଯାଇଛି । ଯାହା ମିଥେନ, କାର୍ବନ ଡାଇଅକ୍ସାଇଡ, ତାପମାତ୍ରା ଏବଂ ଆର୍ଦ୍ରତା ସ୍ତର ଉପରେ ତଥ୍ୟ ପ୍ରଦାନ କରିବ ।

ଏପର୍ଯ୍ୟନ୍ତ, ଗ୍ରୀନହାଉସ ଗ୍ୟାସ ନିର୍ଗମନ ବାବଦରେ ତଥ୍ୟ ଦେବାକୁ ବହୁ କଠିନ ମଡେଲ ଗୁଡିକ ଉପରେ ନିର୍ଭର କରିବାକୁ ପଡୁଥିବାବେଳେ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଯେ, ଆମେ କିଛି ସ୍ଥାନୀୟ ଭାବେ ଅନେକ କିଛି ତଥ୍ୟ ହାସଲ କରିପାରିବା । ଆମେ ଆଶା କରୁଛୁ ଆମେ ନିର୍ମାଣ କରିଥିବା ଶସ୍ତା ମିଥେନ ଲଗର ଗ୍ରୀନହାଉସ ଗ୍ୟାସ ନିର୍ଗମନ ହ୍ରାସ କରିବା କ୍ଷେତ୍ରରେ ଯଥେଷ୍ଟ ସହାୟକ ହେବ ବୋଲି କହିଛନ୍ତି ପରିବେଶ ପରିବର୍ତ୍ତନ ପ୍ରଫେସର ଡେଭିଡ ବସ୍ତଭିକେନ ।

ସ୍ବଳ୍ପ ମୂଲ୍ୟର ମାପକ ପ୍ରଣାଳୀର ଅଭାବ:

ଗ୍ରୀନହାଉସ ଗ୍ୟାସ ଫ୍ଲକ୍ସକୁ ନିର୍ଣ୍ଣୟ କରିବା ପାଇଁ ବର୍ତ୍ତମାନ ବହୁଳ ବ୍ୟବହାର କରାଯାଉଥିବା ମାପକ ପ୍ରଣାଳୀ ସ୍ବଳ୍ପମୂଲ୍ୟର ହୋଇଥିବାବେଳେ ଏହାର ବିଶ୍ବାସଯୋଗ୍ୟ ତଥ୍ୟ ଦେବାରେ ଅସମର୍ଥ । 2015 ମସିହାରେ ଡେଭିଡ ବସ୍ତଭିକେନଙ୍କ ତାଙ୍କର ସହଯୋଗୀ କାର୍ବନ ଡାଇଅକ୍ସାଇଡ ପାଇଁ ଏକ ଲଗର ପ୍ରସ୍ତୁତ ଉପରେ ବର୍ଣ୍ଣନା କରି ପ୍ରକାଶ କରିଥିଲେ । ଯାହାକୁ ବର୍ତ୍ତମାନ ବିଭିନ୍ନ ପ୍ରକାର ପରିବେଶ ମାପକ ରୂପେ ବ୍ୟବହାର କରାଯାଉଛି । ହେଲେ ମିଥେନ ଗ୍ୟାସ ପାଇଁ ଟିକେ ଅଧିକ ଉନ୍ନତମାନର ଜଟିଳ ଏବଂ ମହଙ୍ଗା ମାପ ଉପକରଣ ଆବଶ୍ୟକ । ଯାହା ବାୟୋଜିଓ ସାଇନ୍ସର ସାମ୍ପ୍ରତିକ ଆର୍ଟିକିଲରେ, ଗବେଷକମାନେ ମିଥେନ ପାଇଁ ଏକ ଶସ୍ତା ସେନସର ଉପରେ ଉଲ୍ଲେଖ କରିଛନ୍ତି ।

ଗ୍ରୀନହାଉସ ଗ୍ୟାସରେ ମିଥେନ, ନାଇଟ୍ରସ ଅକ୍ସାଇଡ, କାର୍ବନ ଡାଇଅକ୍ସାଇଡ, ଜଳୀୟ ବାଷ୍ପ ଓ ଓଜୋନ ରହିଛି । ଏମାନଙ୍କ ମଧ୍ୟରେ ମିଥେନ, CH4, ସବୁଠାରୁ ଗୁରୁତ୍ବପୂର୍ଣ୍ଣ । କାହିଁକିନା ଏହା ଦୀର୍ଘସ୍ଥାୟୀ ଗ୍ରୀନହାଉସ ଗ୍ୟାସ ମଧ୍ୟରୁ ଅନ୍ୟତମ । ଯାହା ଗ୍ଲୋବାଲ୍ ୱାର୍ମିଂରେ ବହୁତ ସହାୟକ ହୋଇଥାଏ । 1750 ଦଶକ ପରଠାରୁ ବାୟୁମଣ୍ଡଳରେ ଏହାର ଆପେକ୍ଷିକ ବୃଦ୍ଧି ଅନ୍ୟ ଗ୍ରୀନହାଉସ ଗ୍ୟାସ ଅପେକ୍ଷା ଅଧିକ ଥିଲା |

ଆମେ ବର୍ତ୍ତମାନ ଏକ ସରଳ ଲଗର ନିର୍ମାଣ ଏବଂ ପରୀକ୍ଷଣ କରିଛୁ ଯାହା ମୁକ୍ତ ଉତ୍ସ ଅରଡ୍ୟୁନୋ Arduino ହାର୍ଡୱେର ଉପରେ ଆଧାରିତ । ଯେଉଁଥିରେ ବ୍ୟବହୃତ ହୋଇଥିବା ଅନେକ ଯନ୍ତ୍ରାଂଶ ଗୁଡିକ ଇଲେକଟ୍ରୋନିକ୍ସ ଷ୍ଟୋରରେ ସହଜରେ ଉପଲବ୍ଧ ହୋଇଯିବ । କିମ୍ବା ଏହାକୁ ଆପଣ ଅନଲାଇନରେ 200 ୟୋରୋ ବା( ଭାରତୀୟ ମୁଦ୍ରାରେ ପାଖାପାଖି15,550ଟଙ୍କା) ଭିତରେ ଅର୍ଡର ମଧ୍ୟ କରିପାରିବେ ବୋଲି ଡେଭିଡ ବସ୍ତଭିକେନ କହିଛନ୍ତି ।

Last Updated : Feb 16, 2021, 7:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.