ETV Bharat / science-and-technology

ଆସନ୍ତା ଅକ୍ଟୋବରରୁ ବିଶ୍ବବାସୀଙ୍କ ପାଇଁ ରିଲିଜ ହେବ ଚନ୍ଦ୍ରଯାନ-2 ଡାଟା

author img

By

Published : Jul 21, 2020, 11:05 PM IST

Updated : Feb 16, 2021, 7:31 PM IST

ଇଣ୍ଡିଆଲ ସ୍ପେଶ ରିସର୍ଚ୍ଚ ଅର୍ଗାନାଇଜେସନ(ଇସ୍ରୋ) ନିଜ ଚନ୍ଦ୍ରଯାନ-2 ମିଶନର ଡାଟା ଖୁବଶୀଘ୍ର ରିଲିଜ ନେଇ ମଙ୍ଗଳବାର ସୂଚନା ଦେଇଛି । ଏହି ସୂଚନା ଅନୁଯାୟୀ ମହାକାଶରେ ଥିବା ଚନ୍ଦ୍ରଯାନ-2 ବର୍ତ୍ତମାନ ପର୍ଯ୍ୟନ୍ତ ଏକତ୍ରିତ କରିଥିବା ବୈଜ୍ଞାନିକ ତଥ୍ୟକୁ ଆସନ୍ତା ଅକ୍ଟୋବରରୁ ସାର୍ବଜନୀନ କରାଯିବ ।

isro latest news, isro, chandrayaan-2 update, chandrayaan-2, scientific data from chandrayaan-2, ଇସ୍ରୋ ଲାଟେଷ୍ଟ ନ୍ୟୁଜ୍‌, ଚନ୍ଦ୍ରଯାନ-2 ଅପଡେଟ, ଚନ୍ଦ୍ରଯାନ-2 ଉପଲବ୍ଧି, ଲାଟେଷ୍ଟ ମହାକାଶ ଖବର, ସାର୍ବଜନୀନ ହେବ ଚନ୍ଦ୍ରଯାନ-2 ମିଶନ ତଥ୍ୟ
ଆସନ୍ତା ଅକ୍ଟୋବରରୁ ବିଶ୍ବବାସୀଙ୍କ ପାଇଁ ରିଲିଜ ହେବ ଚନ୍ଦ୍ରଯାନ-2 ଡାଟା

ଚେନ୍ନାଇ: ଇଣ୍ଡିଆଲ ସ୍ପେଶ ରିସର୍ଚ୍ଚ ଅର୍ଗାନାଇଜେସନ(ଇସ୍ରୋ) ନିଜ ଚନ୍ଦ୍ରଯାନ-2 ମିଶନର ଡାଟା ଖୁବଶୀଘ୍ର ରିଲିଜ ନେଇ ମଙ୍ଗଳବାର ସୂଚନା ଦେଇଛି । ଏହି ସୂଚନା ଅନୁଯାୟୀ ମହାକାଶରେ ଥିବା ଚନ୍ଦ୍ରଯାନ-2 ବର୍ତ୍ତମାନ ପର୍ଯ୍ୟନ୍ତ ଏକତ୍ରିତ କରିଥିବା ବୈଜ୍ଞାନିକ ତଥ୍ୟକୁ ଆସନ୍ତା ଅକ୍ଟୋବରରୁ ସାର୍ବଜନୀନ କରାଯିବ । ଏହି ତଥ୍ୟ ବିଶ୍ବବ୍ୟାପୀ ବ୍ୟବହାର କରାଯାଇପାରେ ବୋଲି ମଧ୍ୟ ସୂଚନା ରହିଛି ।

ମଙ୍ଗଳବାର ହୋଇଥିବା ଘୋଷଣାରେ ଇସ୍ରୋ ଭାରତର ଦ୍ବିତୀୟ ଚନ୍ଦ୍ର ମିଶନର ଏକ ବର୍ଷ ପୂର୍ତ୍ତି ନେଇ ସୂଚନା ଦେଇଥିଲା । ଏହି ମିଶନ ପାଇଁ ଜିଓସିଙ୍କ୍ରୋନସ ସାଟେଲାଇଟ ଲଞ୍ଚ ଯାନ (ଜିଏସଏଲଭି)-MkIII-M1ର ବ୍ୟବାହର ହୋଇଥିଲା । ଗତ ବର୍ଷ ଜୁଲାଇ 22ରେ ବାହୁବଳୀ ନାମ ଦିଆଯାଇଥିବା ଏହି ଜିଏସଏଲଭି ରକେଟ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଲଞ୍ଚିଂ ପ୍ୟାଡରୁ ଉତକ୍ଷେପଣ କରିଥିଲା ।

କେତେ ଯାନ୍ତ୍ରିକ ତ୍ରୁଟି ପାଇଁ ମିଶନଟି ସମ୍ପୂର୍ଣ୍ଣ ଫଳପ୍ରଦ ହୋଇନଥିଲେ ସୁଦ୍ଧା ଏହା ମହାକାଶରେ ରହି ଅନ୍ୟାନ୍ୟ ବୈଜ୍ଞାନିକ ଓ ମହାକାଶୀୟ ତଥ୍ୟ ସଂଗ୍ରହ କରିବାରେ ଲାଗିଛି । ଏହି ମିଶନର ପେଲୋଡ ଓ ପାରାମିଟର୍ସରୁ ଉର୍ଦ୍ଧୃତ ତଥ୍ୟକୁ ନେଇ ଚନ୍ଦ୍ରୁ ମେରୁ ଅଞ୍ଚଳରେ ଜଳ ଓ ବରଫର ସ୍ଥିତି ରହିଛି କି ନାହିଁ, ତାହା ପରୀକ୍ଷା କରାଯାଉଛି । ଏଥିପାଇଁ ଚନ୍ଦ୍ର ପୃଷ୍ଠର ମେରୁ ଅଞ୍ଚଳରୁ ଏକ୍ସ-ରେ ଓ ଇନଫ୍ରାରେଡ ସ୍ପେକ୍ଟୋସ୍କୋପିକ ମିନେରାଲର ତଥ୍ୟ ସଂଗୃହିତ ହୋଇଛି । ଏଥିସହ ଚନ୍ଦ୍ରପୃଷ୍ଠରେ ନୋବେଲ ଗ୍ୟାସ ଆର୍ଗନ-40 ବା ଘନୀଭୂତ ହୋଇପାରୁଥିବା ଗ୍ୟାସ ମହଜୁଦ ରହିଛି କି ନାହିଁ, ତାହା ମଧ୍ୟ ପରୀକ୍ଷା କରାଯାଉଛି ।

ଏପରି ଭାବେ ଚନ୍ଦ୍ରଯାନ-2 ମିଶନରୁ ମିଳିଥିବା ଗୁରୁତ୍ବପୂର୍ଣ୍ଣ ବୈଜ୍ଞାନିକ ତଥ୍ୟ ସବୁକୁ ଆସନ୍ତା ଅକ୍ଟୋବରରେ ସାର୍ବଜନୀନ କରିବା ନେଇ ଇସ୍ରୋ ସ୍ପଷ୍ଟ କରିଛି । ପ୍ରଥମେ ଏହି ତଥ୍ୟ ଆୟୋଜିତ ହେବାକୁ ଥିବା ବାର୍ଷିକ ଲୁନାର ପ୍ଲାନେଟୋରୀ ସାଇନ୍ସ କନଫରେନ୍ସରେ ପ୍ରକାଶ କରାଯିବାର ଯୋଜନା ରହିଥିଲା । ହେଲେ କୋରୋନା ମହାମାରୀ ପାଇଁ ଏହା ବାତିଲ ହୋଇଥିଲା ।

ସୂଚନା ମୁତାବକ ଗତବର୍ଷ ଜୁଲାଇ 22ରେ ଆରମ୍ଭ ହୋଇଥିବା ଏହି ମିଶନରେ ଅଗଷ୍ଟ 20 ତାରିଖ, 2019ରେ ସ୍ପେଶକ୍ରାଫ୍ଟ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା । ଏଥିରେ ଥିବା 8ଟି ପେଲୋଡ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ରହିଛନ୍ତି ।

@IANS

Last Updated : Feb 16, 2021, 7:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.