ETV Bharat / science-and-technology

ଆସନ୍ତା 13 ରେ ମହାଜାଗତିକ ଦୃଶ୍ୟ, ସୂର୍ଯ୍ୟର ସବୁଠୁ ନିକଟତର ଓ ବିପରୀତରେ ରହିବ ମଙ୍ଗଳ

author img

By

Published : Oct 9, 2020, 7:49 PM IST

Updated : Feb 16, 2021, 7:31 PM IST

ଆସନ୍ତା 13ରେ ମଙ୍ଗଳ ଗ୍ରହ ସୂର୍ଯ୍ୟଙ୍କ ବିପରୀତରେ ଅବସ୍ଥାପିତ ହେବା କାରଣରୁ ପୃଥିବୀ ଓ ମଙ୍ଗଳ ମଧ୍ୟ ପାଖାପାଖି ରହିବେ । ଯାହାକୁ ଆପଣ ଟେଲିସ୍କୋପ ଦ୍ବାରା ଦେଖିପାରିବେ ।

ଅକ୍ଟୋବର 13ରେ ମହାଜାଗତୀୟ ଦୃଶ୍ୟ
ଅକ୍ଟୋବର 13ରେ ମହାଜାଗତୀୟ ଦୃଶ୍ୟ

ୱାଶିଂଟନ: ଆକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ ! ଆସନ୍ତା 13ରେ ମଙ୍ଗଳ ଗ୍ରହ ସୂର୍ଯ୍ୟଙ୍କ ବିପରୀତରେ ଅବସ୍ଥାପିତ ହେବ । ଏହି କାରଣରୁ ପୃଥିବୀ ଓ ମଙ୍ଗଳ ମଧ୍ୟ ପାଖାପାଖି ରହିବେ । ଏହି ସମୟରେ ରେଡ୍ ପ୍ଲାନେଟ କୁହାଯାଉଥିବା ମଙ୍ଗଳ ଗ୍ରହ ସବୁଠୁ ଉଜ୍ଜଳ ଦେଖାଯିବ । ଏହି ଘଟଣା ବିରଳ ହୋଇଥିବାବେଳେ ଏଭଳି ଦୃଶ୍ୟ 2035 ମସିହା ପର୍ଯ୍ୟନ୍ତ ଆଉ ଦୃଶ୍ୟମାନ ହେବନାହିଁ ବୋଲି Sky & Telescope ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ଆକାଶରେ ମଙ୍ଗଳ ସୂର୍ଯ୍ୟଙ୍କ ବିପରୀତରେ ରହିବେ । ଯାହାର ଫଳସ୍ବରୂପ ସୂର୍ଯ୍ୟ ଅସ୍ତ ହେବା ମାତ୍ରେ ମଙ୍ଗଳ ପୂର୍ବ ଦିଗରେ ଉଦୟ ହେବେ ଏବଂ ପୂରା ରାତି ଆକାଶରେ ରହିବା ପରେ ପଶ୍ଚିମରେ ଅସ୍ତ ହୋଇଥାନ୍ତି ।

ଏହି ସମୟରେ ମଙ୍ଗଳ ଗ୍ରହ ଆକାରରେ ବଡ, ଆହୁରି ଗାଢ ନାଲି ଦେଖାଯିବ ସହ ଅଧିକ ଉଜ୍ଜଳ ଦିଶିବ । ପୃଥିବୀ, ସୂର୍ଯ୍ୟ ଓ ମଙ୍ଗଳ ଏକ ସମାନ୍ତରାଳ ରେଖାରେ ରହିବେ । ତେବେ ମଙ୍ଗଳ ଗ୍ରହ ବିପରୀତରେ ଅବସ୍ଥାନ କରେ, ଯେତେବେଳେ ପୃଥିବୀ ମଙ୍ଗଳ ଏବଂ ସୂର୍ଯ୍ୟ ମଧ୍ୟରେ ଅବସ୍ଥାପିତ କରିଥାଏ । ଆଉ ପୃଥିବୀ ଯେତେବେଳେ ନିଜ ଅକ୍ଷ ଚାରିପଟେ ବୁଲୁଥିବାବେଳେ ସୂର୍ଯ୍ୟ ଓ ମଙ୍ଗଳ ଗ୍ରହ ମଧ୍ୟରେ ଆସିଯାଏ, ଏହି ସମୟରେ ମଙ୍ଗଳ ପୃଥିବୀ ଓ ସୂର୍ଯ୍ୟର ବିରୋଧି ହୋଇଯାଏ । ମଙ୍ଗଳ ଗ୍ରହ ସୂର୍ଯ୍ୟଠାରୁ 24 କୋଟି କିମି ଦୂରରେ ରହିଥିବାବେଳେ ପୃଥିବୀ ସୂର୍ଯ୍ୟ ଠାରୁ 15 କୋଟି କିମି ଦୂରରେ ରହିଥାଏ ।

ମଙ୍ଗଳ ନିଜ କକ୍ଷ ଦେଇ ସୂର୍ଯ୍ୟ ଚାରିପଟେ ବୁଲିବାକୁ 687 ଦିନ ଲାଗୁଥିବାବେଳେ ପୃଥିବୀ ନିଜ କକ୍ଷ ଚାରିପଟେ ବୁଲିବାକୁ 365 ଦିନ ସମୟ ନେଇଥାଏ । ଏହି କାରଣରୁ ପୃଥିବୀ ଓ ମଙ୍ଗଳ ଗ୍ରହ ପ୍ରତି 26 ମାସର ବ୍ୟବଧାନରେ ପରସ୍ପରର ବିପରିତରେ ଅବସ୍ଥାନ କରନ୍ତି । ତେବେ ଚଳିତବର୍ଷ ବିଶେଷତ୍ବ ହେଲା, ଯେତେବେଳେ ମଙ୍ଗଳ ନିଜ କକ୍ଷ ଚାରିପଟେ ବୁଲୁଥିବାବେଳେ କକ୍ଷର ସେହି ବିନ୍ଦୁ ବା ଶିଖରରେ ପହଞ୍ଚିବ, ଯାହା ସୂର୍ଯ୍ୟଙ୍କ ସବୁଠୁ ନିକଟତର, ତାହାକୁ ପେରିହେଲିୟନ କୁହାଯାଏ ।

ପୂର୍ବରୁ 2003 ମସିହାରେ ପୃଥିବୀ ଓ ମଙ୍ଗଳ ମଧ୍ୟରେ 34.6 ମିଲିଅନ କିମି, 2018 ମସିହାରେ ଏମାନଙ୍କ ମଧ୍ୟରେ 35.8 ମିଲିଅନ କିମି ଦୂରତା ରହିଥିଲା । ମାତ୍ର 2020, ଅକ୍ଟୋବର 13, ମଙ୍ଗଳବାରରେ ଦେଖାଦେବାକୁ ଯାଉଥିବା ଦୃଶ୍ୟରେ ମଙ୍ଗଳ ପୃଥିବୀ ଠାରୁ 62 ମିଲିଅନ କିମି ଦୂରରେ ରହିବ ।

ଏହିଦିନ ମଙ୍ଗଳ ଗ୍ରହ ଚନ୍ଦ୍ରଠାରୁ 160 ଗୁଣ ଅଧିକ ବଡ ରହିବ । ଯାହା 2035 ମସିହା ଯାଏଁ ମଙ୍ଗଳ ଆଉ ପୃଥିବୀ ପୁଣି ପୁନର୍ବାର ଏତେ ନିକଟତର ଦେଖାଯିବେ ।

Last Updated : Feb 16, 2021, 7:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.