କାପେ କାନାଭେରାଲ: ଆମେରିକା ଗବେଷଣା ସଂସ୍ଥା ନାସା ପକ୍ଷରୁ ମଙ୍ଗଳ ଗ୍ରହକୁ ଆଜି(ଗୁରୁବାର) ଉତକ୍ଷେପଣ ହେଉଛି ଉନ୍ନତ ମାନର ମହାକାଶ ଯାନ । ତେବେ ଏହା ନାସାର ତୃତୀୟ ମିଶନରେ ମହାକାଶ ଯାନକୁ ମଙ୍ଗଳ ଗ୍ରହକୁ ପଠାଯାଇଛି । ଗୁରୁବାର ସକାଳୁ କାପେ କାନାଭେରାଲ ଠାରୁ ଏହାକୁ ଲଞ୍ଚ କରାଯାଇଛି । ଏହି ମହାକାଶଯାନ ମଙ୍ଗଳ ଗ୍ରହରେ ପହଞ୍ଚିବାକୁ ଆସନ୍ତାବର୍ଷ 2021 ଫେବୃଆରୀ ଅର୍ଥାତ୍ ପାଖାପାଖି 7 ମାସ ସମୟ ଲାଗିବ । ଏଥିପାଇଁ ଏହି ମହାକାଶ ଯାନକୁ 300 ନିୟୁତ ମାଇଲ ଅତିକ୍ରମ କରିବା ପରେ ମଙ୍ଗଳଗ୍ରହରେ ଅବତରଣ କରିବ ।
ନାସା ପକ୍ଷରୁ ମଙ୍ଗଳ ଗ୍ରହରେ ପୂର୍ବରୁ 8ଟି ସଫଳ ମଙ୍ଗଳଯାନ ଅବତରଣ କରିବା ପରେ ନାସାର ଏହା ନବମ ମହାକାଶଯାନ ହେବ । ଯାହାକୁ ଉନ୍ନତ ଜ୍ଞାନକୌଶଳ ଦ୍ବାରା ପ୍ରସ୍ତୁତ କରାଯାଇଛି । ଏହିମାହାକାଶ ଯାନ ମଙ୍ଗଳ ଭୂପୃଷ୍ଠରେ ଓହ୍ଲାଇବା ପରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ବାବଦରେ ସୂଚନା ଦେବ । ଏହି ପରସେଭେରାନ୍ସ ମହାକାଶ ଯାନ ଅବିକଳ ନାସାର କ୍ୟୁରିଓସିଟି ମହାକାଶଯାନର ଅବିକଳ ନକଲ । ଏହା ଦେଖିବାକୁ ଛୋଟ କାର ଭଳି । ଯେଉଁଥିରେ 6ଟି ଚକ ରହିଛି । ଏହି ମହାକାଶଯାନକୁ 2012 ମସିହାରେ ନାସା ପକ୍ଷରୁ ମଙ୍ଗଳ ଗ୍ରହକୁ ପଠାଇଥିଲା । ମାତ୍ର ଗୁରୁବାର ମଙ୍ଗଳ ଗ୍ରହକୁ ପଠାଯାଇଥିବା ପରସେଭେରାନ୍ସ ମହାକାଶ ଯାନରେ ଆଜିପର୍ଯ୍ୟନ୍ତ ମଙ୍ଗଳ ଗ୍ରହକୁ ପଠାଯାଇଥିବା ସବୁ ମହାକାଶଯାନ ଅପେକ୍ଷା ଅଧିକ ଜ୍ଞାନକୌଶଳ ଓ ଟେକ୍ନାଲୋଜିର ପ୍ରୟୋଗ କରାଯାଇଛି । ଏହାର ଉଚ୍ଚତା 7 ଫୁଟ(2ମିଟର) ରୋବର୍ଟିକ ଆର୍ମ ସହ ଷ୍ଟ୍ରଙ୍ଗର ଗ୍ରିପ ସହ ବିଗର ଡ୍ରିଲ ବ୍ୟବହାର କରାଯାଇଛି । ଯାହା ମଙ୍ଗଳ ଗ୍ରହର ପଥର ସାମ୍ଫୁଲ ଇତ୍ୟାଦି ସଂଗ୍ରହ କରିବାରେ ସକ୍ଷମ ହୋଇପାରିବ । ପରସେଭେରାନ୍ସ ମହାକାଶ ଯାନର ଆଉ ଏକ ବିଶେଷ୍ବତ ହେଲା ସ୍ବଚାଳିତରେ ସକ୍ଷମ ।
ଏହାସହ ଏଥିରେ ଅତ୍ୟାଧୁନିକ 23ଟି କ୍ୟାମେରା ବ୍ୟବହାର କରାଯାଇଛି । ଲାଟେଷ୍ଟ ଲ୍ୟାଣ୍ଡିଂ ଟେକ୍ନୋଲୋଜି ରହିବା ସହ ଅଧିକ ସଂଖ୍ୟକ କ୍ୟାମେରା ଏବଂ ମାଇକ୍ରୋଫୋନ ରହିବ । ଯାହା ମଙ୍ଗଳ ଗ୍ରହର ଦୃଶ୍ୟ ଏବଂ ଶବ୍ଦକୁ କାବୁ କରିବାକୁ କ୍ଷମତା ହୋଇପାରିବ । ଏହାର ସୁପର ସାନିଟାଇଜ ସାମ୍ପୁଲ ରିଟର୍ଣ୍ଣ ଟ୍ୟୁବ ମଙ୍ଗଳ ଗ୍ରହରେ ଥିବା ପଥର ସଂଗ୍ରହ କରିବା ସହ ଲାଲ ଗ୍ରହରେ ହୋଇଥିବା ଅତୀତର ଘଟଣା ଜୀବନ ସନ୍ଧାନର ମଧ୍ୟ କିଛି ପ୍ରମାଣ ସଂଗ୍ରହ କରିପାରିବ । ଟେଷ୍ଟ ଫ୍ଲାଇଟ ଭଳି ଏଥିରେ ହେଲିକପ୍ଟର ମଧ୍ୟ ଟ୍ୟାଗ୍ କରିବା ସିଷ୍ଟମ ରହିଛି ।
ଯାହା ବୈଜ୍ଞାନିକମାନଙ୍କୁ ଏହା କୌଣସି ପ୍ରତିଯୋଗୀତା ମୂଳ ଭାବେ ନୁହେଁ ବଂର ମଙ୍ଗଳ ଗ୍ରହ ଉପରେ ଅଧିକ ଜାଣିବା ପାଇଁ ପରୀକ୍ଷାମୂଳକ ଭାବେ ଏହି ମହାକାଶ ଯାନକୁ ପଠାଯାଇଛି ବୋଲି ନାସାର ଆଡମିନିଷ୍ଟ୍ରେଟର ଜିମ ବ୍ରିଡେନଷ୍ଟାଇନ ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ