ETV Bharat / science-and-technology

ଖଦି ପ୍ରାକୃତିକ ରଙ୍ଗ: ଗାଈ ଗୋବରରୁ ପ୍ରସ୍ତୁତ ଦେଶର ପ୍ରଥମ ପ୍ରାକୃତିକ ରଙ୍ଗ - ଗୋଈ ଗୋବରରୁ ପ୍ରସ୍ତୁତ ରଙ୍ଗ

ଗାଈ ଗୋବରରୁ ପ୍ରସ୍ତୁତ ହୋଇଛି ଦେଶର ପ୍ରଥମ ପ୍ରାକୃତିକ ରଙ୍ଗ । ଯାହାର ନାମ ରହିଛି ଖଦି ପ୍ରାକୃତିକ ପେଣ୍ଟ । ଏହା ବୀଜାଣୁ ଓ ଶିଉଳି ରହିତ ହୋଇଥିବାବେଳେ ଏହାର ବହୁଳ ବ୍ୟବହାର କୃଷକ ଓ ଗୋପାଳକମାନଙ୍କ ଆୟ ବୃଦ୍ଧିରେ ସହାୟକ ହେବ । ଅଧିକ ପଢନ୍ତୁ...

khadi prakritik paint, india's first cow dunk paint
ଖଦି ପ୍ରାକୃତିକ ରଙ୍ଗ: ଗାଈ ଗୋବରରୁ ପ୍ରସ୍ତୁତ ଦେଶର ପ୍ରଥମ ପ୍ରାକୃତିକ ରଙ୍ଗ
author img

By

Published : Jan 14, 2021, 9:17 PM IST

Updated : Feb 16, 2021, 7:31 PM IST

ନୂଆଦିଲ୍ଲୀ: ଦେଶରେ ପ୍ରଥମ ଗାଈ ଗୋବରରୁ ପ୍ରସ୍ତୁତ ପ୍ରାକୃତିକ ରଙ୍ଗ ଉନ୍ମୋଚିତ । ଏହି ରଙ୍ଗର ନାମ ରହିଛି ଖଦି ପ୍ରାକୃତିକ ପେଣ୍ଟ । କେନ୍ଦ୍ର ସଡକ ପରିବହନ ଏବଂ ଏମଏସଏମଇ ମନ୍ତ୍ରୀ ନୀତିନ ଗଡକରୀ ତାଙ୍କ ବାସଭବନରେ ଏହି ପ୍ରାକୃତିକ ରଙ୍ଗର ଉନ୍ମୋଚନ କରିଛନ୍ତି । ଖଦି ଏବଂ ଗ୍ରାମ୍ୟ ଶିଳ୍ପ କମିଶନରଙ୍କ ଦ୍ବାରା ଖଦି ପ୍ରାକୃତିକ ରଙ୍ଗଟି ବିକଶିତ କରାଯାଇଛି । ଉନ୍ମୋଚନ କାର୍ଯ୍ୟକ୍ରମ ସମୟରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ଗିରିରାଜ ସିଂହ ଏବଂ ଖଦି କମିଶନର ଅଧ୍ୟକ୍ଷ ବିନୟ କୁମାର ସକ୍ସେନା ପ୍ରମୁଖ ଉପସ୍ଥିତ ଥିଲେ ।

khadi prakritik paint, india's first cow dunk paint
ଖଦି ପ୍ରାକୃତିକ ରଙ୍ଗ: ଗାଈ ଗୋବରରୁ ପ୍ରସ୍ତୁତ ଦେଶର ପ୍ରଥମ ପ୍ରାକୃତିକ ରଙ୍ଗ

ଖଦି ପ୍ରାକୃତିକ ରଙ୍ଗଟି ବିଷ ହୀନ ଏବଂ ଏହାର ବୀଜାଣୁ ଓ ଶିଉଳି ରହିତ ଗୁଣ ରହିଛି । ଏହାର ପ୍ରମୁଖ ସାମଗ୍ରୀ ଗୋବର ହୋଇଥିବାବେଳେ ଏହି ରଙ୍ଗ ଗନ୍ଧହୀନ ଓ ଦର ଲୋକଙ୍କ କ୍ରୟ ସାମର୍ଥ ଭିତରେ ରହିବା ସହ ଭାରତୀୟ ମାନକ ବ୍ୟୁରୋରୁ ଏହା ପ୍ରମାଣପତ୍ର ହାସଲ କରିଛି । ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ କହିଛନ୍ତି, କୃଷକଙ୍କ ଆୟ ବୃଦ୍ଧି ପାଇଁ ଏହି ପଦକ୍ଷେପ ନିଆଯାଇଛି । ଏହାଦ୍ବାରା ଗ୍ରାମୀଣ ଅର୍ଥନୀତିରେ ଉନ୍ନତି ଆସି ପାରିବ । ତେବେ ଗୋଟିଏ ଲିଟର ଡିସଟେମ୍ପର ରଙ୍ଗର ଦର 120 ଟଙ୍କା ରହିଥିବାବେଳେ ଗୋଟିଏ ଲିଟର ଏମୁଲେସନ ରଙ୍ଗର ମୂଲ୍ୟ 225 ଟଙ୍କା ରହିଛି, ଯାହାକି ବଡ ବଡ କମ୍ପାନୀର ଦର ତୁଳନାରେ ଅଧାରୁ କମ୍ ।

ଖଦି ପ୍ରାକୃତିକ ରଙ୍ଗ ଦୁଇଟି କିସମରେ ଉପଲବ୍ଧ ହେବ ଯଥା- ଡିସଟେମ୍ପର ଏବଂ ପ୍ଲାଷ୍ଟିକ ଏମୁଲେସନ ରଙ୍ଗ । ଏହି ପ୍ରକଳ୍ପର ରୂପରେଖ ମାର୍ଚ୍ଚ 2020ରେ କେଭିଆଇସି ଦ୍ବାରା ପ୍ରସ୍ତୁତ ହୋଇଥିଲା ଏବଂ ପରେ ଜୟପୁରର କେଭିଆଇସିର କୁମାରପା ଜାତୀୟ ହାତ ତିଆରି କାଗଜ ପ୍ରତିଷ୍ଠାନରେ ଏହା ବିକଶିତ ହୋଇଥିଲା । ଏହି ରଙ୍ଗଟି ସୀସା, ପାରଦ, କ୍ରୋମିୟମ, ଆର୍ସେନିକ, କାଡାମିୟମ ଭଳି ଭାରୀ ଧାତୁ ମୁକ୍ତ । ଏହା ସ୍ଥାନୀୟ ଉତ୍ପାଦନକାରୀଙ୍କୁ ଉତ୍ସାହିତ କରିବା ସହ ସ୍ଥାନାନ୍ତର ମାଧ୍ୟମରେ ଦୀର୍ଘସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଖଦି ପ୍ରାକୃତିକ ରଙ୍ଗ ପ୍ରସ୍ତୁତି ଗୋବରର ବ୍ୟବହାର ବଢାଇବ । ଯଦ୍ବାରା କୃଷକ ଓ ଗୋପାଳକମାନଙ୍କର ଅତିରିକ୍ତ ଆୟ ବୃଦ୍ଧି ଘଟିବ ।

ଖଦି ପ୍ରାକୃତିକ ଡିସଟେମ୍ପର ଏବଂ ଏମୁଲେସନ ରଙ୍ଗ 3ଟି ପ୍ରତିଷ୍ଠିତ ଜାତୀୟ ପରୀକ୍ଷାଗାର ଯେପରିକି ମୁମ୍ବାଇର ଜାତୀୟ ପରୀକ୍ଷାଗାର, ନୂଆଦିଲ୍ଲୀର ଶ୍ରୀରାମ ଶିଳ୍ପ ଗବେଷଣା ପ୍ରତିଷ୍ଠାନ ଓ ଗାଜିଆବାଦରେ ସ୍ଥିତ ଜାତୀୟ ପରୀକ୍ଷାଗାରରେ ପରୀକ୍ଷା କରାଯାଇଛି । ତେବେ ଏହି ରଙ୍ଗଟି ଉଭୟ ଘର ଭିତରେ ଓ ବାହାରେ ବ୍ୟବହାର କରାଯାଇ ପାରିବ । ଡିସଟେମ୍ପର ଏବଂ ଏମୁଲେସନ ଧଳା ରଙ୍ଗରେ ଉପଲବ୍ଧ ହେଉଥିବାବେଳେ ଉପଯୁକ୍ତ ରଙ୍ଗ ମିଶ୍ରଣ କରି ଅନ୍ୟ କୌଣସି ରଙ୍ଗରେ ଏହାକୁ ବିକଶିତ କରାଯାଇ ପାରିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 16, 2021, 7:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.