ବେଙ୍ଗାଲୁରୁ: ଘରୋଇ ଡିଜିଟାଲ୍-ଦେଶୀ ବୀମାକାରୀ ACKO (ଏସିକେଓ) ପ୍ରାୟ 441 କୋଟି ପାଣ୍ଠି ବୃଦ୍ଧି କରିଛି । ବୁଧବାର କମ୍ପାନୀ କହିଛି, ମ୍ୟୁନିଚ ଭେଞ୍ଚର୍ସ ନେତୃତ୍ୱରେ ଏହି ପାଣ୍ଠି ବୃଦ୍ଧି ଘଟିଛି । ମ୍ୟୁନିଚର ଆରମ୍ଭରୁ ଏସିକେଓ ପାଇଁ ଏକ ରଣନୀତିକ ଭାଗିଦାରୀ ରୂପେ ରହିଆସିଛି ।
ଆମର ନିବେଶକ ଭାବରେ ସେମାନଙ୍କୁ ବୋର୍ଡକୁ ଆଣିବା ପାଇଁ ଆମେ ଉତ୍ସାହିତ ଅଟୁ। ବିଶ୍ବସ୍ତରରେ ସର୍ବବୃହତ ବୀମା କମ୍ପାନୀ ଭାବରେ ସେମାନଙ୍କର ବିନିଯୋଗ ଆମର ତଥ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ ବ୍ୟବସାୟ ମଡେଲ ଉପରେ ଆତ୍ମବିଶ୍ୱାସ ପ୍ରଦର୍ଶନ କରେ ବୋଲି ଏସିକେଓର ସିଇଓ କହିଛନ୍ତି ।
ଆମର ଉପସ୍ଥିତ ଥିବା ଇନେଣ୍ଟର ଆମାଜନ, ଇଣ୍ଟାକ୍ଟ ଏବଂ ଆରପିଏସ ଭେଞ୍ଚରସର ନିରନ୍ତର ସମର୍ଥନ ଦ୍ୱାରା ଏହି ଆତ୍ମବିଶ୍ୱାସ ଆହୁରି ଦୃଢ ହୋଇଛି ବୋଲି ସେ କହିଛନ୍ତି। ଏସିକେଓ କହିଛି ଯେ, ବର୍ତ୍ତମାନ ସୁଦ୍ଧା ଷ୍ଟାର୍ଟଅପ୍ 60 ମିଲିୟନରୁ ଅଧିକ ରହିଛି । ଯାହା ଗ୍ରାହକଙ୍କୁ 650 ମିଲିୟନ ପଲିସି ଜାରି କରିଛି।