ETV Bharat / science-and-technology

ଆଜିବି ଅମର ବ୍ରିଟିଶ ବୈଜ୍ଞାନିକ ରୋଜାଲିନ୍ଦ ଫ୍ରାଙ୍କଲିନ

ବିଂଶ ଶତାବ୍ଦୀର ଜଣେ ପ୍ରତିଷ୍ଠିତ ବୈଜ୍ଞାନିକ ଭାବରେ ରୋଜାଲିନ୍ଦ ଫ୍ରାଙ୍କଲିନଙ୍କ କାର୍ଯ୍ୟ ସମସ୍ତ ମାନବିକତାକୁ ଲାଭବାନ କରିଛି। ସେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ଫିଜିକାଲ କେମେଷ୍ଟ୍ରିରେ ପିଏଚଡି ହାସଲ କରିଥିଲେ। ସେ କ୍ରିଷ୍ଟାଲୋଗ୍ରାଫି ଏବଂ ଏକ୍ସ-ରେ ଡିଫ୍ରାକସନ ଶିଖିଥିଲେ । ଯାହାକୁ ସେ ଡିଏନଏ ଫାଇବରରେ ପ୍ରୟୋଗ କରିଥିଲେ ।

rosalind-franklin
ଆଜିବି ଅମର ବ୍ରିଟିଶ ବୈଜ୍ଞାନିକ ରୋଜାଲିନ୍ଦ ଫ୍ରାଙ୍କଲିନ
author img

By

Published : Jul 26, 2020, 6:07 PM IST

Updated : Feb 16, 2021, 7:31 PM IST

ହାଇଦ୍ରାବାଦ: ବିଂଶ ଶତାବ୍ଦୀର ଜଣେ ପ୍ରତିଷ୍ଠିତ ବୈଜ୍ଞାନିକ ଭାବରେ ରୋଜାଲିନ୍ଦ ଫ୍ରାଙ୍କଲିନଙ୍କ କାର୍ଯ୍ୟ ସମସ୍ତ ମାନବିକତାକୁ ଲାଭବାନ କରିଛି। ସେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ଫିଜିକାଲ କେମେଷ୍ଟ୍ରିରେ ପିଏଚଡି ହାସଲ କରିଥିଲେ। ସେ କ୍ରିଷ୍ଟାଲୋଗ୍ରାଫି ଏବଂ ଏକ୍ସ-ରେ ଡିଫ୍ରାକସନ ଶିଖିଥିଲେ । ଯାହାକୁ ସେ ଡିଏନଏ ଫାଇବରରେ ପ୍ରୟୋଗ କରିଥିଲେ ।

ତାଙ୍କର ଏକ ଫଟୋଗ୍ରାଫ ଡିଏନଏ ଗଠନ ଉପରେ ପ୍ରମୁଖ ସୂଚନା ପ୍ରଦାନ କରିଥିଲା ​​ । ଅନ୍ୟ ବୈଜ୍ଞାନିକମାନେ ତାହାକୁ ସେମାନଙ୍କର ଡିଏନଏ ମଡେଲକୁ ସମର୍ଥନ କରିବା ପାଇଁ ପ୍ରମାଣ ଭାବରେ ବ୍ୟବହାର କରିଥିଲେ । ଏଥିସହ ଆବିଷ୍କାର ପାଇଁ ଶ୍ରେୟ ମଧ୍ୟ ନେଇଥିଲେ । ତେବେ ଫ୍ରାଙ୍କଲିନ 1958 ମସିହାରେ 37 ବର୍ଷ ବୟସରେ ଓଭାରି କ୍ୟାନ୍ସରରେ ମୃତ୍ୟୁ ବରଣ କରିଥିଲେ।

rosalind-franklin
ଆଜିବି ଅମର ବ୍ରିଟିଶ ବୈଜ୍ଞାନିକ ରୋଜାଲିନ୍ଦ ଫ୍ରାଙ୍କଲିନ

ସେ 1920 ଜୁଲାଇ 25ରେ ଲଣ୍ଡନର ନଟିଂ ହିଲରେ ଏକ ଧନୀ ତଥା ପ୍ରଭାବଶାଳୀ ଯହୁଦୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ପିଲାଦିନରୁ ବହୁ ବୁଦ୍ଧିଆ ଥିଲେ । 15 ବର୍ଷ ବୟସରୁ ସେ ଜାଣିପାରିଥିଲେ ଯେ ସେ ଜଣେ ବୈଜ୍ଞାନିକ ହେବାକୁ ଚାହୁଁଛନ୍ତି। ସେ ଉତ୍ତର ଲଣ୍ଡନ କଲେଜିଏଟ ସ୍କୁଲ ସମେତ ଅନେକ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିଥିଲେ । ଯେଉଁଠାରେ ସେ ବିଜ୍ଞାନରେ ଭଲ ମାର୍କ ରଖୁଥିଲେ। ଫ୍ରାଙ୍କଲିନ 1938 ମସିହାରେ କେମ୍ବ୍ରିଜ୍ର ନ୍ୟୁନହମ କଲେଜରେ ନାମ ଲେଖାଇ ରସାୟନ ବିଜ୍ଞାନ ଅଧ୍ୟୟନ କରିଥିଲେ। 1941 ମସିହାରେ ତାଙ୍କୁ ଫାଇନାଲରେ ଦ୍ୱିତୀୟ ଶ୍ରେଣୀ ସମ୍ମାନ ପ୍ରଦାନ କରାଯାଇଥିଲା । ଯାହା ସେହି ସମୟରେ ଚାକିରୀ ଯୋଗ୍ୟତା ପାଇଁ ବ୍ୟାଚେଲର ଡିଗ୍ରୀ ଭାବରେ ଗ୍ରହଣ କରାଯାଇଥିଲା ।

ଏହାପରେ ସେ ବ୍ରିଟିଶ କୋଇଲା ୟୁଟିଲାଇଜେସନ ରିସର୍ଚ୍ଚ ଆସୋସିଏସନରେ ଆସିଷ୍ଟାଣ୍ଟ ରିସର୍ଚ୍ଚ ଅଫିସର ଭାବରେ କାର୍ଯ୍ୟ କରିବାକୁ ଆରମ୍ଭ କରିଥିଲେ। ଯେଉଁଠାରେ ସେ କୋଇଲାର ପୋରୋସିଟି ଅଧ୍ୟୟନ କରିଥିଲେ । ଯାହା ତାଙ୍କର 1945 ପିଏଚଡି ଥେଥିସ ଥିଲା । ତେବେ 1946 ମସିହାରେ କୋଇଲାକୁ ସ୍ବତନ୍ତ୍ର ରେଫରେନ୍ସ ସହିତ କଠିନ ଜୈବିକ କୋଲଏଡ୍ର ଫିଜିକାଲ କେମେଷ୍ଟ୍ରି ଅଧିନରେ ଫ୍ରାଙ୍କଲିନ୍ ପ୍ୟାରିସର ଲାବ୍ରୋଟୋରୀ ସେଣ୍ଟ୍ରାଲ୍ ଡେସ୍ ସର୍ଭିସେସ୍ ଚିମିକସ୍ ଡି ଟାଟରେ ନିଯୁକ୍ତ ହୋଇଥିଲେ । ଯେଉଁଠାରେ ସେ କ୍ରିଷ୍ଟାଲୋଗ୍ରାଫର ଜ୍ୟାକ୍ ମେରିଙ୍ଗଙ୍କ ସହ କାମ କରିଥିଲେ।

ତେବେ କ୍ରିଷ୍ଟାଲୋଗ୍ରାଫର ତାଙ୍କୁ ଏକ୍ସ-ରେ ଡିଫ୍ରାକସନ ଶିଖାଇଥିଲେ । ଯାହା ତାଙ୍କୁ ତାଙ୍କ ରିସର୍ଚ୍ଚରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଯାହାକି ଦ ସିକ୍ରେଟ ଅଫ୍ ଲାଇଫ୍ ଡିଏନ ଗଠନ ଆବିଷ୍କାର କରିଥିଲା ​ । ଏହାଛଡା ଫ୍ରାଙ୍କଲିନ୍ କେବଳ ଏକକ ଖ୍ରୀଷ୍ଟାଲ ନୁହେଁ ଜଟିଳ, ଅସଂଗଠିତ ପଦାର୍ଥକୁ ବିଶ୍ଳେଷଣ କରିବାରେ ଖ୍ରୀଷ୍ଟାଲାଇଜ କଠିନ ଚିତ୍ର ସୃଷ୍ଟି କରିବା ପାଇଁ ଏକ୍ସ-ରେ ବ୍ୟବହାରରେ ଅଗ୍ରଗତି କରିଥିଲେ ।

1951 ମସିହା ଜାନୁୟାରୀରେ ଫ୍ରାଙ୍କଲିନ୍ ବାୟୋଫିଜିକ୍ସ ୟୁନିଟରେ କିଙ୍ଗ କଲେଜ ଲଣ୍ଡନରେ ଏକ ରିସର୍ଚ୍ଚ ଆସୋସିଏଟ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ଯେଉଁଠାରେ ଡିରେକ୍ଟର ଜନ୍ ରାଣ୍ଡାଲ୍ ତାଙ୍କର ପାରଦର୍ଶୀତା ଏବଂ ଏକ୍ସ-ରେ ଡିଫ୍ରାକସନ ଟେକ୍ନିକ ଡିଏନଏ ଫାଇବରରେ ବ୍ୟବହାର କରିଥିଲେ । 1953 ମସିହା ଜାନୁୟାରୀରେ ୱିଲକିନ୍ସ ଫ୍ରାଙ୍କଲିନଙ୍କ ବିନା ଅନୁମତିରେ ଫଟୋ 51କୁ ପ୍ରତିଯୋଗୀ ବୈଜ୍ଞାନିକ ଜେମସ୍ ୱାଟସନଙ୍କ ନିକଟରେ ପ୍ରକାଶ କରି ଡିଏନଏ ଇତିହାସର କୋର୍ଷକୁ ବଦଳାଇଥିଲେ । ଯିଏ କେମ୍ବ୍ରିଜରେ ଫ୍ରାନ୍ସିସ୍ କ୍ରିକ୍ ସହିତ ନିଜର ଡିଏନଏ ମଡେଲରେ କାମ କରୁଥିଲେ। ଫଟୋଗ୍ରାଫକୁ ଦେଖି ହ୍ବାଟସନ କହିଥିଲେ, ମୋ ମୁହଁ ଖୋଲା ଥିଲା ଏବଂ ମୁଁ ଥରୁଥିଲି ।

ଲେଖକ ବ୍ରେଣ୍ଡା ମ୍ୟାଡକ୍ସଙ୍କ ଅନୁଯାୟୀ, 2002ରେ ସେ ରୋଜାଲିନ୍ଦ ଫ୍ରାଙ୍କଲିନଙ୍କ ଉପରେ ‘ଦ ଡାର୍କ ଲେଡି ଅଫ୍ ଡିଏନଏ’ ନାମକ ଏକ ପୁସ୍ତକ ଲେଖିଥିଲେ। ଦୁଇ ବୈଜ୍ଞାନିକ ବାସ୍ତବରେ ଯାହା ଦେଖିଥିଲେ ଡିଏନଏର ସେମାନଙ୍କର ପ୍ରସିଦ୍ଧ ମଡେଲ ଆଧାରରେ ତାହାକୁ ଫଟୋ 51ରେ ବ୍ୟବହାର କରିଥିଲେ। ଯାହା ସେମାନେ 1953 ମାର୍ଚ୍ଚ 7ରେ ପ୍ରକାଶ କରିଥିଲେ ଏବଂ ଏଥିପାଇଁ ସେମାନେ 1962ରେ ନୋବେଲ ପୁରସ୍କାର ମଧ୍ୟ ପାଇଥିଲେ।

1953 ମସିହା ଏପ୍ରିଲ ମାସରେ ନେଚର ମାହାଜିନ ପ୍ରକାଶିତ ପତ୍ରିକାରେ କ୍ରିକ୍ ଏବଂ ୱାଟସନ ମଧ୍ୟ ଏହି ସନ୍ଧାନ ପାଇଁ ଅଧିକାଂଶ ଶ୍ରେୟ ନେବାକୁ ସକ୍ଷମ ହୋଇଥିଲେ । ଯେତେବେଳେ ପ୍ରକୃତରେ ସେମାନଙ୍କର ଅଧିକାଂଶ କାର୍ଯ୍ୟ ଫ୍ରାଙ୍କଲିନଙ୍କ ଫଟୋ ଏବଂ ଅନୁସନ୍ଧାନରେ ରହିଥିଲା ସେମାନେ ଫ୍ରାଙ୍କଲିନ୍ ଏବଂ ୱିଲକିନ୍ସଙ୍କ ପ୍ରକାଶିତ ଅବଦାନ ବିଷୟରେ ଏକ ସାଧାରଣ ଜ୍ଞାନ ଦ୍ୱାରା ଉତ୍ସାହିତ ହୋଇଥିଲେ ।

​​ରାଣ୍ଡାଲ୍ ଏବଂ କେମ୍ବ୍ରିଜ୍ ଲାବ୍ରୋଟୋରୀ ନିର୍ଦ୍ଦେଶକ ଏକ ଚୁକ୍ତି କରିଥିଲେ ଏବଂ ଉଭୟ ୱିଲକିନ୍ସ ଏବଂ ଫ୍ରାଙ୍କଲିନଙ୍କ ଆର୍ଟିକିଲକୁ ଦ୍ୱିତୀୟ ଏବଂ ତୃତୀୟରେ ପ୍ରକାଶିତ କରିଥିଲେ । ତଥାପି ଏହା ଦେଖାଯାଇଥିଲା ଯେ ସେମାନଙ୍କର ଆର୍ଟକିଲଗୁଡ଼ିକ କେବଳ କ୍ରିକ୍ ଏବଂ ୱାଟସନଙ୍କୁ ସମର୍ଥନ କରୁଥିଲା। ମ୍ୟାଡକ୍ସଙ୍କ ଅନୁଯାୟୀ, ଫ୍ରାଙ୍କଲିନ୍ ଜାଣି ନଥିଲେ ଯେ ଏହି ବ୍ୟକ୍ତିମାନେ ସେମାନଙ୍କର ନେଚର ଆର୍ଟକିଲକୁ ତାଙ୍କ ରିସର୍ଚ୍ଚ ଉପରେ ଆଧାର କରିଥିଲେ ଏବଂ ସେ ମଧ୍ୟ ଏନେଇ ଅଭିଯୋଗ କରିନଥିଲେ । ତେବେ ଫ୍ରାଙ୍କଲିନ୍ ଏପରି କିଛି କରିନାହାଁନ୍ତି ଯାହାଦ୍ବାରା ସେ ସମାଲୋଚନାକୁ ନିମନ୍ତ୍ରଣ କରିବେ ।

ଜନ୍ ଡେସମଣ୍ଡ ବର୍ନଲ ଯିଏ ବ୍ରିଟେନର ବହୁ ଜଣାଶୁଣା ବିବାଦୀୟ ବୈଜ୍ଞାନିକ ତଥା ଏକ୍ସ-ରେ ଖ୍ରୀଷ୍ଟୋଲଗ୍ରାଫିରେ ଜଣେ ଦିଗଜ । ସେ 1958 ମସିହାରେ ତାଙ୍କ ମୃତ୍ୟୁ ସମୟରେ ଫ୍ରାଙ୍କଲିନଙ୍କ ବିଷୟରେ ବହୁ ଉଚ୍ଚକୋଟୀର କଥା କହିଥିଲେ। ଜଣେ ବୈଜ୍ଞାନିକ ଭାବରେ ମିସ୍ ଫ୍ରାଙ୍କଲିନ୍ ପ୍ରତ୍ୟେକ ଜିନିଷରେ ଅତ୍ୟଧିକ ସ୍ୱଚ୍ଛତା ଏବଂ ପରଫେକସ ଥିଲେ ବୋଲି ସେ କହିଥିଲେ। ସେ କହିଛନ୍ତି। ଏଥିସହ ସେ କହିଥିଲେ, ଫ୍ରାଙ୍କଲିନଙ୍କ ଫଟୋଗ୍ରାଫ୍ ସବୁଠାରୁ ସୁନ୍ଦର ଏକ୍ସ-ରେ ଫଟୋଗ୍ରାଫ୍ ମଧ୍ୟରେ ସ୍ଥାନ ପାଇଥିଲା। ସେ ଆମେରିକାର ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରୁ ଏକ ନିଆରା ଗ୍ରାଣ୍ଟ ଜିତିଥିଲେ ।

ଭାଇରସ୍ ସଂରଚନା ଉପରେ ଅନୁସନ୍ଧାନର ପ୍ରାରମ୍ଭିକ ଦିନରେ ସେ ଜଣେ ବିଶ୍ୱସ୍ତରୀୟ ସଂଯୋଜକ ଥିଲେ । ଫ୍ରାଙ୍କଲିନ୍ ବିଶ୍ୱସ୍ତରୀୟ ସମ୍ମିଳନୀ ସର୍କିଟରେ ଜଣେ ଅବିଭକ୍ତ ଭ୍ରମଣକାରୀ ଏବଂ ସହଯୋଗୀ ଥିଲେ। 1956 ରେ ଫ୍ରାଙ୍କଲିନ୍ ଜାଣିବାକୁ ପାଇଥିଲେ ଯେ ସେ ଓଭାରି କ୍ୟାନ୍ସରରେ ପିଡିତ । ତିନୋଟି ଅପରେସନ୍ ଏବଂ ପରୀକ୍ଷାମୂଳକ କେମୋଥେରାପି ସତ୍ତ୍ବେ ସେ ଦୁଇ ବର୍ଷ ଯାଏଁ କାମ ଜାରି ରଖିଥିଲେ । ଏହା ଏକ ଦୁଃଖଦ ଘଟଣା ଯେ ଡିଏନଏ ଆବିଷ୍କାରରେ ପୂର୍ଣ୍ଣ ଅବଦାନ ଶ୍ରେୟ ନେବାପାଇଁ ପ୍ରାଙ୍କଲିନ ଆମ ଗ୍ରହଣରେ ନାହାନ୍ତି ।

Last Updated : Feb 16, 2021, 7:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.