ETV Bharat / science-and-technology

Russia Lunar Mission: ମୁନ୍ ମିଶନ ଆରମ୍ଭ କରିବ ଋଷ, ଏହି ତାରିଖରେ ଲଞ୍ଚ୍‌ ହେବ ଲୁନା-25

author img

By

Published : Aug 8, 2023, 12:36 PM IST

ଋଷ ଆରମ୍ଭ କରିବାକୁ ଯାଉଛି ମୁନ ମିଶନ। ଚନ୍ଦ୍ରଯାନ ପଛପଛେ ଚନ୍ଦ୍ରକୁ ଯିବ ଲୁନା-25। ଚନ୍ଦ୍ରଯାନକୁ ଟକ୍କର ଦେଇ ଚନ୍ଦ୍ରରେ ଆଗରେ ପହଞ୍ଚିବ ଲୁନା-25!। ଅଧିକ ପଢନ୍ତୁ

Russia Lunar Mission
Russia Lunar Mission

ହାଇଦ୍ରାବାଦ: ସଫଳତା ଦିଗରେ ଆଗେଇ ଚାଲିଛି ଭାରତର ତୃତୀୟ ମୁନ୍‌ ମିଶନ ଚନ୍ଦ୍ରଯାନ-୩ । ସଫଳତାର ସହିତ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି । ଭାରତର ଚନ୍ଦ୍ରଯାନ-3 ମିଶନ ସଫଳ ହେବା ପରେ ଋଷ ନିଜର ଚନ୍ଦ୍ରଯାନ ମିଶନ ଆରମ୍ଭ କରିବାକୁ ଯୋଜନା କରୁଥିବା ଜଣାପଡିଛି । ପ୍ରାୟ 50 ବର୍ଷ ପରେ ଋଷ ଚନ୍ଦ୍ର ଆଡ଼କୁ ଏକ ବଡ ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛି ଏବଂ ଚନ୍ଦ୍ରପୃଷ୍ଠକୁ ଯାନ ପଠାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ନେଇ ଋଷର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ତାଙ୍କର କହିବା ଅନୁସାରେ, ଅଗଷ୍ଟ 11 ତାରିଖରେ ଦେଶର ପ୍ରଥମ ମୁନ ମିଶନକୁ ଲଞ୍ଚ କରାଯିବ ।

ଋଷର ସ୍ପେସ୍ ଏଜେନ୍ସି ରସ୍କୋସ୍ମୋସ ଅନୁଯାୟୀ, ଋଷର ପ୍ରଥମ ଲୁନା-25ର ପ୍ରକ୍ଷେପଣ କରାଯିବ । ଏହା ପୂର୍ବରୁ 1976 ମସିହାରେ ଲୁନା-24 ଚନ୍ଦ୍ରପୃଷ୍ଠରେ ଓହ୍ଲାଇଥିଲା । ପାଖାପାଖି 50 ବର୍ଷ ପରେ ପୁଣି ମୁନ୍‌ ମିଶନ ଆରମ୍ଭ କରିବ ଋଷ । ମସ୍କୋଠାରୁ ପ୍ରାୟ 3,450 ମାଇଲ ଅର୍ଥାତ 5,550 କିଲୋମିଟର ଦୂରରେ ଅବସ୍ଥିତ ଭୋଷ୍ଟୋଚନି କସମୋଡ୍ରୋମରୁ ଏହା ଲଞ୍ଚ କରାଯିବ । ଲୁନା-25ର ଉତକ୍ଷେପଣ ପାଇଁ ସୋୟୁଜ୍-2 ରକେଟର ସହାୟତା ନିଆଯିବ ବୋଲି ଋଷର ସ୍ପେସ୍ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି । ଲଞ୍ଚ କରିବା ପୂର୍ବରୁ ସୁଦୂର ପୂର୍ବର ଏକ ଗ୍ରାମର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ଗ୍ରାମକୁ ଖାଲି କରାଯିବ ବୋଲି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି । ବୈଜ୍ଞାନିକମାନେ ବିଶ୍ବାସ କରନ୍ତି ଯେ ଗାଁଟି ଆନୁମାନିକ କ୍ଷେତ୍ରରେ ରହିଛି, ଯେଉଁଠାରେ ଅଲଗା ହେବା ପରେ ରକେଟ୍ ବୁଷ୍ଟର୍ ଖସିଯିବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢନ୍ତୁ: Indias First Samudrayaan Mission: 6କିମି ଗଭୀରକୁ ଯିବେ ଭାରତୀୟ ବୈଜ୍ଞାନିକ, ଜୋରସୋରରେ ଚାଲିଛି ନିର୍ମାଣ ପ୍ରକ୍ରିୟା

ଦକ୍ଷିଣ ମେରୁରରେ ପହଞ୍ଚିବାରେ ପ୍ରଥମ ଲ୍ୟାଣ୍ଡର ହେବ: ସୂଚନାଯୋଗ୍ୟ ଯେ ପ୍ରାୟ ଏକ ମାସ ପୂର୍ବରୁ ମୁନ ଲ୍ୟାଣ୍ଡର ନିର୍ମାତା ଏବଂ ଋଷର ଏରୋସ୍ପେସ୍ କମ୍ପାନୀ ଏନ୍‌ପିଓ ଲାବୋଚକିନା ଘୋଷଣା କରିଥିଲେ ଯେ, "ଲୁନା -25 ମହାକାଶଯାନ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।" ଋଷର ସ୍ପେସ୍ ଏଜେନ୍ସି ଦାବି କରିଛି ଯେ, ଏହା ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ପ୍ରଥମ ଲ୍ୟାଣ୍ଡର୍ ହେବ । ସଫଳ ଲ୍ୟାଣ୍ଡିଂ ପରେ ଲ୍ୟାଣ୍ଡର ପାଖାପାଖି ଏକ ବର୍ଷ ପର୍ଯ୍ୟନ୍ତ ଚନ୍ଦ୍ର ପୃଷ୍ଠରେ କାର୍ଯ୍ୟ ଜାରି ରଖିବ ବୋଲି ଋଷ ମଧ୍ୟ ଆଶା ରଖିଛି ।

ଏହା ମଧ୍ୟ ପଢନ୍ତୁ: Chandrayaan-3 Enters lunar Orbit: ଐତିହାସିକ ମୁହୂର୍ତ୍ତକୁ ଆଉ ପାଦେ, ସଫଳତାର ସହ ଜହ୍ନ କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩

ଲଞ୍ଚ କରିବାର ଉଦ୍ଦେଶ୍ୟ କଣ: ରସ୍କୋସ୍ମୋସ୍‌ଙ୍କ କହିବାନୁସାରେ,"ମିଶନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସଫ୍ଟ-ଲ୍ୟାଣ୍ଡିଂ ଟେକ୍ନୋଲୋଜିର ଡେଭ୍‌ଲପ୍‌ କରିବା । ଚନ୍ଦ୍ରର ଆଭ୍ୟନ୍ତରୀଣ ଗଠନ ଉପରେ ଗବେଷଣା ଏବଂ ଜଳ ସହିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଜିନିଷ ଖୋଜିବା ମଧ୍ୟ ଲକ୍ଷ୍ୟ ରଖାଯାଇଛି ।" ଏହାପୂର୍ବରୁ, ଲୁନା-24କୁ 1976ମସିହାରେ ଲଞ୍ଚ କରିଥିଲେ । ବର୍ତ୍ତମାନ ଲୁନା-25କୁ ଲଞ୍ଚ କରାଯିବ । ଇତି ମଧ୍ୟରେ ଲୁନା-25 ଅଗଷ୍ଟ 11 ତାରିଖରେ ଲଞ୍ଚ କରାଯିବା ପରେ ଚନ୍ଦ୍ରଯାନ-3 ଏବଂ ଲୁନା-25 ମଧ୍ୟରୁ କିଏ ପ୍ରଥମେ ଚନ୍ଦ୍ରରେ ପହଞ୍ଚିବ ତାକୁ ନେଇ ତର୍କ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.