ETV Bharat / science-and-technology

ଲଞ୍ଚ ହେଲା Realme GT 5 Pro, Oneplus 12କୁ ଦେବ ଟକ୍କର

Realme GT 5 Pro: ରିୟଲମି ଲଞ୍ଚ କରିଲା ନୂଆ ସ୍ମାର୍ଟଫୋନ। ଆଗାମୀ ଦିନରେ ଏହା Oneplus 12କୁ ଟକ୍କର ଦେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଜାଣନ୍ତୁ କଣ ରହିଛି ଦାମ

Realme GT 5 Pro
Realme GT 5 Pro
author img

By ETV Bharat Odisha Team

Published : Dec 7, 2023, 4:28 PM IST

ହାଇଦ୍ରାବାଦ: ଲଞ୍ଚ ହେଲା ଚାଇନା ସ୍ମାର୍ଟଫୋନ କମ୍ପାନୀ ରିୟଲମି GT ସିରିଜର ନୂଆ ମଡେଲ। କମ୍ପାନୀ ପକ୍ଷରୁ ଆଜି ଚୀନରେ ଲଞ୍ଚ କରାଯାଇଛି । Realme GT 5 Proକୁ କମ୍ପାନୀ ପକ୍ଷରୁ ଲଞ୍ଚ କରାଯାଇଥିବା ବେଳେ ଏହା ବିକ୍ରୟ ପାଇଁ ମଧ୍ୟ ଉପଲବ୍ଧ ରହିଛି । ଏହି ଫୋନରେ କ୍ବାଲକାମର ଲାଟେଷ୍ଟ ତିପ ସ୍ନାପଡ୍ରାଗନ 8ଜେନ 3 SOCର ସପୋର୍ଟ ରହିଛି । ତେବେ Realme GT 5 Proକୁ କମ୍ପାନୀ 3ଟି ରଙ୍ଗରେ ଲଞ୍ଚ କରିଛି । ରେଡ ରକ, ଷ୍ଟାରୀ ନାଇଟ ଏବଂ ବ୍ରାଇଚ ମୁନ ଏହି 3ଟି ରଙ୍ଗରେ ଲଞ୍ଚ କରିଛି କମ୍ପାନୀ।

ସ୍ପେସ ଏବଂ ଦାମ: ଚାଇନା କମ୍ପାନୀ ରିୟଲମି GT 5 Proକୁ 3ଟି ଭାରିଆଣ୍ଟରେ ଲଞ୍ଚ କରିଛି। 12/256GBର ଦାମ 3ହଜାର 399 ୟୁଆନ ରହିଥିବା ବେଳେ ଭାରତୀୟ ମୁଦ୍ରାରେ ଏହାର ଦାମ ପ୍ରାୟ 39 ହଜାର 900 ଟଙ୍କା ରହିଛି । ଅନ୍ୟପଟେ 16/512GBର ମୂଲ୍ୟ ପ୍ରାୟ 46 ହଜାର 900 ଟଙ୍କା ରହିଥିବା ବେଳେ 16/1TBର ଦାମ 50 ହଜାର 400 ଟଙ୍କା ରହିଛି ।

ହା ମଧ୍ୟ ପଢନ୍ତୁ: ରେଡମୀର ଲାଟେଷ୍ଟ ମଡେଲ ଲଞ୍ଚ, କମ୍ ଦାମରେ ରହିଛି ଦମଦାର ଫିଚର

ଏହି ସ୍ମାର୍ଟଫୋନରେ 6.78 ଇଞ୍ଚର 1.5K କର୍ଡ OLED ଡିସପ୍ଲେ ରହିଛି । ଯେଉଁଥିରେ 144Hzର ରିଫ୍ରେସ ରେଟ ରହିଛି । ଏହାସହିତ 2160Hz ଟପ୍ ସାମ୍ପଲିଂ ରେଟ ଏବଂ 4500 ନିଟ୍ସର ବ୍ରାଇଟନେଟ ସୁବିଧା ରହିଛି । ଲାଟେଷ୍ଟ ଷ୍ଟାଇଲିଷ୍ଟ ସ୍ମାର୍ଟଫୋନରେ 5ଟି କ୍ୟାମେରା ରହିଛି । 32MPର ସେଲ୍ଫି କ୍ୟାମେରା ରହିଛି । ରିୟର ସାଇଡ ରାଉଣ୍ଟ ମଡ୍ୟୁଲରେ 3ଟି କ୍ୟାମେରା ରହିଛି। ଯେଉଁଥିରେ 50MPର ସୋନିLYT-808 ମେନ ସେନ୍ସର ଅପ୍ଟିକାଲ ଇମେଜ ଷ୍ଟେବିଲାଇଜେସନ(ଆଇଓଏସ) ସହିତ 5MPର ସେକେଣ୍ଡାରୀ କ୍ୟାମେରା OIS ଏବଂ EISର ସପୋର୍ଟ ରହିଛି। ଅନ୍ୟଟି ଅଲଟ୍ରା ଓ୍ବାଇଡ ଏଙ୍ଗଲ ଲେନ୍ସ 8MPର Sony IMX355 ଅଟେ। ସୂଚନାନୁସାରେ, ଏହି ଫୋନ ସହ ଓ୍ବାନପ୍ଲସ 12ର ଟକ୍କର ହେବା ନେଇ ଚର୍ଚ୍ଚା ହେଉଛି। କାରଣ ଓ୍ବାନପ୍ଲସ 12ରେ କ୍ବାଲକାମ ଚେପସେଟ ଆସିବାକୁ ଯାଉଛି। ଓ୍ବାନପ୍ଲସ 12ରେ 5400 ଏମଏଚର ବ୍ୟାଟେରୀ 100 ଓ୍ବାଟର ଫାଷ୍ଟ ଚାର୍ଜିଂ ସୁବିଧା ରହିଛି। ଏହାର ଦାମ ଚୀନରେ 50,590 ଟଙ୍କା ରହିଛି।

ସୂଚନାଥାଉକି, ଆଗାମୀ ଡିସେମ୍ବର 12 ତାରିଖରେ IQOO 12 ସ୍ମାର୍ଟଫୋନ ଲଞ୍ଚ ହେବାକୁ ଯାଉଛି। ଏହା ଭାରତର ପ୍ରଥମ ସ୍ମାର୍ଟଫୋନ ହେବ ଯେଉଥିରେ କ୍ବାଲକାମ ଚିପ ରହିଛି। ଏହି ଫୋନର ପ୍ରିବୁକିଂ ଆରମ୍ଭ ହୋଇସାରିଛି। 999 ଟଙ୍କା ଦେଇ ଏହି ଫୋନର ପ୍ରିବୁକିଂ କରିପାରିବେ। ଏଥିରେ ସାନଦାର କ୍ୟାମେରା ସେଟଅପ ସହିତ ବ୍ୟାଟେରୀ ବ୍ୟାକଅପ ମଧ୍ୟ ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.