ETV Bharat / science-and-technology

ଏଣିକି ଫେସବୁକରେ community chats ଜରିଆରେ ସହଜ ହେବ ଗ୍ରୁପ ଚାର୍ଟ - ରିଅଲ ଟାଇମ୍ କମ୍ୟୁନିଟି ଚାର୍ଟ୍ସ କଣ

ରିଅଲ୍ ଟାଇମ୍ କମ୍ୟୁନିଟି ଚାଟ୍ସ(Real-time community chats) ଆଣିବାକୁ ଯାଉଛି ଫେସବୁକ୍ । ଉଭୟ ଫେସବୁକ୍ ଏବଂ ମେସେଞ୍ଜର(Facebook and Messenger) ବ୍ୟବହାର କରିପାରିବେ ବ୍ୟବହାର । ଜାଣନ୍ତୁ କଣ ରହିଛି ଏହି ନୂଆ ଫିଚର୍ସ ।

Facebook New Features: community chats ଜରିଆରେ ସହଜ ହେବ ଗ୍ରୁପ ଚାର୍ଟ

author img

By

Published : Sep 14, 2022, 12:51 PM IST

ନୂଆଦିଲ୍ଲୀ: କମ୍ୟୁନିଟି ଚାଟ୍ ନାମକ ଏକ ନୂତନ ଫିଚର୍ସ ଆଣିବାକୁ ଯାଉଛି ଫେସବୁକ୍(now Meta), ଯାହା କମ୍ ସମୟରେ ଉପଭୋକ୍ତାଙ୍କୁ ଉଭୟ ଫେସବୁକ୍ ଏବଂ ମେସେଞ୍ଜରରେ ଟେକ୍ସଟ, ଅଡିଓ ଏବଂ ଭିଡିଓ ସେୟାର ସୁବିଧା ଦେବ । ଫେସ୍‌ବୁକ୍ ଗ୍ରୁପ ଭଳି କମ୍ୟୁନିଟି ଚାଟ୍ ଫିଚର୍ସ କାମ କରିବ । ମେଟା ସିଇଓ ମାର୍କ ଜୁକରବର୍ଗ(Meta CEO Mark Zuckerberg) କହିଛନ୍ତି ଯେ, ‘‘ଇଣ୍ଟରେଷ୍ଟ ସେୟାର କରୁଥିବା ଲୋକଙ୍କ ସହ ଯୋଡି ହେବା ପାଇଁ କମ୍ପାନୀ ଏକ ନୂତନ ଯୋଜନା ଭାବରେ କମ୍ୟୁନିଟି ଚାଟ୍ ପ୍ରସ୍ତୁତ କରୁଛି ।’’

ମଙ୍ଗଳବାର ଜୁକରବର୍ଗ କହିଛନ୍ତି, "1 ବିଲିଅନରୁ ଅଧିକ ଲୋକ ସାଙ୍ଗଙ୍କ ସହ ଯୋଗାଯୋଗ କରିବା ପାଇଁ ମେସେଞ୍ଜର ବ୍ୟବହାର କରନ୍ତି । ଖୁବ୍‌ଶୀଘ୍ର ଆମେ ମେସେଞ୍ଜର ଏବଂ ଫେସବୁକ୍ ଗ୍ରୁପରେ କମ୍ୟୁନିଟି ଚାଟ୍ ଆରମ୍ଭ କରିବାକୁ ଯାଉଛି ।" ଆମେ ମଧ୍ୟ ଫେସବୁକ୍ ଗ୍ରୁପ୍ ଭଳି କମ୍ୟୁନିଟି ଚାଟ୍‌କୁ ଅଧିକ କରିବାକୁ ଯୋଜନା କରୁଥିବା ମେସେଞ୍ଜରର ହେଡ୍ ଲୋରେଡାନା କ୍ରିସନ୍ କହିଛନ୍ତି ।

ଗୋଟିଏ ମେସେଞ୍ଜର ଗ୍ରୁପ୍ ଚାଟରେ ଏକାଧିକ ବିଷୟ ନେଭିଗେଟ୍ କରିବା ପରିବର୍ତ୍ତେ, କମ୍ୟୁନିଟି ଚାଟ୍ କ୍ରିଏଟ କରୁଥିବା ବ୍ୟକ୍ତି ଚାଟ୍‌ ଗୁଡ଼ିକୁ ଏକତ୍ରିତ କରିପାରିବେ ଯାହା ଦ୍ବାରା ଗ୍ରୁପ୍ ସଦସ୍ୟମାନେ ଇଣ୍ଟରେଷ୍ଟ ରଖୁଥିବା ଟପିକ୍‌କୁ ସହଜରେ ପାଇପାରିବେ ବୋଲି କ୍ରିସନ୍ କହିଛନ୍ତି । ତେବେ କମ୍ୟୁନିଟି ଚାଟ୍ କେବଳ ଏକ ଗ୍ରୁପର ସଦସ୍ୟଙ୍କ ପାଇଁ ଉପଲବ୍ଧ ହେବ ।

ଫେସବୁକ୍ କହିଛି ଯେ, ଆଡମିନିଙ୍କୁ ଗ୍ରୁପ ମେମ୍ବରଙ୍କୁ ବ୍ଲକ କରିବା, ମ୍ୟୁଟ୍ କରିବା ଏବଂ ମେମ୍ବର କିମ୍ବା ମେସେଜ ରିମୁଭ୍ କରିବା ସହିତ ଆଡମିନି ଆସିଷ୍ଟ ମିଳିବ । କମ୍ୟୁନିଟି ଚାଟର ସଦସ୍ୟମାନେ ଗ୍ରୁପ୍ ଆଡମିନ୍ କିମ୍ବା ମେଟାକୁ ମଧ୍ୟ ବାର୍ତ୍ତା ରିପୋର୍ଟ କରିପାରିବେ । ଏଥିସହ ୟୁଜର୍ସଙ୍କୁ ବ୍ଲକ୍ କିମ୍ବା କୌଣସି ସମୟରେ ମଧ୍ୟ କମ୍ୟୁନିଟି ଚାଟ୍‌ରୁ ଲିଭ୍ ହୋଇପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.