ETV Bharat / science-and-technology

India on Moon: ପ୍ରଧାନମନ୍ତ୍ରୀଙ୍କ ଘୋଷଣା, ପ୍ରତିବର୍ଷ ଅଗଷ୍ଟ ୨୩ରେ ପାଳିତ ହେବ ଜାତୀୟ ମହାକାଶ ଦିବସ - ଇସ୍ରୋରେ ପ୍ରଧାନମନ୍ତ୍ରୀ

ଇସ୍ରୋ ବୈଜ୍ଞାନିକଙ୍କୁ ସମ୍ବୋଧନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା । ଚନ୍ଦ୍ରାବତରଣକୁ ମନେ ରଖିବା ପାଇଁ ଏଣିକି ପ୍ରତିବର୍ଷ ଅଗଷ୍ଟ ୨୩ରେ ପାଳିତ ହେବ ଜାତୀୟ ମହାକାଶ ଦିବସ । ଅଧିକ ପଢନ୍ତୁ

India on Moon
India on Moon
author img

By ETV Bharat Odisha Team

Published : Aug 26, 2023, 10:14 AM IST

ହାଇଦ୍ରାବାଦ: 23ଅଗଷ୍ଟ 2023 । ଚନ୍ଦ୍ରର ଦକ୍ଷିଣ ମେରୁରେ ଭାରତର ମୁନ ମିଶନ ଚନ୍ଦ୍ରଯାନ-3 ଅବତରଣ କରି ଇତିହାସ ରଚିଛି । ଏହା କୌଣସି ଦେଶ କରିବାରେ ସକ୍ଷମ ହୋଇନଥିବା ବେଳେ ଭାରତ ସେହି ସଫଳତା ହାସଲ କରି ବିଶ୍ବର ଏକ ନମ୍ବର ଦେଶ ଭାବେ ବିଶ୍ବବିଦିତ ହୋଇଛି । ଇସ୍ରୋର ଏହି ସଫଳତା ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ଏହି ଦିନକୁ ମନେ ରଖିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଜାତୀୟ ଦିବସ ଭାବେ ଘୋଷଣା କରିଛନ୍ତି । ଅଗଷ୍ଟ ୨୩କୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରାଯିବ ବୋଲି ଇସ୍ରୋ ବୈଜ୍ଞାନିକଙ୍କୁ ସମ୍ବୋଧନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା କରିଛନ୍ତି । ଇସ୍ରୋର ସଫଳତା ଗାଥାକୁ ମନେ ରଖିବା ପାଇଁ ପ୍ରତିବର୍ଷ ଅଗଷ୍ଟ 23 ତାରିଖକୁ ଜାତୀୟ ମହାକାଶ ଦିବସ ରୂପେ ପାଳନ କରାଯିବ ।

ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚନ୍ଦ୍ରଯାନ ମିଶନ ସହିତ ଜଡିତ ଥିବା ବୈଜ୍ଞାନିକମାନଙ୍କୁ ଭେଟିବା ପାଇଁ ବେଙ୍ଗାଲୁରୁ ସ୍ଥିତ ISRO କମାଣ୍ଡ ନେଟୱାର୍କ ମିଶନ କଣ୍ଟ୍ରୋଲ କମ୍ପ୍ଲେକ୍ସରେ ପହଞ୍ଚିଥିଲେ । ସେଠାରେ ଚନ୍ଦ୍ରଯାନ-3 ମିଶନରେ ସଂପୃକ୍ତ ବୈଜ୍ଞାନିକଙ୍କୁ ଭେଟିବା ସହିତ ପ୍ରଂଶସା କରିଥିଲେ । ଇସ୍ରୋ ମୁଖ୍ୟ ଏସ ସୋମନାଥଙ୍କୁ ଆଲିଙ୍ଗନ କରିବା ପରେ ସମ୍ବୋଧନ କରିଥିଲେ । ଏହାପରେ ମୋଦି ଘୋଷଣା କରିଥିଲେ ଯେ, ଅଗଷ୍ଟ 23 ତାରିଖକୁ ଜାତୀୟ ମହାକାଶ ଦିବସ ରୂପେ ପାଳନ କରାଯିବ ।

ଏହା ମଧ୍ୟ ପଢନ୍ତୁ: ବେଙ୍ଗାଲୁରୁରେ ପହଞ୍ଚି 'ଜୟ ବିଜ୍ଞାନ ଜୟ ଅନୁସନ୍ଧାନ'ର ନାରା ଦେଲେ ପ୍ରଧାନମନ୍ତ୍ରୀ

ଇସ୍ରୋର ବୈଜ୍ଞାନିକଙ୍କ ସହିତ ବାର୍ତ୍ତାଳପ ସମୟରେ ମୋଦି କହିଥିଲେ, "ଅଗଷ୍ଟ 23 ତାରିଖର ପ୍ରତି ଏକ ସେକେଣ୍ଡ ମୋର ଆଖି ସାମ୍ନାରେ ଘୂର୍ଣ୍ଣନ କରୁଛି । ଯେତେବେଳେ ଚନ୍ଦ୍ରଯାନ-3ର ଟଚ୍ ଡାଉନ୍ ନିଶ୍ଚିତ ହେଲା, ଲୋକମାନେ ISRO କେନ୍ଦ୍ରରେ ଏବଂ ସାରା ଦେଶରେ ଯେପରି ଖୁସିର ଲହରି ଖେଳିଗଲା ସେହି ଦୃଶ୍ୟକୁ କିଏ ଭୁଲି ପାରିବ । କିଛି ସ୍ମୃତି ଅମର ହୋଇଯାଏ । ସେହି ମୁହୂର୍ତ୍ତ ଅମର ହୋଇଗଲା ।"

ଅଗଷ୍ଟ 23 ତାରିଖକୁ ଜାତୀୟ ମହାକାଶ ଦିବସ ଘୋଷଣା: ଅଗଷ୍ଟ 23 ତାରିଖରେ ଭାରତ ଚନ୍ଦ୍ରପୃଷ୍ଠରେ ତ୍ରିରଙ୍ଗା ଉଡାଇବାରେ ସଫଳ ହୋଇଛି । ଏହି ଦିନ ଚିର ସ୍ମରଣୀୟ ହୋଇରହିବ । ତେଣୁ ସେହି ଦିନକୁ ଜାତୀୟ ମହାକାଶ ଦିବସ ପାଳନ କରାଯିବ । ଏହା ଘୋଷଣା ପରେ ମୋଦି କହିଛନ୍ତି ଯେ, ଆଜି ସମଗ୍ର ବିଶ୍ୱ ଆମର ବୈଜ୍ଞାନିକ ଚେତନା ଏବଂ ବୈଜ୍ଞାନିକ ପ୍ରତିଭାର ଶକ୍ତି ବୁଝି ପାରିଛନ୍ତି । ଚନ୍ଦ୍ରଯାନ-3 ମିଶନରେ ସାମିଲ ମହିଳା ବୈଜ୍ଞାନିକଙ୍କୁ ଯେତେ ପ୍ରଶଂସା କରିଲେ ମଧ୍ୟ କମ ହୋଇଯିବ ।"

ଚନ୍ଦ୍ରଯାନ-3 ଲ୍ୟାଣ୍ଡିଂ ପଏଣ୍ଟର ନାମ ଶିବଶକ୍ତି: ଭାରତ ଇତିହାସ ରଚିବା ସମୟରେ ମୁଁ ବିଦେଶରେ ରହିଥିଲେ ହେଁ ମୋ ମନ ଆପଣଙ୍କ ସହିତ ରହିଥିଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଲ୍ୟାଣ୍ଡର ବିକ୍ରମ ଯେଉଁ ସ୍ଥାନରେ ଅବତରଣ କରିଛି ସେହି ସ୍ଥାନର ନାମକରଣ କରିଛନ୍ତି ମୋଦି । ପ୍ରଧାନମନ୍ତ୍ରୀଙ୍କ କହିବା ଅନୁସାରେ, ଯେଉଁ ସ୍ଥାନରେ ଲ୍ୟାଣ୍ଡର ବିକ୍ରମ ଅବତରଣ କରିଥିଲା, ତାହା 'ଶିବଶକ୍ତି' ନାମରେ ପରିଚିତ ହେବ । ମାନବିକତାର କଲ୍ୟାଣ ପାଇଁ ଶିବ ରହିଛନ୍ତି ଏବଂ ଆମେ ସେହି ସଂକଳ୍ପ ପୂରଣ କରିବାର କ୍ଷମତା ପାଇଛୁ ।"

ଚନ୍ଦ୍ରଯାନ-2ର ଅବତରଣ ସ୍ଥଳର ନାମ ତ୍ରିରଙ୍ଗା

ଏହାସହିତ ପ୍ରଧାନମନ୍ତ୍ରୀ ମୋଦି ଚନ୍ଦ୍ରଯାନ-୨ ଅବତରଣ କରିଥିବା ସ୍ଥାନର ମଧ୍ୟ ନାମକରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଚନ୍ଦ୍ରଯାନ-2ର ପଦଚିହ୍ନ ଯେଉଁଠି ପଡିଛି, ସେହି ସ୍ଥାନ ତ୍ରିରଙ୍ଗା ଭାବେ ବିଦିତ ହେବ । ଏହି ତ୍ରିରଙ୍ଗା ପଏଣ୍ଟ ସମସ୍ତଙ୍କ ପାଇଁ ପ୍ରେରଣା ସାଜିବ । ଏହା ଆମକୁ ଏହି ଶିକ୍ଷା ଦେବ ଯେ, "କୌଣସି ବିଫଳତାର ଶେଷ ନଥାଏ । ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନେ ବିଫଳତା । ଯଦି ଦୃଢ ଇଚ୍ଛା ଶକ୍ତି ରହିଛି ତାହେଲେ ସଫଳତା ନିଶ୍ଚୟ ମିଳିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.