ETV Bharat / science-and-technology

ରୋଭର ପ୍ରଜ୍ଞାନ ଆଶାନୁରୂପକ କାର୍ଯ୍ୟ ଶେଷ କରିଛି: ଇସ୍ରୋ ମୁଖ୍ୟ - ଜାଗ୍ରତ ହେବ କି ପ୍ରଜ୍ଞାନ ରୋଭର

ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟାଲୋକ ପଡିବାର 8 ଦିନ ବିତି ଯାଇଥିଲେ ହେଁ ନିଦରୁ ଉଠୁନାହାନ୍ତି ରୋଭର ପ୍ରଜ୍ଞାନ ଏବଂ ବିକ୍ରମ ଲ୍ୟାଣ୍ଡର । ଏନେଇ ଏଭଳି କହିଲେ ଇସ୍ରୋ ମୁଖ୍ୟ । ଅଧିକ ପଢ଼ନ୍ତୁ

Pragyan rover has done what it was expected

author img

By ETV Bharat Odisha Team

Published : Sep 29, 2023, 10:37 AM IST

ହାଇଦ୍ରାବାଦ: ଗତ ଶୁକ୍ରବାର ଠାରୁ ଚନ୍ଦ୍ରପୃଷ୍ଠରେ ପଡିଲାଣି ସୂର୍ଯ୍ୟାଲୋକ। ସମସ୍ତଙ୍କର ଆଶା ରହିଥିଲା ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟାଲୋକ ପଡିଲେ ନିଦରୁ ଉଠିବେ ପ୍ରଜ୍ଞାନ ଏବଂ ବିକ୍ରମ। ହେଲେ ଏହାରି ଭିତରେ 8 ଦିନ ବିତିଯାଇଥିଲେ ହେଁ ଦୁହିଁଙ୍କ ଠାରୁ କୌଣସି ସିଗନାଲ ମିଳିପାରି ନାହିଁ। ଇସ୍ରୋ ବୈଜ୍ଞାନିକଙ୍କ ଚେଷ୍ଟା ଜାରି ରହିଥିଲେ ହେଁ କେବେ ଜାଗ୍ରତ ହେବେ ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭର ସେ ଉପରେ ରହିଛି ସମସ୍ତଙ୍କର ନଜର। ଏହାରି ଭିତରେ ଗତକାଲି(ଗୁରୁବାର) ଇସ୍ରୋ ମୁଖ୍ୟ ଗଣମାଧ୍ୟମକୁ ନିଜର ବୟାନ ଦେଇଛନ୍ତି । ଏସ୍‌. ସୋମନାଥ କହିଛନ୍ତି, "ଆମେ ଚନ୍ଦ୍ରଯାନ-3ର ପ୍ରଜ୍ଞାନ ରୋଭର ଠାରୁ ଯାହା ଆଶା କରିଥିଲୁ ସେ ତାହା ସଫଳତାର ସହ ସମାପ୍ତ କରିଛି ।"

କହିରଖୁଛୁ କି, ଗୁରୁବାର (ସେପ୍ଟେମ୍ବର 28) ଗୁଜରାଟର ଗିର୍ ସୋମନାଥ ଜିଲ୍ଲାର ପ୍ରସିଦ୍ଧ ସୋମନାଥ ମନ୍ଦିରରେ ପ୍ରାର୍ଥନା କରିବା ପରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ମୁଖ୍ୟ ଏସ ସୋମନାଥ ଗଣମାଧ୍ୟମକୁ ଚନ୍ଦ୍ରୟାନ-3ର ପ୍ରଜ୍ଞାନ ରୋଭର ବିଷୟରେ ନିଜର ମତ ସେୟାର କରିଥିଲେ।

ଜାଗ୍ରତ ହେବ କି ପ୍ରଜ୍ଞାନ ରୋଭର: ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ସୋମନାଥ ମନ୍ଦିର ପରିଦର୍ଶନ ପରେ ଇସ୍ରୋ ମୁଖ୍ୟ ଗଣମାଧ୍ୟମକୁ କହିଛନ୍ତି ଯେ," ଚନ୍ଦ୍ର ମିଶନ ଚନ୍ଦ୍ରାୟନ -3 ର ପ୍ରଜ୍ଞାନ ରୋଭର ଆଶା ମୁତାବକ କାର୍ଯ୍ୟ କରିଛି। ରୋଭର ସ୍ଲିପ୍‌ ମୋଡରୁ ଜାଗ୍ରତ ହେବାରେ ଅସଫଳ ହେଲେ ମଧ୍ୟ କୌଣସି ସମସ୍ୟା ନାହିଁ ।"

ସ୍ଲିପ ମୋଡ୍‌ରେ ରହିଥିବା ପ୍ରଜ୍ଞାନର ସ୍ଥିତି ନେଇ ଇସ୍ରୋ ମୁଖ୍ୟ କହିଛନ୍ତି ଯେ, "ଚନ୍ଦ୍ରରେ ଅତ୍ୟଧିକ ଥଣ୍ଡା ପାଗ ହେତୁ ଏହାର ଇଲେକ୍ଟ୍ରୋନିକ୍ ସର୍କିଟ୍ କ୍ଷତିଗ୍ରସ୍ତ ହୋଇନଥିଲେ ହେଁ ସ୍ଲିପ୍‌ମୋଡ୍‌ରୁ ଫେରିଆସିବ ପ୍ରଜ୍ଞାନ । କାରଣ ଏଠାରେ ତାପମାତ୍ରା ସୂର୍ଯ୍ୟଠାରୁ ପ୍ରାୟ 200 ଡିଗ୍ରୀ ବିଯୁକ୍ତ ରହିଥିଲା।"

ଚନ୍ଦ୍ରପୃଷ୍ଠରେ ସକାଳ ହେବା ପରେ କଣ ହୋଇଥିଲା: କହିରଖୁଛୁ କି, ଗତ ସପ୍ତାହରେ ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟାଲୋକ ପଡିବା ପରେ ଇସ୍ରୋ ପକ୍ଷରୁ କୁହାଯାଇଥିଲା ଯେ," ଚନ୍ଦ୍ରପୃଷ୍ଠରେ ଦିନ ହେବା ପରେ ଆମେ ରୋଭର ପ୍ରଜ୍ଞାନ ଏବଂ ବିକ୍ରମ ଲ୍ୟାଣ୍ଡର ସହିତ ଯୋଗାଯୋଗ ତକିବା ପାଇଁ ପ୍ରୟାସ କରିଥିଲୁ । ସ୍ଲିପମୋଡ୍‌ରୁ ସେମାନଙ୍କୁ ଜାଗ୍ରତ କରିବା ପାଇଁ ଚେଷ୍ଟା କରିବା ସତ୍ତ୍ବେ ମଧ୍ୟ କୌଣସି ସିଗନାଲ ମିଳିନଥିଲା ।"

ଏହା ମଧ୍ୟ ପଢନ୍ତୁ: Venus Mission: ସୂର୍ଯ୍ୟ ଏବଂ ଚନ୍ଦ୍ରର ଅଭିଯାନ ସଫଳ ପରେ ଏବେ ଇସ୍ରୋ ନଜରରେ ଶୁକ୍ର

ପ୍ରକାଶ ଥାଉକି, ଗତ ଜୁଲାଇ 14 ତାରିଖରେ ଚନ୍ଦ୍ରଯାନ-୩ କୁ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ପେଶ୍‌ ସେଣ୍ଟରରୁ ସଫଳତାର ସହିତ ଉତକ୍ଷେପଣ କରାଯାଇଥିଲା । ଏହା ଅଗଷ୍ଟ ୩ ତାରିଖରେ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲା । ଏହାପରେ ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡରରୁ ରୋଭର ପ୍ରଜ୍ଞାନ ବାହାରି ନିଜ ଗବେଷଣା ଜାରି ରଖିଥିଲା । ଏହାପରେ ଗତ ସେପ୍ଟେମ୍ବର ୨ ତାରିଖରେ ରୋଭର ପ୍ରଜ୍ଞାନକୁ ସ୍ଲିପମୋଡ୍‌ରେ ନେବା ପରେ ଇସ୍ରୋ ଟ୍ବିଟ୍‌ କରି କହିଥିଲା ଯେ,"ରୋଭର ତାର କାର୍ଯ୍ୟଭାରକୁ ପୂର୍ଣ୍ଣ କରିଛି । ଏହାକୁ ବର୍ତ୍ତମାନ ସୁରକ୍ଷିତ ଭାବରେ ପାର୍କ କରାଯାଇ ସ୍ଲିପମୋଡରେ ରଖାଯାଇଛି । ଏହାସହ APXS ଓ LIBS ପେଲୋଡକୁ ଅଫ୍‌ କରାଯାଇଛି । ବର୍ତ୍ତମାନ ବ୍ୟାଟେରୀ ମଧ୍ୟ ସମ୍ପୂର୍ଣ୍ଣ ଚାର୍ଜ୍‌ ରହିଛି । ଆସନ୍ତା ସେପ୍ଟେମ୍ବର ୨୨ ତାରିଖରେ ସୋଲାର ପ୍ୟାନେଲ ସୂର୍ଯ୍ୟ କିରଣ ପାଇବା ପରେ ୱେକ-ଅପ ଅବସ୍ଥାକୁ ଆସିବ ।" ଏହାସହିତ ଏକ ସଫଳ ୱେକ୍‌-ଅପ୍‌ ଲାଗି ଇସ୍ରୋ ଆଶା ରଖିଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ସଫଳ ହୋଇପାରିଲା ନାହିଁ ।

ଇସ୍ରୋର ଶୁକ୍ର ମିଶନ: ସୂର୍ଯ୍ୟ ଏବଂ ଚନ୍ଦ୍ରର ଅଭିଯାନ ସଫଳ ପରେ ଏବେ ଇସ୍ରୋ ନଜରରେ ଶୁକ୍ର । ଇଣ୍ଡିଆନ୍ ନ୍ୟାସନାଲ୍ ସାଇନ୍ସ ଏକାଡେମୀ (INSA)କାର୍ଯ୍ୟକ୍ରମରେ ଯୋଗ ଦେଇ ସୋମନାଥ କହିଥିଲେ ଯେ,"ଅନ୍ତରୀକ୍ଷ ଏଜେନ୍ସି ଶୁକ୍ରଗ୍ରହର ଅଧ୍ୟକ୍ଷମ ପାଇଁ ମିଶନ ଏବଂ ମହାକାଶ ଜଳବାୟୁ ଏବଂ ପୃଥିବୀ ଉପରେ ଏହାର ପ୍ରଭାବ ଅଧ୍ୟୟନ କରିବା ପାଇଁ ଦୁଇଟି ଉପଦ୍ରହ ଲଞ୍ଚ୍‌ କରିବା ପାଇଁ ଯୋଜନା କରାଯାଉଛି । ଏକ୍ସପୋସେଟ୍ କିମ୍ବା ଏକ୍ସ-ରେ ପୋଲାରାଇମିଟର ଉପଗ୍ରହ ଚଳିତ ବର୍ଷ ଡିସେମ୍ବରରେ ଲଞ୍ଚ ହେବାକୁ ଯାଉଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.