ETV Bharat / science-and-technology

Planets Alignment: ଚମକିବ ଆଜି ରାତିର ଆକାଶ, ଏକାଠି ହେବେ ସୌରଜଗତର 5 ଗ୍ରହ

author img

By

Published : Mar 28, 2023, 12:56 PM IST

Updated : Mar 28, 2023, 3:13 PM IST

ବୈଚିତ୍ର୍ୟମୟ ବିଶ୍ବ ବ୍ରହ୍ମାଣ୍ଡ । ପାତାଳ ପୁରଠୁ ସୌରଜଗତ ସବୁଠି ମଣ୍ଡନ କରିଛି ବିଚିତ୍ରତା । ଏହି ବିଚିତ୍ର ବ୍ରହ୍ମାଣ୍ଡରେ ଆଜି ଦେଖିବାକୁ ମିଳିବ ବିରଳ ଦୃଶ୍ୟ । ଏକାଠି ହେବେ ସୌରଜଗତର 5 ଗ୍ରହ । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ନିକଟରେ ଆକାଶରେ ଚନ୍ଦ୍ର ଏବଂ ଶୁକ୍ରଙ୍କର ବିରଳ ଦୃଶ୍ୟ ଦେଖିଥିଲେ ପୃଥିବୀବାସୀ । ଏହିକ୍ରମରେ ସୌରଜଗତ ଆଉ ଏକ ବିରଳ ଦୃଶ୍ୟ ଦୃଶ୍ୟମାନ ହେବାକୁ ଯାଉଛି । ଆଜି(ମାର୍ଚ୍ଚ 28) ରାତିରେ ଚମତ୍କାର ଭାବରେ ପାଞ୍ଚ ପାଞ୍ଚଟି ଗ୍ରହ ଏକତ୍ରିତ ହେବେ । ରାତିରେ 5ଟି ଗ୍ରହ ଏକତ୍ର ଗୋଟିଏ ଧାଡିରେ ଦେଖାଯିବେ ବୋଲି ଆମେରିକା ମହାକାଶ ଅନୁସନ୍ଧାନ ସଂସ୍ଥାନ ନାସା ପକ୍ଷରୁ ସୂଚନା ମିଳିଛି ।

ନାସାର ଜ୍ୟୋତିର୍ବିଜ୍ଞାନୀ ବିଲ୍ କୁକ୍‌ଙ୍କ ଅନୁଯାୟୀ, ମାର୍ଚ୍ଚ 28 ରାତିରେ ବୃହସ୍ପତି, ବୁଧ, ଶୁକ୍ର, ମଙ୍ଗଳ ଏବଂ ୟୁରେନସ୍ ଏକାଠି ଦେଖାଯିବେ । ଏହି ସୌରଜାଗତିକ ଦୃଶ୍ୟ ପୃଥିବୀର ଅନେକ ସ୍ଥାନରେ ଦେଖିବାକୁ ମିଳିବ । ତେବେ ଆସନ୍ତୁ ଜାଣିବା କାହିଁକି 5ଟି ଗ୍ରହ ଏକାଠି ହେଉଛନ୍ତି, ଏହାକୁ ଖାଲି ଆଖିରେ ଦେଖି ପାରିବେ କି ନାହିଁ...

ନାସା ଅନୁଯାୟୀ, ଏହି 5ଟି ଗ୍ରହ 50 ଡିଗ୍ରୀର ସୀମିତ ସ୍ଥାନରେ ଦେଖାଯିବ । ଏହି ଦୃଶ୍ୟ ଅତ୍ୟନ୍ତ ଆକର୍ଷଣୀୟ ଏବଂ ସୁନ୍ଦର ଦେଖାଯିବ । ଆକାଶରେ ଥିବା ଏହି 5ଟି ଗ୍ରହ ମଧ୍ୟରୁ 4ଟି ଗ୍ରହର ଦୃଶ୍ୟ ଟେଲିସ୍କୋପ ସାହାଯ୍ୟରେ ଦେଖିହେବ । ବୃହସ୍ପତି, ଶୁକ୍ର ଏବଂ ମଙ୍ଗଳ ଗ୍ରହର ଉଜ୍ଜ୍ୱଳତା ହେତୁ ବିନା ଟେଲିସ୍କୋପ ଖାଲି ଆଖିରେ ଦେଖିପାରିବେ । ସେହିପରି ଶୁକ୍ରକୁ ଦେଖିପାରିବେ ଏବଂ ମଙ୍ଗଳ ଆକାଶରେ ଲାଲ ରଙ୍ଗର ଚନ୍ଦ୍ର ନିକଟରେ ଦେଖାଯିବ । କିନ୍ତୁ ବୁଧ ଏବଂ ୟୁରେନ୍ସ ଦୃଶ୍ୟମାନ ହେବ ନାହିଁ । ଆକାଶ ମେଘାଚ୍ଛନ୍ନ ଥିଲେ ବାଇନାକୁଲାର ସାହାଯ୍ୟରେ ଦେଖିପାରିବେ । ସୂର୍ଯ୍ୟାସ୍ତର 30 ମିନିଟ୍‌ ପରେ ଗ୍ରହମାନଙ୍କ ଏହି ପ୍ରକ୍ରିୟା ଆରମ୍ଭ ହେବ ।

ଏହି ବିରଳ ଦୃଶ୍ୟକୁ ଜ୍ୟୋତିର୍ବିଜ୍ଞାନରେ ପ୍ଲାନେଟାରୀ ଆଲାଏନ୍‌ମେଣ୍ଟ କୁହାଯାଏ । ଯେତେବେଳେ କିଛି ଗ୍ରହ ଗୋଟିଏ ଲାଇନ୍‌ରେ ଏକାଠି ଦେଖାଯାଆନ୍ତି, ତାହାକୁ ପ୍ଲାନେଟାରୀ ଆଲାଏନ୍‌ମେଣ୍ଟ କହନ୍ତି । ଏହାକୁ ଏକ ପ୍ରକାର ଅପ୍ଟିକାଲ୍ ଇଲ୍ୟୁସନ୍ ମଧ୍ୟ କହିପାରିବେ । ଆମେ ଜାଣନ୍ତି ଯେ, ସମସ୍ତ ଗ୍ରହ ସୂର୍ଯ୍ୟଙ୍କ ଚାରିପଟେ ଘୂରି ବୁଲନ୍ତି । ଯେତେବେଳେ ଏକ ସମୟରେ କିଛି ଗ୍ରହ ସୂର୍ଯ୍ୟଙ୍କ ଗୋଟିଏ ପାର୍ଶ୍ୱରେ କିଛି ସମୟ ପାଇଁ ଏକତ୍ର ହୁଅନ୍ତି, ସେତେବେଳେ ଏହି ଦୃଶ୍ୟ ଦେଖାଯାଏ । ଏହାକୁ ସାଧାରଣ ଭାଷାରେ ଗ୍ରହଙ୍କ ପ୍ୟାରେଡ୍ ମଧ୍ୟ କୁହାଯାଏ ।

ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ ଶୁକ୍ର ଚନ୍ଦ୍ରର ଅତି ନିକଟରୁ ଦେଖାଯାଇଥିଲା । ଏହା ପୂର୍ବରୁ ମଧ୍ୟ ଏହିପରି ଜ୍ୟୋତିର୍ବିଜ୍ଞାନ ଘଟଣା ଅନେକ ଥର ଦେଖାଯାଇଛି । ଜୁନ୍ 2022 ରେ ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଏବଂ ୟୁରାନସ୍ ଆକାଶରେ ଏକାଠି ଦେଖିବାକୁ ମିଳିଥିଲେ । ଏହା ପରେ, 11 ଅପ୍ରେଲ 2023ରେ ଏହିପରି ପ୍ଲାନେଟାରୀ ଆଲାଏନ୍‌ମେଣ୍ଟ ହେବ । ଏହି ସମୟରେ ବୁଧ, ଶୁକ୍ର, ମଙ୍ଗଳ ଏବଂ ୟୁରେନସ୍ ଏକାଠି ଦେଖାଯିବେ ।

ସେହିପରି 24 ଅପ୍ରେଲ 2023ରେ, ଏହି ପ୍ରକାର ଦୃଶ୍ୟ ଦେଖିବାକୁ ମିଳିବ । ମେ 29, 2023ରେ ବୁଧ, ୟୁରେନସ୍ ଏବଂ ଶନି ଏକାଠି ଦେଖାଯିବେ । କିନ୍ତୁ ଆଜିର ଆକାଶରେ ଯେଉଁ ଦୃଶ୍ୟ ଦୃଶ୍ୟମାନ ହେବ ଠିକ୍ ଏପରି ଦୃଶ୍ୟ ଦେଖିବାକୁ ଆହୁରି 17 ବର୍ଷ ଅପେକ୍ଷା କରିବାକୁ ପଡିବ । ଅର୍ଥାତ୍ ପୁଣିଥରେ ଏହିପରି ଦୃଶ୍ୟ 2040ରେ ଦେଖାଯିବ ।

Last Updated : Mar 28, 2023, 3:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.