ETV Bharat / science-and-technology

କେଉଁ ଫୋନରେ ସପୋର୍ଟ କରିବ Gemini AI, ଜାଣନ୍ତୁ କଣ ମିଳିବ ସୁବିଧା - କେଉଁ ଫୋନରେ ସପୋର୍ଟ କରିବ ଜେମିନି ଏଆଇ

Gemini AI: ଲଞ୍ଚ୍‌ ହେଲା Gemini AI। କେଉଁ ଫୋନରେ ମିଳିବ ଏହି ମଡେଲର ସୁବିଧା ଜାଣନ୍ତୁ

Gemini AI
Gemini AI
author img

By ETV Bharat Odisha Team

Published : Dec 7, 2023, 3:44 PM IST

ହାଇଦ୍ରାବାଦ: ଗୁଗଲ୍ ଲଞ୍ଚ କଲା ଉନ୍ନତ ମଡେଲ୍ ଜେମିନି AI। ଓପନ୍ AIର ଚାଟ୍‌ ଜିପିଟି ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଗୁଗଲ ଜେମିନି ଏଆଇ ଲଞ୍ଚ କରିଛି । ଏକାସାଙ୍ଗରେ ଟେକ୍ସଟ, ଛବି, ଅଡିଓ, କୋଡ୍ ଇତ୍ୟାଦି ଅନେକ ପ୍ରକାର କାର୍ଯ୍ୟ ପରିଚାଳନା କରିପାରିବେ । ଏହା ହିଁ ଜେମିନି ଏଆଇର ବିଶେଷତ୍ବ । କହିରଖୁଛୁ କି ଚାଟଜିପିଟି କେବଳ ଟେକ୍ସଟକୁ ହିଁ ପରିଚାଳନା କରିପାରିଥାଏ । ତେବେ ଗୁଗଲ ଜେମନି ଏଆଇ ଲଞ୍ଚ କରିବା ପରେ ଚାଟଡିପିଟି ସହିତ ପ୍ରତିଦ୍ବନ୍ଦିତା ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଏହି ମଡେଲର ବ୍ୟବହାର ନେଇ ଆପଣ ଜାଣିଛନ୍ତି କି ? ସୂଚନା ଅନୁସାରେ, ଗୁଗଲର ଅତ୍ୟାଧୁନିକ ପିକ୍ସେଲ ଡିଭାଇସରେ କମ୍ପାନୀ ଏହି ମଡେଲକୁ ସ୍ଥାପିତ କରିଛି । ପିକ୍ସେଲ 8 ପ୍ରୋ ମୋବାଇଲରେ ଜେମିନି ଏଆଇର ବ୍ୟବହାର ସମ୍ଭବ ଅଟେ ।

ଏହି ଫୋନରେ ମିଳିବ ସପୋର୍ଟ: ଗୁଗଲର ପିକ୍ସେଲ 8 ପ୍ରୋରେ ଜେମିନି ଏଆଇର ନାନୋ ଭର୍ସନ ରହିବ। ବର୍ତ୍ତମାନ ଏହି ଟୁଲକୁ ବ୍ୟବହାର କରି ଦୁଇଟି କାର୍ଯ୍ୟ କରିବା ସମ୍ଭବ ଅଟେ । ପ୍ରଥମତଃ ହ୍ବାଟ୍ସଆପରେ ଆପଣ କଣ ରିପ୍ଲାଇ ଦେବେ ସେନେଇ ପରାମର୍ଶ ପ୍ରଦାନ କରିବ । ଦ୍ବିତୀୟତଃ ରେକର୍ଡର ଆପରେ ସାରାଂଶ ଜାଣିବାରେ ସକ୍ଷମ ହେବେ । କାରଣ ଏହା ଏଆଇ ଅନ ଡିଭାଇସ ଟାସ୍କ ଅଟେ । ଏହା ଡିଭାଇସରୁ କୌଣସି ସୂଚନାକୁ ଲିକ କରିବାକୁ ଦିଏ ନାହିଁ ବରଂ ଗୋପନୀୟତା ବଜାୟୀ ରଖିବାରେ ସାହାଯ୍ୟ କରେ । କମ୍ପାନୀ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଜେମିନି ଏଆଇ 3 ସାଇଜ ଅଲଟ୍ରା(ଜଟିଳ କାର୍ଯ୍ୟ ପାଇଁ) ପ୍ରୋ(ବିଭିନ୍ନ ପ୍ରକାର କାର୍ଯ୍ୟର ବିସୃତ ଶୃଙ୍ଖଳା ବୃଦ୍ଧି କରିବା ପାଇଁ) ଏବଂ ନାନୋ(ଅନ୍-ଡିଭାଇସ୍ ଟାସ୍କ) ପାଇଁ ଉପଲବ୍ଧ ଅଟେ ।

ଏହା ମଧ୍ୟ ପଢନ୍ତୁ: ଲଞ୍ଚ ହେଲା Gemini AI, ଗୁଗଲ-ଓପନଏଆଇ ମଧ୍ୟରେ ହୋଇପାରେ ଟକ୍କର

ମିଳିବ ଏହି ଫାଇଦା: ବର୍ତ୍ତମାନ ଏହି ଟୁଲ ପିକ୍ସେଲ 8 ପ୍ରୋରେ ଉପଲବ୍ଧ ଅଟେ । ଯଦି ଦେଖିବା ପିକ୍ସେଲରେ ରହିଥିବା ରେକର୍ଡର ଆପ ୟୁଜର୍ସଙ୍କୁ ଅଡିଓ ରେକର୍ଡ କରିବା ଏବଂ ଟ୍ରାନ୍ସକ୍ରାଇବ କରିବାର ସୁବିଧା ପ୍ରଦାନ କରିଥାଏ । ବର୍ତ୍ତମାନ ଜେମିନିକ ସପୋର୍ଟ ପରେ ବାର୍ତ୍ତାଳାପ, ସାକ୍ଷାତକାର, ଉପସ୍ଥାପନା କିମ୍ବା ଅନ୍ୟାନ୍ୟ ଅଡିଓର ସାରାଂଶ ଜାଣିବା ସୁବିଧା ହେବ । ସବୁଠାରୁ ଭଲ ସୁବିଧା ହେଉଛି ଯେତେବେଳେ ଫୋନ ଓ୍ବାଇଫାଇ ସହିତ ଜଡିତ ହୋଇନଥିବ ସେତେବେଳେ ମଧ୍ୟ ଜେମିନି ନେନୋ ସାହାଯ୍ୟରେ ଆପଣଙ୍କୁ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରିବ । ପ୍ରକାଶଥାଉକି, ରେକର୍ଡର୍ ଆପରେ ବର୍ତ୍ତମାନ 28 ଟି ଭାଷାରେ ଟ୍ରାନ୍ସକ୍ରାଇବ କରିବାରେ ସମ୍ଭବ ହୋଇପାରୁଛି ।

ଜେମିନି ନେନୋର ସପୋର୍ଟ Gboardରେ ମଧ୍ୟ ଖୁବଶୀଘ୍ର ଉପଲବ୍ଧ ହେବ। ଏଥରେ ୟୁଜର୍ସଙ୍କୁ ଏକ ସ୍ମାର୍ଟ ରିପ୍ଲାଇର ଅପ୍ସନ ମିଳିବ । ଚାଟ କରିବା ସମୟରେ ୟୁଜର୍ସଙ୍କୁ କଣ ରିପ୍ଲାଇ କରିବାକୁ ହେବ ତାହା ସୂଚନା ପ୍ରଦାନ କରିବ । ବର୍ତ୍ତମାନ ଏହି ଫିଚର କେବଳ ହ୍ବାଟ୍ସଆପରେ କାର୍ଯ୍ୟକ୍ଷମ ହେବ । 2024 ମସିହାରେ ଅନ୍ୟ ଆପରେ କାର୍ଯ୍ୟ କରିବାରେ ସମ୍ଭବ ହେବ । ତେବେ ଜେମିନି ଏଆଇ ନେଇ ଗୁଗଲ ପକ୍ଷରୁ କୁହାଯାଇଛି ଯେ, ଜେମିନି ଏଆଇ ଦ୍ବାରା ପାଉଥିବା ସୂଚନା ଉଚ୍ଚଗୁଣବତ୍ତା ଯୁକ୍ତ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.