ETV Bharat / science-and-technology

କଥା ମାନିଲାନି Google Map, ତାତିଲେ ଲୋକେ - ଗୁଗୁଲ ମ୍ୟାପ ସର୍ଭର ଡାଉନ

ଅଚାନକ ବନ୍ଦ ହୋଇଗଲା Google Map । ସମସ୍ୟାରେ ପଡିଲେ ଲୋକେ । ଅଧିକ ପଢନ୍ତୁ

Google Map ସର୍ଭର ଡାଉନ, ରାଗିଲେ ଲୋକେ
Google Map ସର୍ଭର ଡାଉନ, ରାଗିଲେ ଲୋକେ
author img

By

Published : Mar 19, 2022, 12:51 PM IST

ନୂଆଦିଲ୍ଲୀ: ଆଜିର ସମୟରେ ଗୁଗୁଲ ମ୍ୟାପ(Google Map) ଆପ୍ଲିକେସନ ସମସ୍ତଙ୍କ ପାଇଁ ଜରୁରୀ ହୋଇପଡିଛି । ପୁରୁଷ ହୁଅନ୍ତୁ ଅବା ମହିଳା ପ୍ରତିଟି ଗାଡି ଚାଳକ ଗୁଗୁଲ ମ୍ୟାପର ବ୍ୟବହାର କରୁଛନ୍ତି । ଗତ ଗୁରୁବାର ରାତି ୯ଟା ୩୦ମିନିଟ୍ ସମୟରେ ଗୁଗୁଲ ମ୍ୟାପ ଆପ୍ କ୍ରାସ ହୋଇଯାଇଥିଲା । ଯେଉଁ କାରଣରୁ ହଜାର ହଜାର ଲୋକେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବାରେ ବହୁ ସସମ୍ୟାର ସମ୍ମୁଖୀନ ହୋଇଥିଲେ । ଅଚାନକ ଗୁଗୁଲ ମ୍ୟାପ ଆପ୍ ବନ୍ଦ ହୋଇଯିବାକୁ ନେଇ ଲୋକେ ସୋସିଆଲ ମିଡିଆରେ ଅସନ୍ତୋଷ ଜାହିର କରିଥିଲେ ।

Google Map ସର୍ଭର ଡାଉନ, ରାଗିଲେ ଲୋକେ
Google Map ସର୍ଭର ଡାଉନ, ରାଗିଲେ ଲୋକେ

ଜଣେ ଗାଡି ଚାଳକ କହିଛନ୍ତି ଯେ, ସେ ଗୁରୁବାର ରାତି ପ୍ରାୟ ସାଢେ ୯ଟା ସମୟରେ କୌଣସି ଦୂର ସହରକୁ ଯାଉଥିଲେ ଏବଂ ସେହି ସହରର ରାସ୍ତା ଜାଣିବାକୁ ଗୁଗୁଲ ମ୍ୟାପର ସାହାରା ନେଇଥିଲେ । ହେଲେ ଅଚାନକ ମ୍ୟାପ ବନ୍ଦ ହୋଇଯାଇଥିଲା ଏବଂ ବାରମ୍ବାର ଖୋଲିବା ପରେ ମଧ୍ୟ ଏହା କାମ କରିନଥିଲା । ଏଥିପାଇଁ ତାଙ୍କୁ ଅନେକ ସମସ୍ୟା ଭୋଗିବାକୁ ପଡିଥିଲା । ମାତ୍ର ଭାଗ୍ୟବଶତଃ ତାଙ୍କ ନିକଟରେ ଆପଲ ମ୍ୟାପ ଥିବା ଯୋଗୁଁ ସେ ଭୁଲ୍ ରାସ୍ତାରେ ଯିବାରୁ ଅଟକି ଯାଇଥିଲେ ।

Google Map ସର୍ଭର ଡାଉନ, ରାଗିଲେ ଲୋକେ
Google Map ସର୍ଭର ଡାଉନ, ରାଗିଲେ ଲୋକେ

ଏନେଇ ଶୁକ୍ରବାର ସନ୍ଧ୍ୟାରେ ଗୁଗୁଲ ମ୍ୟାପ ସମ୍ପର୍କରେ ଏକ ରିପୋର୍ଟ ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ, ଗୁଗୁଲ ଆପର ସର୍ଭରରେ କିଛି ଯାନ୍ତ୍ରିକ ସମସ୍ୟା ରହିଥିଲା । ଯେଉଁ କାରଣରୁ ଲୋକେ ଅଚାନକ ଏହି ମ୍ୟାପକୁ ଖୋଲିବାରେ ସମସ୍ୟା ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.