ETV Bharat / science-and-technology

ପୃଥିବୀକୁ ଫେରୁଛି ନାସାର 40 ବର୍ଷର ପୁରୁଣା ଉପଗ୍ରହ, ଜାଣନ୍ତୁ ରହିଛି କି ବିପଦ - ବିଜ୍ଞାନ ଖବର

ଆକାଶରୁ ଖସୁଛି ନାସାର 40 ବର୍ଷର ପୁରୁଣା ଅବସରପ୍ରାପ୍ତ ଉପଗ୍ରହ ଆର୍ଥ ରେଡିଏସନ ବଜଟ୍ ସାଟେଲାଇଟ୍(Earth Radiation Budget Satellite, ERBS) । ଜାଣନ୍ତୁ ରହିଛି କି ବିପଦ ।

Old NASA satellite falling from sky
Old NASA satellite falling from sky
author img

By

Published : Jan 7, 2023, 12:17 PM IST

ୱାଶିଂଟନ: ଆକାଶରୁ ଖସି ଖସି ଯାଉଛି ନାସାର 40 ବର୍ଷ ପୁରୁଣା ଅବସରପ୍ରାପ୍ତ ଉପଗ୍ରହ ଆର୍ଥ ରେଡିଏସନ ବଜଟ୍ ସାଟେଲାଇଟ୍(Earth Radiation Budget Satellite, ERBS) । ଶୁକ୍ରବାର ଏନେଇ ନାସା ସୂଚାଇ ଥିବାବେଳେ, ଏହା କାହା ଉପରେ ପଡିବାର ସମ୍ଭାବନା ବହୁତ କମ୍ ବୋଲି କହିଛି । ତେଣୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନଥିବା ନାସା କହିଛି । ଆମେରିକା ଅନୁସନ୍ଧାନ ସଂସ୍ଥାନ(NASA) କହିବା ଅନୁଯାୟୀ, ଏହି 5,400 ପାଉଣ୍ଡ(2,450 କିଲୋଗ୍ରାମ) ଉପଗ୍ରହର ଅଧିକାଂଶ ଅଂଶ ପୁନଃ ପ୍ରବେଶ ପରେ ଜଳିଯିବ । କିନ୍ତୁ କିଛି ଖଣ୍ଡ ରହିଯାଇ ପାରେ ବୋଲି ଅନୁମାନ କରାଯାଉଛି(NASA’s retired Earth Radiation Budget Satellite(ERBS) is expected to reenter Earth’s atmosphere) ।

ସ୍ପେସ୍ ଏଜେନ୍ସି ପ୍ରାୟ 9,400 ରେ ଗୋଟିଏ ଅବଶିଷ୍ଟ ଅଂଶ ବା ଡେବ୍ରିସ(debris) ଖସିବାର ସମ୍ଭାବନା ରହିଛି । ପ୍ରତିରକ୍ଷା ବିଭାଗ ଅନୁଯାୟୀ, ରବିବାର(ଜାନୁଆରୀ 8) ରାତିରେ ଏହି ସାଇନ୍ସ ସାଟେଲାଇଟ୍ ଅବତରଣ କରିବ ବୋଲି ଆଶା କରାଯାଉଛି, ଏଥିପାଇଁ ପ୍ରାୟ 17 ଘଣ୍ଟା ସମୟ ଲାଗିବ । କାଲିଫର୍ନିଆ ସ୍ଥିତ ଏରୋସ୍ପେସ୍ କର୍ପୋରେଟ୍ ଆକଳନ କରୁଛି ଯେ, ଏହା ଏସିଆ ମଧ୍ୟ ପୂର୍ବ ଏବଂ ଉତ୍ତର ଏବଂ ଦକ୍ଷିଣ ଆମେରିକାର ପଶ୍ଚିମ ଅଞ୍ଚଳ ଦେଇ ସୋମବାର ସକାଳେ ଯାଇପାରେ । ତେବେ ଏହା ସ୍ଥଳ ଭାଗର କୌଣସି ଜନ ବସତି ଉପରେ ପଡିବାର ସମ୍ଭାବନା ନଥିବାରୁ ବିପଦ ନଥିବା ଏକ ପ୍ରକାର ସ୍ପଷ୍ଟ ।

କହି ରଖୁଛୁ ଯେ, ପୃଥିବୀ ବିକିରଣ ବଜେଟ୍ ସାଟେଲାଇଟ୍, ERBS(Earth Radiation Budget Satellite) 1984 ରେ ଅନ୍ତରକ୍ଷ ଯାନ ଚ୍ୟାଲେଞ୍ଜର୍‌ରେ ମହାକାଶକୁ ଉତ୍‌କ୍ଷେପଣ କରାଯାଇଥିଲା । ଯଦିଓ ଏହା ଦୁଇ ବର୍ଷ କାର୍ଯ୍ୟ କରିବା ବୋଲି ଆଶା କରାଯାଉ ଥିଲା, ମାତ୍ର ଏହି ଉପଗ୍ରହ 2005ରେ ଅବସର ନେବା ପର୍ଯ୍ୟନ୍ତ ଓଜୋନ୍ ଏବଂ ଅନ୍ୟାନ୍ୟ ବାୟୁମଣ୍ଡଳୀୟ ମାପ ପ୍ରେରଣ କାର୍ଯ୍ୟ ଜାରି ରଖିଥିଲା ​​। ପୃଥିବୀ ସୂର୍ଯ୍ୟଙ୍କ ଠାରୁ ଶକ୍ତି କିପରି ଶୋଷଣ କରେ ଏବଂ ବିକିରଣ କରେ ତାହା ଏହି ଉପଗ୍ରହ ଜଣାଉଥିଲା ।

ଏହି ଉପଗ୍ରହକୁ ଚ୍ୟାଲେଞ୍ଜର୍ ଠାରୁ ଏକ ସ୍ୱତନ୍ତ୍ର ପୋଷଣ ବା ଶକ୍ତି ମଳିଥିଲା । ସେତେବେଳେ ମହାକାଶରେ ଆମେରିକାର ପ୍ରଥମ ମହିଳା ସେଲି ରାଇଡ୍ ଏହି ସଟେଲ୍‌ରେ ରୋବୋଟିକ୍ ବାହୁ ବ୍ୟବହାର କରି ଉପଗ୍ରହକୁ କକ୍ଷପଥରେ ଛାଡିଥିଲେ । ଏହି ମିଶନରେ ଜଣେ ଆମେରିକୀୟ ମହିଳା, କାଥେରୀନ ସୁଲିୱନ(Kathryn Sullivan)ଙ୍କ ଦ୍ବାରା ପ୍ରଥମ ସ୍ପେସ୍‌ୱାକ୍ ମଧ୍ୟ କରାଯାଇଥିଲା । ସେହିପରି ପ୍ରଥମ ଥର ଏହି ମିଶନରେ ଦୁଇଜଣ ମହିଳା ମହାକାଶଚାରୀ ଏକତ୍ର ମହାକାଶକୁ ଉଡାଣ ଭରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.