ETV Bharat / science-and-technology

କୃତ୍ରିମ AI ଲଞ୍ଚ କଲେ ଭବିଶ ଅଗ୍ରଓ୍ବାଲ, ଚାଟଜିପିଟି ଠାରୁ ଏଭଳି ଭିନ୍ନ

author img

By ETV Bharat Odisha Team

Published : Dec 16, 2023, 12:13 PM IST

Krutrim AI: ଓଲା ସିଇଓ ଭବିଶ ଅଗ୍ରୱାଲ କୃତ୍ରିମ ଏଆଇ ଲଞ୍ଚ କରିଛନ୍ତି । ଏହା ଚାଟ୍ ଜିପିଟି ଏବଂ ଗୁଗୁଲର ବାର୍ଡ ଅପେକ୍ଷା ଉନ୍ନତ ବୋଲି କୁହାଯାଇଛି । ଜାଣନ୍ତୁ ଏହାର ବିଶେଷତା

Krutrim AI launched
Krutrim AI launched

ହାଇଦ୍ରାବାଦ: ବୃଦ୍ଧି ପାଇବାରେ ଲାଗିଛି ଚାଟଜିପିଟିର ବ୍ୟବହାର ଏବଂ ଚାହିଦା । ନିକଟରେ ଗୁଗଲ ନିଜର ଏଆଇ ମଡେଲ ଲଞ୍ଚ କରିଥିବା ବେଳେ ଚାଟଜିପିଟି ଏବଂ ଅନାନ୍ୟ ଭାଷାକୁ ମଡେଲକୁ ଟକ୍କର ଦେବା ପାଇଁ ଓଲା କମ୍ପାନୀର ସିଇଓ ଭବିଶ ଅଗ୍ରଓ୍ବାଲ କୃତ୍ରିମ ଏଆଇ(Krutrim AI) ଲଞ୍ଚ କରିଛନ୍ତି । ଲଞ୍ଚ ସମୟରେ ଭବିଶ ଅଗ୍ରଓ୍ବାଲ ଚାଟବୋଟର ଏକ ଡେମୋ ଭିଡିଓ ଦେଖାଇଥିଲେ । ଏହାର କାର୍ଯ୍ୟକ୍ଷମ ଶକ୍ତି ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ ।

ସୂଚନାଅନୁସାରେ, ଏହି ଚାଟବୋଟକୁ ମୋବାଇଲରେ ମଧ୍ୟ ଆକ୍ସେସ କରିବା ସମ୍ଭବ ଅଟେ । ତେବେ ଅନ୍ୟ ଚାଟବୋଟ ଭଳି ଏଥିରେ ଓ୍ବେଷ୍ଟନ ଡାଟା ବା ପାଶ୍ଚାତ୍ୟ ତଥ୍ୟ ଉପରେ ତାଲିମ ଦିଆଯାଇନାହିଁ । ଏହା ଏହି ଚାଟବୋଟର ସ୍ବତନ୍ତ୍ରତା ଅଟେ । ଏହି ଚାଟବୋଟକୁ ଭାରତୀୟ ତଥ୍ୟ ଉପରେ ତାଲିମ ଦିଆଯାଇଛି ଏବଂ ଏହା ରିୟଲ ଟାଇମରେ କୋଡିଂ ମଧ୍ୟ କରିବା ସମ୍ଭବ ହେବ ।

ମୋବାଇଲରେ ଏଭଳି ବ୍ୟବହାର କରିପାରିବେ: ଯଦି ଆପଣ ଓଲାର ଚାଟବୋଟ କୃତ୍ରିମ ଏଆଇକୁ ମୋବାଇଲରେ ଆକ୍ସେସ କରିବାକୁ ଚାହୁଁଥିଲେ ପ୍ରଥମେ ଏକ ଓ୍ବେବସାଇଟ ଖୋଲିବାକୁ ହେବ। https://chat.olakrutrim.com/homeକୁ ଓପନ କରିବା ପରେ ସେଥିରେ ମୋବାଇଲ ନମ୍ବର, ନାମ, ମେଲ ଆଇଡି ଏବଂ ନମ୍ବରରେ ଆସିଥିବା ଓଟିପି ଦେଇ ରେଜିଷ୍ଟ୍ରେସନ କରିବାକୁ ହେବ । ଏହାପରେ ୟୁଜର୍ସ ଏହି ଚାଟବୋଟର ବ୍ୟବହାର କରିପାରିବେ ।

ବୋଟ ଦେଖିବା ପାଇଁ ଚାଟଜିପିଟି ଭଳି ଅଟେ । ଏଥିରେ ଆପଣଙ୍କୁ 22ଟି ଭାଷାର ସପୋର୍ଟ ମିଳିବ । ଏହାସହିତ 2024ର ପ୍ରଥମ ତ୍ରୟମାସିକରୁ ଏହି ଚାଟବୋଟ ଅନ୍ୟ ଭାଷାକୁ ବୁଝିବାରେ ମଧ୍ୟ ସକ୍ଷମ ହେବ । କମ୍ପାନୀ ଏହି ଚାଟବୋଟକୁ 2 ଟ୍ରିଲିୟନ୍ ଟୋକେନ୍ ଉପରେ ତାଲିମ ପ୍ରଦାନ କରିଥିବା ବେଳେ ଏହା ବର୍ତ୍ତମାନ 10ଟି ଭାରତୀୟ ଭାଷାରେ ଉତ୍ତର ଦେବାରେ ସକ୍ଷମ ହୋଇପାରୁଛି ।

ଏହା ମଧ୍ୟ ପଢନ୍ତୁ: ଏଆଇ ଚାଟବୋଟ ଗ୍ରୋକ ଲଞ୍ଚ କଲେ ମସ୍କ, ଏହି ୟୁଜର୍ସଙ୍କୁ ମିଳିବ ସୁବିଧା

ସ୍ବରକୁ ଶୁଣିପାରେ ଏହି ଚାଟବୋଟ: କୃତ୍ରେମ ଏଆଇ ଲଞ୍ଚ କରିବା ପରେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, "ଅନ୍ୟ ମଡେଲ ତୁଳନାରେ 20 ଗୁଣ ଅଧିକ ଭାରତୀୟ ଟୋକେନ୍ ଉପରେ କୃତ୍ରିମ ଏଆଇକୁ ତାଲିମ ଦିଆଯାଇଛି । ଏହାସହିତ ଏହି ଚାଟବୋଟକୁ ସ୍ବର ମାଧ୍ୟମରେ ମଧ୍ୟ ନିର୍ଦ୍ଦେଶ ଦେଇପାରିବେ ଏବଂ ଏହାର ପ୍ରତିବଦଳରେ ଚାଟବୋଟ ପ୍ରତିଉତ୍ତରରେ କହି ପ୍ରତିକ୍ରିୟା ଦେବ ।"

ନୂଆବର୍ଷରେ ଆଉ ଏକ ଖୁସି ଖବର ଦେବେ ଅଗ୍ରଓ୍ବାଲ: Krutrim AI ଟିମ ପକ୍ଷରୁ କୁହାଯାଇଛି ଯେ, ଆମ ଟିମ Krutrim Pro ଉପରେ ମଧ୍ୟ କାର୍ଯ୍ୟ ଜାରି ରଖିଛନ୍ତି । ଏହାକୁ ଆସନ୍ତା ବର୍ଷକୁ ଲଞ୍ଚ କରାଯିବ । ଏହା ଏକ ପ୍ରକାର ମଲ୍ଟି ମଡେଲ ହେବ, ଯାହା ବେସିକ ଭର୍ସନରୁ ଉନ୍ନତ ଏବଂ ଅଧିକ ଶକ୍ତିଶାଳୀ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.