ETV Bharat / science-and-technology

ବର୍ତ୍ତମାନ ଗଗନଯାନ ଆମର ପ୍ରଥମ ପ୍ରାଥମିକତା: ଇସ୍ରୋ ମୁଖ୍ୟ - ଜି୨୦ ସାଟେଲାଇଟ

Now main goal is Gaganayaan: ଚନ୍ଦ୍ରାଯାନ ୩ ପରେ ଗଗନଯାନ ଉପରେ ଏବେ ଇସ୍ରୋର ମୁଖ୍ୟ ଫୋକସ । କୋଲକାତାରେ ଇସ୍ରୋର ମୁଖ୍ୟ ଏସ ସୋମନାଥ ଏକଥା କହିଛନ୍ତି । ଅଧିକ ପଢନ୍ତୁ

ବର୍ତ୍ତମାନ ଗଗନଯାନ ଆମର ପ୍ରଥମ ପ୍ରାଥମିକତା : ଇସ୍ରୋର ମୁଖ୍ୟ

author img

By ETV Bharat Odisha Team

Published : Nov 29, 2023, 11:02 PM IST

କୋଲକାତା: ଚନ୍ଦ୍ରାଯାନ ୩ ର ଅପୂର୍ବ ସଫଳତା ପରେ ଗଗନଯାନ ଉପରେ ଏବେ ଇସ୍ରୋର ମୁଖ୍ୟ ଫୋକସ । ମନୁଷ୍ୟକୁ ମହାକାଶକୁ ପଠାଇବା ଏବଂ ସୁରକ୍ଷିତ ଭାବେ ପୃଥବୀ ପୃଷ୍ଠକୁ ଫେରାଇ ଆଣିବା ଇସ୍ରୋର ମୂଳ ଲକ୍ଷ୍ୟ । ଏକଥା କହିଛନ୍ତି ଇସ୍ରୋର ମୁଖ୍ୟ ଏସ ସୋମନାଥ । ଆଜି (ବୁଧବାର ) ଦିନ ସକାଳେ କୋଲକାତାରେ ରାଜଭବନ ଠାରେ ଆୟୋଜିତ 'ବିଜ୍ଞାନ ଏବଂ ବିଶ୍ବାସ' ଶୀର୍ଷକ ଏକ ଆଲୋଚନା ଚକ୍ରରେ ସେ କହିଛନ୍ତି ।

ଇସ୍ରୋର ଭବିଷ୍ୟତ ପାଇଁ ମହାକାଶ ଜନିତ ଗବେଷଣାର ଅନେକ ଲକ୍ଷ୍ୟ ଏବଂ ଯୋଜନା ରହିଛି । ତନ୍ମଧ୍ୟରୁ ପ୍ରଥମ ପ୍ରାଥମିକତା ହେଉଛି ଗଗନଯାନ । ଏହା କହିଛନ୍ତି ଇସ୍ରୋର ମୁଖ୍ୟ ଏସ ସୋମନାଥ । କୋଲକାତାରେ ରାଜଭବନ ଠାରେ ଆୟୋଜିତ ଗ୍ଲୋବାଲ ଏନର୍ଜି ପାର୍ଲିଆମେଣ୍ଟର ୧୩ ତମ ସେଶନରେ ଭାଗ ନେଇ ଇସ୍ରୋ ମୁଖ୍ୟ ଏସ ସୋମନାଥ ଚନ୍ଦ୍ରଯାନ ୩ର ସଫଳତା ଏବଂ ଭବିଷ୍ୟର ଯୋଜନା ସମ୍ପର୍କରେ କହିଥିଲେ ।

ଏହା ମଧ୍ୟ ପଢନ୍ତୁ .... ବାୟୁମଣ୍ଡଳକୁ ଫେରିଲା ଚନ୍ଦ୍ରଯାନ-3 ପାଇଁ ବ୍ୟବହୃତ ରକେଟର ଅଂଶ: ଇସ୍ରୋ

ବିଜ୍ଞାନ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ବିଶେଷ କୃତିତ୍ବ ପାଇଁ ପଶ୍ଚିମବଙ୍ଗର ରାଜ୍ୟପାଳ ସିଭି ଆନନ୍ଦ ବୋଷ ତାଙ୍କୁ ଗଭର୍ଣର ଏକ୍ସିଲେନ୍ସ ଆୱାର୍ଡରେ ସମ୍ମାନିତ କରିଥିଲେ । ଏହି ଅବସରରେ ସେ ସମ୍ମାନ ପାଇ ଖୁସି ଅନୁଭବ କରିବା ସହ ନିଜର ବିଜ୍ଞାନୀ ସହକର୍ମୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ । ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତରରେ ସେ ଚନ୍ଦ୍ରାଯାନ ୩ର ସଫଳତାର ପଛର କଠିନ ପରିଶ୍ରମ ସମ୍ପର୍କରେ କହିବା ସହ ଆଗାମୀ ଦିନରେ ଇସ୍ରୋର ଜି୨୦ ନାମକ ସାଟେଲାଇଟ ଉତକ୍ଷେପଣର ଯୋଜନା ଥିବା କଥା କହିଛନ୍ତି । ଏହି ମହତ୍ତ୍ବାକାଂକ୍ଷୀ ମିଶନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ଜି୨୦ ଶିଖର ସମ୍ମିଳନୀରେ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ ....ବଦଳିଛି ସମୟ, ଭାରତକୁ ଚନ୍ଦ୍ରଯାନ-3 ଟୋକ୍ନୋଲୋଜି ମାଗିଥିଲା ଶକ୍ତିଶାଳୀ ଆମେରିକା: ଇସ୍ରୋ ମୁଖ୍ୟ

ଏହି ଜି୨୦ ସାଟେଲାଇଟ ଜି୨୦ ସଦସ୍ୟ ରାଷ୍ଟ୍ର ମାନଙ୍କ ସହିତ ସମଗ୍ର ବିଶ୍ବର କଲ୍ୟାଣ ଉଦ୍ଦେଶ୍ୟରେ ବ୍ୟବହାର ହେବ ଏବଂ ଏହାର ପ୍ରସ୍ତୁତି ବିଧିବଦ୍ଧ ଭାବେ ଚାଲିଛି । ଦି ଗ୍ଲୋବାଲ ଏନର୍ଜି ପାର୍ଲିଆମେଣ୍ଟ ଏକ ଆନ୍ତର୍ଜାତୀୟ ସଙ୍ଗଠନ ଅଟେ । ଏହାର ସ୍ଥାପନା ୨୦୧୦ ମସିହାରେ ହୋଇଥିଲା । ଗ୍ଲୋବାଲ ଏନର୍ଜି ପାର୍ଲିଆମେଣ୍ଟ ୟୁକେ, ସ୍ପେନ, ଜର୍ମାନୀ, ଫ୍ରାନ୍ସ, ସ୍ବିଜରଲ୍ୟାଣ୍ଡ, ଥାଇଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା ଭଳି ବିଭିନ୍ନ ଦେଶରେ ଏହାର ସେଶନ କାର୍ଯ୍ୟକ୍ରମ କରି ଆସୁଅଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.