ETV Bharat / science-and-technology

ମନ ମୁତାବକ ସାଥି ଚାହୁଁଛନ୍ତି କି ? ଏଣିକି ସାହାଯ୍ୟ କରିବ AI - ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ

ଆଜିକା ସମୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର ସବୁ କ୍ଷେତ୍ରରେ କରାଯାଉଛି। ଧିରେ ଧିରେ ଏହା ଜୀବନସାଥି ଖୋଜିବାରେ ମଧ୍ୟ ସାହାଯ୍ୟ କରିବ। ଏନେଇ ଏକ କମ୍ପାନୀ ପକ୍ଷରୁ ପ୍ରୋଜେକ୍ଟ ଆରମ୍ଭ କରାଯାଇଛି । ଅଧିକ ପଢନ୍ତୁ

AI Girlfriend
AI Girlfriend
author img

By

Published : Jul 29, 2023, 10:43 PM IST

ହାଇଦ୍ରାବାଦ: ସାଥି... କୁହାଯାଏ ସାଥି ବିନା ଜୀବନ ରଙ୍ଗହୀନ। ପ୍ରତ୍ୟେକ ଲୋକ ନିଜ ପାଇଁ ସୁଖଦୁଃଖର ଏକ ସାଥି ଚାହିଁଥାଆନ୍ତି । କିନ୍ତୁ ଆଜିକା ସମୟରେ ଉତ୍ତମ ସାଥିଟିଏ ଖୋଜିବା ମଧ୍ୟ କଷ୍ଟକର ହୋଇପଡିଛି। ଦେଖା ସାକ୍ଷାତ ଉତ୍ତମ ବୁଝାମଣା ରଖିବାକୁ ପଡିବ ଭାବି କିଛି ଲୋକ ଇଚ୍ଛା ରହିଥିଲେ ସୁଦ୍ଧା ଏଥିରୁ ଦୂରେଇ ରହିଥାଆନ୍ତି। କାରଣ ବ୍ୟସ୍ତବହୁଳ ଜୀବନ ଭିତରେ ଏସବୁ ପାଇଁ କାହା ପାଖରେ ମଧ୍ୟ ସମୟ ନଥାଏ। ତେବେ ସାଥି ଖୋଜୁଥିଲେ ଆଉ ଚିନ୍ତା କରିବାର ଆଶ୍ୟକ ନାହିଁ। କାରଣ ବର୍ତ୍ତମାନ ବୟଫ୍ରେଣ୍ଡ ଏବଂ ଗର୍ଲଫ୍ରେଣ୍ଡ ଖୋଜିବାରେ ସାହାଯ୍ୟ କରିବ ବହୁ ଚର୍ଚ୍ଚିତ ଟେକ୍ନୋଲୋଜି ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି।

ଏଣିକି ଟେକ୍ନୋଲୋଜିର ସାହାଯ୍ୟରେ, ଆପଣ ନିଜ ପାଇଁ ଏକ ଉପଯୁକ୍ତ ସାଥୀ ସୃଷ୍ଟି କରିପାରିବେ। ଏହା ଆପଣଙ୍କ ପାଇଁ ଏକ ଚଳଚ୍ଚିତ୍ର କାହାଣୀ ପରି ମନେହେଉଥିବା କିମ୍ବା ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଯୁଗରେ, ଆପଣ ଏହାକୁ ଅତି ସହଜରେ କରିପାରିବେ। ଆଣ୍ଡ୍ରେସେନ୍ ହୋରୋଭିଜ୍ ନାମକ ଏକ କମ୍ପାନୀ ଦ୍ୱାରା ଏହି ପ୍ରୋଜେକ୍ଟ ଆରମ୍ଭ ହୋଇଛି।

କିଭଳି ହୋଇପାରିବ ସାଥି?: ଏଣିକି ଜୀବନସାଥି ବାଛିବା ଆହୁରି ସହଜ ହୋଇଯାଇଛି। ଏଆଇ ସାହାଯ୍ୟରେ ପ୍ରଥମେ ମନ ମୁତାବକ ସାଥି ଖୋଜିବା ନେଇ ବିକଳ୍ପ ପାଇବେ। କମ୍ପାନୀ କହିଛି ଯେ ଉପଭୋକ୍ତାମାନେ ନିଜ ଇଚ୍ଛାନୁସାରେ ନିଜ ସାଥୀ ସୃଷ୍ଟି କରିପାରିବେ। ଏହାପରେ ସାଥିକୁ ଭେଟି ଦେବ ଆଟିଫିସିଆଲ ଇଣ୍ଟେଲିଜେନ୍ସ। ଏହା ପାଇଁ ପ୍ରଥମେ ବ୍ୟାକଷ୍ଟୋରୀ ଲେଖିବାକୁ ପଡିବ ଏବଂ ସେହି ପ୍ରକାର ଏଆଇ ମଡେଲକୁ ଚିହ୍ନଟ କରିବାକୁ ପଡିବ। ତେବେ ଏହା କିଭଳି କାମ କରିବ ସେନେଇ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦେଇନଥିବା ବେଳେ ଅନେକ କମ୍ପାନୀ ମଧ୍ୟ ଏନେଇ କାମ ଆରମ୍ଭ କରିଦେଇଥିବା ନେଇ ଏକ ରିପୋର୍ଟରେ ପ୍ରକାଶ ପାଇଛି। କହିରଖୁଛୁ କି, ଆଣ୍ଡ୍ରେସେନ୍ ହୋରୋଭିଜ୍ କମ୍ପାନୀକୁ A16Z ନାମରେ ଜଣାଶୁଣା ଏବଂ ଏହାର କାର୍ଯ୍ୟାଳୟ ସିଲିକନ ଭ୍ୟାଲିରେ ରହିଛି। ଏହି କମ୍ପାନୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ବ୍ୟବହାର କରି ସାଥି ଖୋଜିବା ପାଇଁ ଆରମ୍ଭ କରିଥିବା ପ୍ରୋଜେକ୍ଟରେ କାମ କରିବା ଆରମ୍ଭ କରିଛି।

ଏହା ମଧ୍ୟ ପଢନ୍ତୁ: AI: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି କଣ ? ବାସ୍ତବରେ AIର ଆବଶ୍ୟକତା ରହିଛି କି ଜାଣନ୍ତୁ

ଅନେକ କମ୍ପାନୀ ଏହା ଉପରେ କାମ କରିବା ଆରମ୍ଭ କରିଛନ୍ତି: ଅନେକ ଟେକ୍ନୋଲୋଜି ପ୍ରେମୀ ଏହି ଧାରଣା ନେଇ ଉତ୍ସାହିତ ରହିଛନ୍ତି। କିଛି ଲୋକ AI ସହିତ ରୋମାଣ୍ଟିକ୍ ରିଲେସନସିପ ରଖିବା ପାଇଁ ଚାହୁଁଥିବା ନେଇ ଆଣ୍ଡ୍ରେସେନ୍ ହୋରୋଭିଜ୍ ପକ୍ଷରୁ କୁହାଯାଇଛି। ଏହି କାରଣରୁ କମ୍ପାନୀ ପକ୍ଷରୁ ରୋମାଣ୍ଚିକ ଚାର୍ଟବଟ ବ୍ୟବହାର କରି ଏହାର ଏକ୍ସପ୍ଲୋର କରିବା ନେଇ କୁହାଯାଇଛି।

କେବଳ ଆଣ୍ଡ୍ରେସେନ୍ ହୋରୋଭିଜ୍ ନୁହେଁ ଏହା ସହିତ ଅନ୍ୟ କମ୍ପାନୀଗୁଡିକ ମଧ୍ୟ ଏହି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ରେପ୍ଲିକା ହେଉଛି ଏହିପରି ଏକ ପ୍ଲାଟଫର୍ମ। ଯେଉଁଠାରେ ଆପଣ ଆପଣଙ୍କର ଆବଶ୍ୟକତା ଅନୁଯାୟୀ ଏକ AI ଚାଟବୋଟ ପାର୍ଟନର ପାଇପାରିବେ। କିଛି ଦିନ ପୂର୍ବରୁ, ଗୁଗୁଲର ଜଣେ ପୂର୍ବତନ କାର୍ଯ୍ୟନିର୍ବାହୀ ଏଆଇ ରୋବଟକୁ ନେଇ ଏକ ରୋଚକ କଥା କହିଥିଲେ। ତାଙ୍କର କହିବା ଅନୁସାରେ, ଭବିଷ୍ୟତରେ ଏଆଇ ମଣିଷର ଯୌନ ଅଂଶୀଦାର ମଧ୍ୟ ହୋଇପାରିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.