ETV Bharat / science-and-technology

ଇ-ସିମ ଯୁକ୍ତ ସ୍ମାର୍ଟ ଓ୍ବାଚ୍‌ ଲଞ୍ଚ କଲା ନଏଜ୍‌, ଫ୍ରି'ରେ ମିଳିବ କଲିଂ ସୁବିଧା - ନୋଏଜର ନୂଆ ସ୍ମାର୍ଟ ଓ୍ବାଚ

Noise Voyage Smartwatch: ନଏଜ୍‌ର ନୂଆ ସ୍ମାର୍ଟ ଓ୍ବାଚ୍‌ । ଇ-ସିମ ଫିଚର ରହିଥିବା ବେଳେ ଫ୍ରି'ରେ ମିଳିବ କଲିଂ ସୁବିଧା । ଅଧିକ ପଢ଼ନ୍ତୁ

Noise Voyage Smartwatch
Noise Voyage Smartwatch
author img

By ETV Bharat Odisha Team

Published : Dec 19, 2023, 10:13 AM IST

Updated : Dec 19, 2023, 10:21 AM IST

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ଟ୍ରେଣ୍ଡରେ ରହିଛି ସ୍ମାର୍ଟ ଓ୍ବାଚ୍‌ । ସୁଲଭ ମୂଲ୍ୟରେ ଉପଯୁକ୍ତ ଫିଚର ଯୁକ୍ତ ସ୍ମାର୍ଟ ଓ୍ବାଚ ସମସ୍ତେ ଚାହିଁଥାଆନ୍ତି । ଭାରତୀୟ କମ୍ପାନୀ ନୋଏଜ ନୂଆ eSim ସ୍ମାର୍ଟ ଓ୍ବାଚ ଲଞ୍ଚ କରିଛି। ଏହାର ନାମ Noise Voyage ରଖାଯାଇଛି । ସୁଲଭ ମୂଲ୍ୟରେ ଉପଯୁକ୍ତ ଫିଚରକୁ ପସନ୍ଦ କରୁଛନ୍ତି ୟୁଜର୍ସ । ତେବେ ପ୍ରକାଶ ଥାଉକି ବୋଟ ଚଳିତ ମାସ ଆରମ୍ଭରେ Lunar Pro LTE ସ୍ମାର୍ଟ ଓ୍ବାଚ୍‌ ଲଞ୍ଚ କରିଥିଲା । ବର୍ତ୍ତମାନ ବଜାରରେ ଉପଲବ୍ଧ ବୋଟର ଏହି ସ୍ମାର୍ଟ ଓ୍ବାଚ । ତେବେ ବୋଟର ଏହି ସ୍ମାର୍ଟ ଓ୍ବାଚରେ ସର୍କୁଲାର ଡିଜାଇନ, AMOLED ଡିସ୍‌ପ୍ଲେ' ଏବଂ ଅନେକ ହେଲଥ ଫିଚର ମିଳିଥାଏ ।

Noise Voyage ସ୍ପେସିଫିକେସନ: ନଏଜ୍‌ ଭଏଜ୍‌ ହେଉଛି ଏକ ଷ୍ଟାଇଲିସ ଏବଂ ଫିଚର ରିଚ୍‌ ସ୍ମାର୍ଟ ଓ୍ବାଚ । ଏହା ମେଟାଲିକ ବିଲ୍ଡ ହୋଇଥିବା ବେଳେ ଏଥିରେ ଦୁଇଟି ବଟନ ରହିଛି । ଏଥିରେ ଷ୍ଟେନେଲେସ୍‌ ଷ୍ଟିଲର ରାଉଣ୍ଡ ବେଜେଲ ମଧ୍ୟ ରହିଛି । ଡିଭାଇସରେ 1.4 ଇଞ୍ଚର ରେଟିନା ଏହଂ ଆମଲୋଏଡ ଡିସ୍‌ପ୍ଲେ ରହିଛି । ଏହାସହ ଏଥରେ ହେଲ୍‌ଥ୍‌ ଏବଂ ଫିଟନେସ୍‌ ଟ୍ରାକିଂ ଫିଚର ରହିଛି । ଯେଉଁଥିରେ ହାର୍ଟ୍‌ରେଟ୍‌ ମନିଟରିଂ, SpO2 ସ୍ସେନ୍ସର, ସ୍ଲିପ୍‌ ଏବଂ ଷ୍ଟ୍ରେସ୍‌ ଟ୍ରାକର୍‌ ମଧ୍ୟ ରହିଛି । ଏହି ନିର୍ଦ୍ଦିଷ୍ଟ ଓ୍ବାର୍କଆଉଟ୍‌ ଆକ୍ଟିଭିଟି ବା ବ୍ୟାୟାମ ପାଇଁ ଅଟୋ ଡିଟେକ୍ସନ ସହିତ 100ରୁ ଅଧିକ ସ୍ପୋର୍ଟ୍ସ ମୋଡ୍‌ର ମଧ୍ୟ ସପୋର୍ଟ କରିଥାଏ ।

ଏହା ମଧ୍ୟ ପଢନ୍ତୁ: Smartwatch Saving Life: ସଞ୍ଜିବନୀ ସାଜିଲା ଆପଲ ଘଣ୍ଟା, ହୃଦ ସ୍ପନ୍ଦନ ବଢିଲେ ବାଜୁଛି ଆଲାରାମ

3 ମାସ ପର୍ଯ୍ୟନ୍ତ ଫ୍ରି' କଲିଂ: ନଏଜ୍‌ ଭଏଜରେ ଇସିମ ସପୋର୍ଟ ରହିଥାଏ । ଏଥିରେ ଜିଓ ଏବଂ ଏୟାରଟେଲ୍‌ ସିମ ବ୍ୟବାହର କରିହେବ । ବିଶେଷ କଥା ହେଉଛି ଏଥିରେ 3 ମାସ ପର୍ଯ୍ୟନ୍ତ ଫ୍ରି' 4ଜି କଲିଂ ସୁବିଧା ରହିଛି । ଏହା ୟୁଜର୍ସଙ୍କୁ ହାତରେ ପିନ୍ଧିଥିବା ବେଳେ କଲ କରିବା ଏବଂ କଲ୍ ରିସିଭ କରିବାର ସୁବିଧା ପ୍ରଦାନ କରିଥାଏ । ଯାହା ବ୍ଲୁଟୁଥ୍‌ କଲିଂ ତୁଳନାରେ ଅଧିକ ସୁବିଧାଜ୍ଜନକ ବୋଲି କୁହାଯାଇଛି । ଅନ୍ୟପଟେ ଏହା TWS ଇୟରଫୋନ୍ ସହିତ ମଧ୍ୟ ସଂଯୁକ୍ତ ହୋଇପାରିବ ।

Noise Voyage ବ୍ୟାଟେରୀ: ତେବେ ଅନ୍ୟ ଫିଚର ଭଳି ବ୍ୟାଟେରୀ ମଧ୍ୟ ଅଧିକ ଦିନ ରହିପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଅନ୍ୟୁନ୍ୟ 7 ଦିନ ପର୍ଯ୍ୟନ୍ତ ଏହା ଚାଲିପାରିବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଅନ୍ୟପଟେ ପାଓ୍ବାର ସେଭିଂ ମୋଡ୍‌ରେ ଏହା 30 ଦିନ ପର୍ଯ୍ୟନ୍ତ ଚାର୍ଜ ରହିପାରିବ । ଏହି ସ୍ମାର୍ଟ ଓ୍ବାଚ୍‌ରେ ପାଣିପାଗ ସୂଚନା, କାଲକୁଲେଟର, କ୍ବିକ୍‌ ରିପ୍ଲାଇ ଭଳି ଅନେକ ଫିଚର ରହିଛି । ତେବେ ବର୍ତ୍ତମାନ ଏହା ବଜାରରେ ଉଲବ୍ଧ ହୋଇନଥିବା ବେଳେ ଡିସେମ୍ବର 23 ତାରିଖ ପରଠୁ ଗ୍ରାହକ କ୍ରୟ କରିପାରିବେ ବୋଲି କୁହାଯାଇଛି । ତେବେ ଏହାର ଦାମ ନେଇ ମଧ୍ୟ କମ୍ପାନୀ ପକ୍ଷରୁ କୌଣସି ଖୁଲାସା କରାଯାଇ ନାହିଁ ।

Last Updated : Dec 19, 2023, 10:21 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.