ETV Bharat / science-and-technology

Nobel Prize in Economic Sciences: କ୍ଲାଉଡିଆ ଗୋଲ୍ଡିନ ପାଇବେ ନୋବେଲ ପୁରସ୍କାର - ନୋବେଲ ପୁରସ୍କାର 2023

ଅର୍ଥଶାସ୍ତ୍ର ବିଷାରଦ କ୍ଲାଉଡିଆ ଗୋଲ୍ଡିନଙ୍କୁ ମିଳିବ ସମ୍ମାନଜନକ ନୋବେଲ ପୁରସ୍କାର । ଅଧିକ ପଢନ୍ତୁ

Nobel Prize in economic sciences
Nobel Prize in economic sciences
author img

By ETV Bharat Odisha Team

Published : Oct 9, 2023, 3:28 PM IST

Updated : Oct 9, 2023, 4:17 PM IST

ହାଇଦ୍ରାବାଦ: ଅର୍ଥନୀତିରେ ଚଳିତ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଅର୍ଥଶାସ୍ତ୍ରୀ କ୍ଲାଉଡିଆ ଗୋଲ୍ଡିନଙ୍କୁ ଚଳିତ ବର୍ଷ ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କରିବା ନେଇ ଘୋଷଣା କରିଛି ରୟାଲ ସ୍ବଡେନ ଏକାଡେମୀ । କ୍ଲାଉଡିଆ ଗୋଲ୍ଡିନ ହେଉଛନ୍ତି 77 ବର୍ଷୀୟ ଆମେରିକୀୟ ଅର୍ଥନୀତିଜ୍ଞ । ମହିଳା ଶ୍ରମ ବଜାରର ପରିଣାମ ବିଷୟରେ ଗବେଷଣା ଏବଂ ନିଜର ସିଦ୍ଧାନ୍ତ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଷ୍ଟକହୋମରୁ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଅର୍ଥନୀତିରେ ମହିଳାମାନଙ୍କର ଶ୍ରମଦାନର ଆବଶ୍ୟକତା ଉପରେ କ୍ଲାଉଡିଆଙ୍କ ତଥ୍ୟ ବିଶ୍ବକୁ ଏକ ନୂଆ ଦିଗନ୍ତ ଦେଇଛି ବୋଲି ଘୋଷଣା କରାଯାଇଛି ।

କ୍ଲାଉଡିଆ ଗୋଲ୍ଡିନ 1946 ମସିହା ମେ 14 ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତେବେ ସେ ମାଡିସନର ଓ୍ବିସକନସିନ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ଏହାପରେ 1972 ମସିହାରେ ପ୍ରିନ୍ସଟନ ୟୁନିଭରସିଟିରେ ପାଠ ପଢିବା ପରେ 1979 ମସିହାରେ ପେନସିଲଭାନିଆ ୟୁନିଭରସିଟିରେ ପ୍ରଫେସର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ବର୍ତ୍ତମାନ ସେ ହାଓ୍ବାର୍ଡ ବିଶ୍ବବିଦ୍ୟାଳୟରେ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି । 1989 ମସିହାରୁ 2017 ପର୍ଯ୍ୟନ୍ତ NBERର ଡେଭଲପମେଣ୍ଟ ଅଫ ଆମେରିକାନ ଇକୋନୋମି ପ୍ରୋଗ୍ରାମର ନିର୍ଦ୍ଦେଶକ ଥିଲେ ।

  • BREAKING NEWS
    The Royal Swedish Academy of Sciences has decided to award the 2023 Sveriges Riksbank Prize in Economic Sciences in Memory of Alfred Nobel to Claudia Goldin “for having advanced our understanding of women’s labour market outcomes.”#NobelPrize pic.twitter.com/FRAayC3Jwb

    — The Nobel Prize (@NobelPrize) October 9, 2023 " class="align-text-top noRightClick twitterSection" data=" ">

ଗୋଟିଏ ଶତାବ୍ଦୀ ମଧ୍ୟରେ ମହିଳାଙ୍କ ରୋଜଗାର ଏବଂ ବିଶ୍ବ ଅର୍ଥନୀତିରେ ସେମାନଙ୍କର ଭାଗୀଦାରି ଉପରେ ତଥ୍ୟ ପ୍ରଦାନ କରାଯାଇଛି। କ୍ଲାଉଡିଆଙ୍କ ଏହି ତଥ୍ୟ ପରିବର୍ତ୍ତନର କାରଣ ଏବଂ ଲିଙ୍ଗଗତ ବିଭେଦ ସମ୍ପର୍କରେ ଅବଗତ କରାଇଛି ବୋଲି ସ୍ବିଡେନ ଏକାଡେମୀ ଅଫ ସାଇନ୍ସ ପକ୍ଷରୁ କୁହାଯାଇଛି । ତେବେ କ୍ଲାଉଡିଆ ଗୋଲ୍ଡିନଙ୍କୁ 11 ମିଲିୟନ ସ୍ବିଡିସ କ୍ରାଉନ ପ୍ରଦାନ କରାଯିବ । ଶିଳ୍ପପତି ଆଲଫ୍ରେଡ ନୋବେଲଙ୍କ ଓ୍ବିଲ ଅନୁସାରେ ଏହି ନୋବେଲ ପୁରସ୍କାର ପ୍ରଦାନ କରାଯିବ। କହିରଖୁଛୁ କି 1968 ମସିହାରେ ଅର୍ଥନୀତିରେ ନୋବେଲ ଆରମ୍ଭ କରାଯାଇଥିଲା ଏବଂ ଏହି ପୁରସ୍କାର ସ୍ବୀଡେନର କେନ୍ଦ୍ରୀୟ ବ୍ୟାଙ୍କ ପ୍ରଦାନ କରିଥାଏ । ପ୍ରକାଶଥାଉକି, ରୟାଲ ସ୍ବଡେନ ଏକାଡେମୀ ପକ୍ଷରୁ ଗତବର୍ଷ 3 ଆମେରିକୀୟ ଅର୍ଥଶାସ୍ତ୍ରୀଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା

ଏହା ମଧ୍ୟ ପଢନ୍ତୁ: 3 ଆମେରିକୀୟ ଅର୍ଥଶାସ୍ତ୍ରୀଙ୍କୁ ନୋବେଲ, ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଉପରେ କରିଥିଲେ ଅଧ୍ୟୟନ

  • 1969 ମସିହାରୁ 2022 ମସିହା ମଧ୍ୟରେ ଅର୍ଥନୀତିରେ ମୋଟ 54 ଜଣଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି ।
  • ସେଥିମଧ୍ୟରୁ 25ଟି ପୁରସ୍କାର କେବଳ ଜଣେ ଅର୍ଥଶାସ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି ।
  • 2009 ମସହାରେ ଏଲିନର ଓଷ୍ଟରମ ଏବଂ 2019 ମସିହାରେ ଏସଥେର ଡୁଫଲୋ ଏହି ଦୁଇ ମହିଳାଙ୍କୁ ଅର୍ଥନୀତିରେ ଶାନ୍ତି ପୁରସ୍କାର ମିଳିଛି ।
  • ନୋବେଲ ପାଇଥିବା ଅର୍ଥଶାସ୍ତ୍ରୀଙ୍କ ମଧ୍ୟରୁ ସବୁଠାରୁ କନିଷ୍ଠ ହେଉଛନ୍ତି 46 ବର୍ଷୀୟ ଏସଥେର ଡୁଫଲୋ ।
  • ସବୁଠାରୁ ବରିଷ୍ଠ ହେଉଛନ୍ତି 90 ବର୍ଷୀୟ ଲିଓନିଦ ହରଓ୍ବିଜ ।

ତେବେ ଏହି ଘୋଷଣା ସହିତ ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା ଶେଷ ହୋଇଛି। ତେବେ ପ୍ରଥମେ ମେଡିସିନ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ସାହିତ୍ୟ ଏବଂ ଶାନ୍ତି ପରେ ଆଜି ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି।

  • ଫିଜିଓଲୋଜି ଓ ମେଡିସିନ ପାଇଁ କାଟାଲିନ୍ କାରିକୋ ଓ ଡ୍ର୍ୟୁ ୱିସମ୍ୟାନ ପାଇବେ ନୋବେଲ ପୁରସ୍କାର
  • ପେରିର୍ ଅଗସ୍ତିନୀ, ଫେରେନ୍ସ କ୍ରାଉଜ୍‌ ଏବଂ ଆନି ଏଲ ହୁଇଲିୟରଙ୍କୁ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯିବ
  • ରସାୟନ ବିଜ୍ଞାନରେ ନୋବେଲ ପାଇବେ ମାଉଙ୍ଗି ଜି. ବାୱେଣ୍ଡି, ଲୋଇସ୍ ଇ.ବ୍ରୁସ୍‌ ଏବଂ ଆଲେକ୍ସି ଏଲ୍. ଏକିମୋଭ୍‌
  • ସାହିତ୍ୟ ପାଇଁ ଜନ୍‌ ଫୋସେଙ୍କ ନାମ ଘୋଷଣା କରାଯାଇଛି
  • ନର୍ଗେସ ମହମ୍ମଦି ପାଇବେ ନୋବେଲ ଶାନ୍ତି ପୁରସ୍କାର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 9, 2023, 4:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.