ନୂଆଦିଲ୍ଲୀ: ଏଣିକି ପ୍ରାକୃତିକ ବିପର୍ଯ୍ୟୟର ପୂର୍ବାନୁମାନ କରିବା ଆହୁରି ହେବ ସହଜ । କେବଳ ବନ୍ୟା-ବାତ୍ୟା ନୁହେଁ, ଘୂର୍ଣ୍ଣିବଳୟ, ଭୂମିକମ୍ପ, ଜଙ୍ଗଲରେ ନିଆଁ ଭଳି ପ୍ରାକୃତିକ ବିପର୍ଯ୍ୟୟର ପୂର୍ବାନୁମାନ କରିବା ମଧ୍ୟ ସହଜ ହେବ । ଏସବୁ ସୁବିଧା ପାଇଁ ନାସା, ଇସ୍ରୋକୁ ବଢାଇଛି ସହାୟତାର ହାତ । ଖବର ଅନୁସାରେ, ଆମେରିକାର ସ୍ପେସ୍ ଏଜେନ୍ସି ନାସା ନିସାର୍ ସାଟେଲାଇଟ୍(NISAR)କୁ ଭାରତୀୟ ମହାକାଶ ଗବେଷଣା ସଂଗଠନ(ISRO)କୁ ହସ୍ତାନ୍ତର କରିଛି ।
-
Today was all about NISAR!
— NASA JPL (@NASAJPL) February 4, 2023 " class="align-text-top noRightClick twitterSection" data="
It’s nearly time for the scientific heart of this @NASAEarth satellite to head to southern India ahead of its planned 2024 launch, so of course, we had to send it off in true JPL style. https://t.co/dNvZEP1pBa pic.twitter.com/cgkAqQk4iR
">Today was all about NISAR!
— NASA JPL (@NASAJPL) February 4, 2023
It’s nearly time for the scientific heart of this @NASAEarth satellite to head to southern India ahead of its planned 2024 launch, so of course, we had to send it off in true JPL style. https://t.co/dNvZEP1pBa pic.twitter.com/cgkAqQk4iRToday was all about NISAR!
— NASA JPL (@NASAJPL) February 4, 2023
It’s nearly time for the scientific heart of this @NASAEarth satellite to head to southern India ahead of its planned 2024 launch, so of course, we had to send it off in true JPL style. https://t.co/dNvZEP1pBa pic.twitter.com/cgkAqQk4iR
ଏହି ସାଟେଲାଇଟ୍କୁ ଗ୍ରହଣ କରିବା ପାଇଁ ISRO ମୁଖ୍ୟ ଡକ୍ଟର ଏସ୍ ସୋମନାଥ ଜେଟ୍ ପ୍ରପୁଲସନ୍ ଲାବୋରେଟୋରୀ ଯାଇଥିଲେ । ବର୍ତ୍ତମାନ ଏହି ଉପଗ୍ରହକୁ ଭାରତ ଅଣାଯିବ । ଏହା ଏପରି ଏକ ଉପଗ୍ରହ, ଯାହା ଯୋଶୀମଠ ଭଳି ଘଟଣା ଘଟିବା ପୂର୍ବରୁ ସତର୍କ କରାଇପାରିବ । ଏଠାରେ କହି ରଖୁଛୁ ଯେ, ଉତ୍ତରାଖଣ୍ଡର ଯୋଶୀମଠ ସହର ଦବିବାରେ ଲାଗିଛି । ମୃତ୍ତିକା କ୍ଷୟ କାରଣରୁ ସେଠାରେ ଥିବା ଶତାଧିକ ଅଟ୍ଟାଳିକାର କାନ୍ଥରେ ଫାଟ ସୃଷ୍ଟି ହେବା ସାଙ୍ଗକୁ ରାସ୍ତାଘାଟ ମଧ୍ୟ ଦବି ଯାଉଛି, ଯାହା ଏକ ବଡ ପ୍ରାକୃତିକ ବିପର୍ଯ୍ୟୟର ସଙ୍କେତ ଦେଉଛି । ତେବେ ବର୍ତ୍ତମାନ ନାସା ପଠାଇଥିବା ସାଟେଲାଇଟ୍ ମାଧ୍ୟମରେ ଏସବୁ ଅଘଟଣକୁ ପୂର୍ବାନୁମାନ କରାଯାଇ ପାରିବ ।
ରିପୋର୍ଟ ଅନୁସାରେ, ଏହି ସାଟେଲାଇଟ୍ ତିଆରିରେ ପ୍ରାୟ 10 ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ଉପଗ୍ରହକୁ GSLV-MK2 ରକେଟ୍ ମାଧ୍ୟମରେ ଉତକ୍ଷେପଣ କରାଯିବ । ନିସାରରୁ ସମଗ୍ର ବିଶ୍ୱ ମଧ୍ୟ ଉପକୃତ ହୋଇପାରିବ । ଏହି ଉପଗ୍ରହ ପୃଥିବୀକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବ । ଏହା ହେଉଛି ବିଶ୍ୱର ସବୁଠାରୁ ମହଙ୍ଗା ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ । କେବଳ ସହର ଗୁଡିକୁ ଧ୍ବଂସରୁ ନୁହେଁ, ନିସାର ସମଗ୍ର ବିଶ୍ୱ ଉପରେ ନଜର ରଖିବ । ଏହା ଘୂର୍ଣ୍ଣିବଳୟ, ଝଡ, ଆଗ୍ନେୟଗିରି, ଭୂକମ୍ପ, ଗ୍ଲାସିୟର ତରଳିବା, ସମୁଦ୍ର ଝଡ, ଜଙ୍ଗଲରେ ନିଆଁ, ସମୁଦ୍ର ପତ୍ତନ ବୃଦ୍ଧି ସହିତ ଅନେକ ବିପର୍ଯ୍ୟୟର ସତର୍କ ସୂଚନା ଦେବ । ନିସାର ମଧ୍ୟ ପୃଥିବୀରେ ଜମା ହେଉଥିବା ଆବର୍ଜନା ଏବଂ ମହାକାଶରୁ ପୃଥିବୀ ଆଡକୁ ଆସୁଥିବା ବିପଦ ବାବଦରେ ସୂଚନା ଦେବ ।
ଏହି ସାଟେଲାଇଟ୍ ଏବଂ ଏହାର ପେଲୋଏଡ୍ସ ଅନେକ ଥର ପରୀକ୍ଷଣ କରାଯାଇଛି । ଭାରତ ଏବଂ ଆମେରିକା ମଧ୍ୟରେ ଏପର୍ଯ୍ୟନ୍ତ ଏହା ହେଉଛି ସବୁଠାରୁ ବଡ ମିଳିତ ବିଜ୍ଞାନ ମିଶନ । ନିସାର୍ରେ ଏଲ୍ ଏବଂ ଏସ୍ ଦୁଇ ପ୍ରକାରର ବ୍ୟାଣ୍ଡ ରହିଛି । ଏହା ଉଭୟ ପୃଥିବୀରେ ବୃକ୍ଷ ଓ ଉଦ୍ଭିଦ ସଂଖ୍ୟା ବୃଦ୍ଧି ଏବଂ ହ୍ରାସ ଉପରେ ନଜର ରଖିବେ । ଭାରତ ଏସ ବ୍ୟାଣ୍ଡ ଟ୍ରାନ୍ସମିଟର ଏବଂ ନାସା ଏଲ ବ୍ୟାଣ୍ଡ ଟ୍ରାନ୍ସପୋଣ୍ଡର ତିଆରି କରିଛି । ଏହା GSLV-MK2 ରକେଟରୁ ମହାକାଶକୁ ଲଞ୍ଚ୍ କରାଯିବ । ଏହାର ରାଡାର ଏତେ ଶକ୍ତିଶାଳୀ ହେବ ଯେ, 240 କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳର ଅତି ସ୍ପଷ୍ଟ ଚିତ୍ର ଉଠାଇ ପାରିବ । ଉତ୍କ୍ଷେପଣର 12 ଦିନ ପରେ ଏହା ପୃଥିବୀର ଏକ ସ୍ଥାନର ଫଟୋ ଉଠାଇବ । କାରଣ ପୃଥିବୀର ଗୋଟିଏ ରାଉଣ୍ଡ ସମ୍ପୂର୍ଣ୍ଣ କରିବାକୁ 12 ଦିନ ଲାଗିବ ।
ଏହି ସମୟ ମଧ୍ୟରେ, ଏହା ପୃଥିବୀର ବିଭିନ୍ନ ଅଂଶର ଦ୍ରୁତ ନମୁନା ସଂଗ୍ରହ କରିବା ସହ ବୈଜ୍ଞାନିକମାନଙ୍କୁ ଚିତ୍ର ଏବଂ ତଥ୍ୟ ପ୍ରଦାନ ଜାରି ରଖିବ । ଏହି ମିଶନ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବ ବୋଲି କୁହାଯାଉଛି । ତେବେ ନାସାର ସହାୟତାରେ ଆଗାମୀ 5 ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଇସ୍ରୋ କି କି ସଫଳତା ହାସଲ କରୁଛି ତା' ଉପରେ ସମସ୍ତଙ୍କ ନଜର ରହିବ ନିଶ୍ଚୟ ।