ETV Bharat / science-and-technology

WhatsApp New Updates: ହ୍ବାଟ୍ସଆପରେ ଚାଟିଂ କରିବା ଆହୁରି ହେବ ମଜାଦାର, ବଦଳିବ କିବୋର୍ଡ

author img

By

Published : Jun 3, 2023, 8:12 PM IST

ୟୁଜର୍ସଙ୍କ ପାଇଁ ଆଉ ଏକ ଅପଡେଟ ଆଣିବା ପାଇଁ ଯାଉଛି ହ୍ବାଟ୍ସଆପ । ଏଣିକି ହ୍ବାଟ୍ସଆପରେ ଚାଟିଂ ଆହୁରି ସହଜ ଏବଂ ମଜାଦାର ହୋଇପାରିବ । ଅଧିକ ପଢନ୍ତୁ

WhatsApp New Updates
WhatsApp New Updates

ହାଇଦ୍ରାବାଦ: ଭାରତରେ ହ୍ବାଟ୍ସଆପରେ 500 ମିଲିୟନରୁ ଅଧିକ ୟୁଜର୍ସ ରହିଥିବା ବେଳେ ବିଶ୍ବରେ 2ମିଲିୟନରୁ ଅଧିକ ଲୋକ ଏହି ଆପ ବ୍ୟବହାର କରୁଛନ୍ତି । ଉପଭୋକ୍ତା ଅଭିଜ୍ଞତାକୁ ଉନ୍ନତ କରିବାକୁ, କମ୍ପାନୀ ସମୟ ସମୟରେ ଆପର ନୂଆ ନୂଆ ଅପଡେଟ ଆଣିଥାଏ । ଏହାରି ଭିତରେ ହାଟ୍ସଆପରେ ଚାଟିଂକୁ ଆହୁରି ମଜାଦାର କରିବା ପାଇଁ ହ୍ବାଟ୍ସଆପ ଏକ ଅପଡେଟ କିବୋର୍ଡ ଆଣିବାକୁ ଯାଉଛି । ଏଥିରେ ୟୁଜର୍ସ ପାଇଁ ଚାଟିଂ ଆହୁରି ମଜାଦାର ହୋଇପାରିବ ।

Wabetainfoର ତଥ୍ୟ ଅନୁସାରେ, କମ୍ପାନୀ କିବୋର୍ଡର UIକୁ ପୁନଃ ଡିଜାଇନ୍ କରୁଛି । ଏହି ଅପଡେଟରେ ୟୁଜର୍ସଙ୍କ ଚାଟିଂ ଆହୁରି ମଜାଦାର ହୋଇପାରିବ । ଆଗକୁ ଆସୁଥିବା କିବୋର୍ଡରେ GIF, ଷ୍ଟିକର୍ ଏବଂ ଇମୋଜିର ସ୍ଥାନ ବଦଳିବ । ମନ ପସନ୍ଦର ଇମୋଜି ପଠାଇବା ଆହୁରି ସହଜ ହେବ । କମ୍ପାନୀ ଇମୋଜି ଅପସନକୁ ତଳୁ ଉପରକୁ ଆଣିବ । ଏଣିକି ଟେକ୍ସ ଅପସନ ତଳେ ରହିବ ଇମୋଜି ଏବଂ ଜିଆଇଏଫ । ଏହାସହ ଆଗାମୀ ଅପଡେଟରେ ମଜାଦାର ଇମୋଜି ମଧ୍ୟ ଆସିବା ନେଇ ସୂଚନା ଦିଆଯାଇଛି । ଅନ୍ୟପଟେ ଟେକ୍ସ ଟାଇପ କରିବା ପାଥରେ ଆପଣ ଫାଇଲ ଟ୍ରାନ୍ସଫରର ମଧ୍ୟ ସୁବିଧା ପାଇପାରିବେ । ସେହି ଅପ୍ସନକୁ କ୍ଲିକ କରିବା ମାତ୍ରେ ଆପଣ କଣ୍ଟାକ୍ଟ, ଗ୍ୟାଲେରି, ପେମେଣ୍ଟ ସୁବିଧା ପାଇପାରିବେ ।

ମୋଟ ଉପରେ, କମ୍ପାନୀ ଭଲ ଚାଟିଂ ଅଭିଜ୍ଞତା ଏବଂ ସମସ୍ତ କାର୍ଯ୍ୟରେ ଗୋଟିଏ କ୍ଲିକ୍ ଆକ୍ସେସ୍ ପାଇଁ ଆପର ଅପଡେଟ ଆଣିଛି । ବର୍ତ୍ତମାନ ଏହି ସୁବିଧା ବିଟା ଚେଷ୍ଟରଙ୍କ ପାଇଁ ରହିଥିବା ବେଳେ ଆଗାମୀ ଦିନରେ ଏହା ସମସ୍ତଙ୍କ ପାଇଁ ଉପଲବ୍ଧ ହେବ ବୋଲି ଜଣାପଡିଛି ।

ନମ୍ବର ବଦଳରେ ୟୁଜରନେମରେ କରିପାରିବେ ହ୍ବାଟ୍ସଆପରେ ଚାଟିଂ: ହାଟ୍ସଆପ ପକ୍ଷରୁ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଫିଚର ଆସିବାକୁ ଯାଉଛି, ଯେଉଁଥିରେ ଆପଣ ନିଜ ନମ୍ବରକୁ ଗୋପନ ରଖିପାରିବେ । ବିନା ନମ୍ବରରେ ମଧ୍ୟ ଆପଣ ଅନ୍ୟଜଣଙ୍କ ସହ ଚାଟିଂ କରିପାରିବେ । ଏନେଇ ହ୍ବାଟ୍ସଆପ ପକ୍ଷରୁ ଏକ ନୂଆ ଅପଡେଟ ଆସିବ । ଏଥିରେ ୟୁଜର୍ସମାନେ ସେମାନଙ୍କର ଏକ ୟୁନିକ ନେମ ଦେଇ ଚାଟିଂ କରିପାରିବେ । ଫଳରେ ହ୍ବାଟ୍ସଆପରେ କାହାରିକୁ ଆଡ କରିବା ପାଇଁ ବାରମ୍ବାର ନମ୍ବର ଦେବାର ଆବଶ୍ୟକତା ରହିବ ନାହିଁ । ଆପଣ ମଧ୍ୟ ଉପଯୋଗକର୍ତ୍ତା ନାମ ସାହାଯ୍ୟରେ କାହାକୁ ଯୋଡିବାକୁ ସମର୍ଥ ହେବେ । ଏହା ଦ୍ବାରା ଆପଣଙ୍କ ମୋବାଇଲ ନମ୍ବର ମଧ୍ୟ ଗୋପନୀୟ ରହିପାରିବ।

ଏହା ମଧ୍ୟ ପଢନ୍ତୁ: WhatsApp Sticker Feature : ଆହୁରି ମଜାଦାର ହେବ ହ୍ବାଟସଅପ୍ ଚାଟ୍‌, ନିଜେ ତିଆରି କରିପାରିବେ ଷ୍ଟିକର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.