ETV Bharat / science-and-technology

Threads New Feature Soon: ଥ୍ରେଡ୍ସରେ ଆଣିବାକୁ ଯାଉଛି ଅଟୋ ଡିଲିଟ ଫିଚର, ଏହି ସୁବିଧା ପାଇବେ ୟୁଜର୍ସ - ଥ୍ରେଡ୍ସ ଅଟୋ ଡିଲିଟ ଫିଚର

ଦମଦାର ଲଞ୍ଚିଂ ପରେ ଥ୍ରେଡ୍ସ ଆପ ଲଗାତାର ଅପଡେଟ ଜାରି ରଖିଛି। ଏହାସହ ୟୁଜର୍ସଙ୍କ ଡିମାଣ୍ଡ ଏବଂ ମାର୍କେଟରେ ରହିଥିବା ଅନ୍ୟ ଆପ ତୁଳନାରେ ଶୀଘ୍ର ସୁବିଧାଜନକ ଫିଚର ଆଣିବା ପାଇଁ ଚେଷ୍ଟା ଜାରି ରଖିଛି। ଅଧିକ ପଢନ୍ତୁ

Threads New Feature Soon
Threads New Feature Soon
author img

By

Published : Jul 11, 2023, 7:17 AM IST

ହାଇଦ୍ରାବାଦ : ପପୁଲାର ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ବିଟରର ବିକଳ୍ପ ଭାବେ ଲଞ୍ଚ ହୋଇଛି ଥ୍ରେଡ୍ସ ଆପ । ଲଞ୍ଚ ହେବା ପରଠାରୁ, ଆପ୍ ସମ୍ବନ୍ଧରେ ଉପଭୋକ୍ତାମାନଙ୍କ ମଧ୍ୟରେ ଏକ ଭିନ୍ନ କ୍ରେଜ୍ ଦେଖାଯାଉଛି । ଜୁଲାଇ 6ରେ ଆରମ୍ଭ ହୋଇଥିବା ଏହି ଆପରେ ୟୁଜର୍ସଙ୍କ ସଂଖ୍ୟା 100 ମିଲିୟନକୁ ଛୁଇଁବାକୁ ଯାଉଛି । ଉପଭୋକ୍ତାମାନେ ମଧ୍ୟ ଏହାର ଫିଚର ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । ଏହି ପର୍ଯ୍ୟାୟରେ, ଇନଷ୍ଟାଗ୍ରାମର ମୁଖ୍ୟ ଆଡାମ ମୋସେରୀ ଥ୍ରେଡ୍ସରେ ପୋଷ୍ଟ ଡିଲିଟ କରିବା ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଏଣିକି ୟୁଜର୍ସ ଥ୍ରେଡ୍ସରେ ଅଟୋ ଡିଲିଟ ଅପ୍‌ସନ ପାଇବେ ।

ଏହି ଅପସନ ସହିତ, ଏକ ନିର୍ଦ୍ଦିଷ୍ଟ ସମୟ ପରେ ବ୍ୟବହାରକାରୀଙ୍କ ପୋଷ୍ଟଗୁଡ଼ିକ ଅଟୋମୋଟିକ ଡିଲିଟ ହୋଇଯିବ । ଆଡାମ ମୋସେରୀ କହିଛନ୍ତି ଯେ ପୂର୍ବରୁ ଏହି ଫିଚରକୁ 30 ଦିନରେ ଅଟୋଡିଲିଟ ଅପସନ ରହିଥିଲା । କିନ୍ତୁ ଉପଭୋକ୍ତାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାକୁ 90 ଦିନ କରାଯାଇଛି ।

100ଟି ଦେଶରେ ଆଇଓଏସ ଏବଂ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ମେଟା ଗତ ସପ୍ତାହରେ ଥ୍ରେଡ୍ସ ଲଞ୍ଚ କରିଥିଲା । ଆପ୍ ଷ୍ଟୋର୍‌ରେ ଏହା ବର୍ତ୍ତମାନ ଟପ୍ ଫ୍ରି' ଆପ୍ ହୋଇ ରହିଛି । ଲଞ୍ଚ୍‌ ହେବାର କିଛି ଦିନ ମଧ୍ୟରେ, ଥ୍ରେଡ୍ସ 9କୋଟି ୟୁଜର୍ ସାଇନ୍ ଅପ୍ ଅତିକ୍ରମ କରିଛି । ଏହି ସମୟରେ, ଟ୍ୱିଟର ମାଲିକ ଏଲନ୍ ମସ୍କ ରବିବାର ଦିନ ମେଟା ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗଙ୍କୁ ପରିହାସ କରି କହିଛନ୍ତି ଯେ, ଜୁକ୍ ହେଉଛନ୍ତି ଜଣେ କୁକୁଡା । ଗତ ସପ୍ତାହରେ ମସ୍କ୍‌ କହିଥିଲେ ଯେ ପ୍ରତିଯୋଗିତା ଭଲ, କିନ୍ତୁ କପି କରିବା ଠିକ୍ ନୁହେଁ ।

ଏହା ମଧ୍ୟ ପଢନ୍ତୁ: Threads App: ଟ୍ବିଟରକୁ ଟକ୍କର ଦେବା ପାଇଁ ଲଞ୍ଚ ହେଲା ଥ୍ରେଡ୍ସ ଆପ, ଏଭଳି କରିହେବ ଡାଉନଲୋଡ

କହିରଖୁଛୁ କି ଥ୍ରେଡ୍ ଲଞ୍ଚ ହେବା ପରେ ଟ୍ୱିଟର ଏବଂ ମେଟା ମଧ୍ୟରେ ବିବାଦ ଜାରି ରହିଛି । ଏହି ବିବାଦ ଏକ ଆଇନଗତ ରୂପ ନେଉଛି । ତେବେ ଏହି ବିବାଦ କେତେ ଦୂର ଯିବ ଏବଂ ଏହାର ପରିଣାମ କାହାକୁ ଭୋଗିବାକୁ ପଡିବ ତାହା ସମୟ କହିବ । ଥ୍ରେଡ୍ସ ପାଇଁ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ବ୍ୟବହାର କରି ଲଗ୍‌ଇନ୍‌ କରିହେବ । ଏହାସହ ଆପ୍‌ରେ 500 ଅକ୍ଷର ପର୍ଯ୍ୟନ୍ତ ପୋଷ୍ଟ ଲେଖି ପାରିବେ । ଏଥିରେ ଲିଙ୍କ୍, 5 ମିନିଟ୍ ପର୍ଯ୍ୟନ୍ତ ଭିଡିଓ ଏବଂ ଫଟୋ ମଧ୍ୟ ପୋଷ୍ଟ୍‌ କରିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.