ETV Bharat / science-and-technology

Zombie Virus Trends on Twitter: ଏହିପରି ପ୍ରତିକ୍ରିୟା ରଖିଲେ ନେଟିଜେନ୍ସ

author img

By

Published : Dec 1, 2022, 11:35 AM IST

ବୈଜ୍ଞାନିକମାନେ 48 ହଜାର 500 ବର୍ଷର ପୂରୁଣା ଭୂତାଣୁର ପତ୍ତା ଲଗାଇବା ପରେ ବୁଧବାର(ନଭେମ୍ବର 30)ରେ ଟ୍ବିଟରରେ ଟ୍ରେଣ୍ଡ୍ କରିଥିଲା #zombievirus । ଯାହାକୁ ନେଇ ନେଟିଜେନ୍ସ ବିଭିନ୍ନ ପ୍ରକାର ମଜାଳିଆ ଢଙ୍ଗରେ ମେମ୍ସ ପୋଷ୍ଟ କରିଛନ୍ତି । ଆଉ ଏକ ମହାମାରୀ ଆତଙ୍କକୁ ନେଇ ଦେଖନ୍ତୁ ନେଟିଜେନ୍ସଙ୍କ ପ୍ରତିକ୍ରିୟା ।

ଟ୍ବିଟରରେ ଟ୍ରେଣ୍ଡ୍ସ କରୁଛି Zombie Virus: ଏହିପରି ପ୍ରତିକ୍ରିୟା ରଖିଲେ ନେଟିଜେନ୍ସ

ନୂଆଦିଲ୍ଲୀ: କୋଭିଡ ମହାମାରୀର ପାଦୁର୍ଭାବ ହ୍ରାସ ପରେ ଏକ ଦୁଃସମୟ ଯେ ଚାଲିଗଲା ତାହା ଭାବିବା ପୃଥିବୀବାସୀଙ୍କ କ୍ଷେତ୍ରରେ ସ୍ବାଭାବିକ । ମାତ୍ର ବୈଜ୍ଞାନିକଙ୍କ ଏକ ନୂତନ ଅନୁସନ୍ଧାନ ଏହି ଖୁସିର ମାହୋଲକୁ ଫିକା କରିଦେବା ଭଳି ହୋଇଛି । କାରଣ ୟୁରୋପର ଅନୁସନ୍ଧାନକାରୀମାନେ ଋଷର ସାଇବେରିଆ ଅଞ୍ଚଳର ପର୍ମାଫ୍ରଷ୍ଟରୁ 48 ହଜାର 500 ବର୍ଷର ପୂରୁଣା ଭୂତାଣୁର ପତ୍ତା ଲଗାଇଛନ୍ତି, ଯାହା ଅତ୍ୟନ୍ତ ମାରାତ୍ମକ ହୋଇପାରେ ବୋଲି ଆକଳନ କରିଛନ୍ତି । ଏପରିକି ଏହି ଭୂତାଣୁ ଆଉ ଏକ ମହାମାରୀ ଆଣିପାରେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।

ରିପୋର୍ଟ ଅନୁସାରେ ଏହି ଭୂତାଣୁର ନାମ 'ଜମ୍ବି ଭାଇରସ୍'(zombie virus) ରଖାଯାଇଛି । ବୈଜ୍ଞାନିକଙ୍କ ଏହି ଖୁଲାସା ପରେ ବୁଧବାର(ନଭେମ୍ବର 30)ରେ ଟ୍ବିଟରରେ ଟ୍ରେଣ୍ଡ୍ କରିଥିଲା #zombievirus । ଯାହାକୁ ନେଇ ନେଟିଜେନ୍ସ ବିଭିନ୍ନ ପ୍ରକାର ମଜାଳିଆ ଢଙ୍ଗରେ ମେମ୍ସ ପୋଷ୍ଟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ବରଫ ତଳୁ 48,500 ବର୍ଷର ପ୍ରାଚୀନ ଭୂତାଣୁ ଚିହ୍ନଟ, ଚେତାବନୀ ଦେଲେ ବୈଜ୍ଞାନିକ

କେହି କେହି ଏହାକୁ ଏକ ହଲିଉଡ ଚଳଚ୍ଚିତ୍ର ଭଳି କହି ଥିବାବେଳେ ଅନ୍ୟ କେହି ଏହାକୁ କିଛି ବର୍ଷର ପୂରୁଣା ଲୋକପ୍ରିୟ କାର୍ଟୁନ୍ ସିରିଜ୍ ଦି ସିମ୍ପସନ୍ସ(The Simpsons) କାହାଣୀ ସହ ତୁଳନା କରିଛନ୍ତି । ଏଥିସହ ଅନ୍ୟ ଏକ ଭବିଷ୍ୟବାଣୀ ଠିକ୍ ପ୍ରମାଣିତ ହେବାଭଳି ଲାଗୁଛି ! ବୋଲି କହିଛନ୍ତି । ତେବେ ଆସନ୍ତୁ ଦେଖିବା ନେଟିଜେନ୍ସଙ୍କ କେତେକ ମଜାଳିଆ ପୋଷ୍ଟ...

Me living my life happily after covid. #zombievirus to me:-#zombievirus pic.twitter.com/R1e1qaF2kN

— sarcastic (@nam_bholgyamein) November 30, 2022

ନୂଆଦିଲ୍ଲୀ: କୋଭିଡ ମହାମାରୀର ପାଦୁର୍ଭାବ ହ୍ରାସ ପରେ ଏକ ଦୁଃସମୟ ଯେ ଚାଲିଗଲା ତାହା ଭାବିବା ପୃଥିବୀବାସୀଙ୍କ କ୍ଷେତ୍ରରେ ସ୍ବାଭାବିକ । ମାତ୍ର ବୈଜ୍ଞାନିକଙ୍କ ଏକ ନୂତନ ଅନୁସନ୍ଧାନ ଏହି ଖୁସିର ମାହୋଲକୁ ଫିକା କରିଦେବା ଭଳି ହୋଇଛି । କାରଣ ୟୁରୋପର ଅନୁସନ୍ଧାନକାରୀମାନେ ଋଷର ସାଇବେରିଆ ଅଞ୍ଚଳର ପର୍ମାଫ୍ରଷ୍ଟରୁ 48 ହଜାର 500 ବର୍ଷର ପୂରୁଣା ଭୂତାଣୁର ପତ୍ତା ଲଗାଇଛନ୍ତି, ଯାହା ଅତ୍ୟନ୍ତ ମାରାତ୍ମକ ହୋଇପାରେ ବୋଲି ଆକଳନ କରିଛନ୍ତି । ଏପରିକି ଏହି ଭୂତାଣୁ ଆଉ ଏକ ମହାମାରୀ ଆଣିପାରେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।

ରିପୋର୍ଟ ଅନୁସାରେ ଏହି ଭୂତାଣୁର ନାମ 'ଜମ୍ବି ଭାଇରସ୍'(zombie virus) ରଖାଯାଇଛି । ବୈଜ୍ଞାନିକଙ୍କ ଏହି ଖୁଲାସା ପରେ ବୁଧବାର(ନଭେମ୍ବର 30)ରେ ଟ୍ବିଟରରେ ଟ୍ରେଣ୍ଡ୍ କରିଥିଲା #zombievirus । ଯାହାକୁ ନେଇ ନେଟିଜେନ୍ସ ବିଭିନ୍ନ ପ୍ରକାର ମଜାଳିଆ ଢଙ୍ଗରେ ମେମ୍ସ ପୋଷ୍ଟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ବରଫ ତଳୁ 48,500 ବର୍ଷର ପ୍ରାଚୀନ ଭୂତାଣୁ ଚିହ୍ନଟ, ଚେତାବନୀ ଦେଲେ ବୈଜ୍ଞାନିକ

କେହି କେହି ଏହାକୁ ଏକ ହଲିଉଡ ଚଳଚ୍ଚିତ୍ର ଭଳି କହି ଥିବାବେଳେ ଅନ୍ୟ କେହି ଏହାକୁ କିଛି ବର୍ଷର ପୂରୁଣା ଲୋକପ୍ରିୟ କାର୍ଟୁନ୍ ସିରିଜ୍ ଦି ସିମ୍ପସନ୍ସ(The Simpsons) କାହାଣୀ ସହ ତୁଳନା କରିଛନ୍ତି । ଏଥିସହ ଅନ୍ୟ ଏକ ଭବିଷ୍ୟବାଣୀ ଠିକ୍ ପ୍ରମାଣିତ ହେବାଭଳି ଲାଗୁଛି ! ବୋଲି କହିଛନ୍ତି । ତେବେ ଆସନ୍ତୁ ଦେଖିବା ନେଟିଜେନ୍ସଙ୍କ କେତେକ ମଜାଳିଆ ପୋଷ୍ଟ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.