ETV Bharat / science-and-technology

ସ୍ମାର୍ଟଫୋନର ବିନା ଛୁଆଙ୍କୁ ପାଳିବା ଜାଣିନାହାନ୍ତି 50 ପ୍ରତିଶତ ପିତାମାତା: ରିସର୍ଚ୍ଚ

author img

By

Published : Aug 21, 2023, 4:47 PM IST

ବିଶ୍ବର 43 ପ୍ରତିଶତ ପିତାମାତା ସ୍ମାର୍ଟଫୋନର ବିନା ଛୁଆଙ୍କୁ ଲାଳନପାଳନ କରିବା ଜାଣିନାହାନ୍ତି ବୋଲି ଏକ ରିସର୍ଚ୍ଚରୁ ଜଣାପଡିଛି। ଅଧିକ ପଢନ୍ତୁ

Smartphones impact on child
Smartphones impact on child

ହାଇଦ୍ରାବାଦ: କୋରୋନା ପରେ ଅନ୍‌ଲାଇନ୍ କ୍ଲାସ୍ କାରଣରୁ ଛୋଟ ପିଲାମାନେ ସ୍ମାର୍ଟଫୋନ ଏବଂ ଟାବଲେଟକୁ ବହୁଳ ବ୍ୟବାହର କରୁଛନ୍ତି । ଆଜିକା ସମୟରେ ପିତାମାତା ପ୍ରତ୍ୟେକ ସମୟରେ ଏବଂ ପ୍ରତି କାର୍ଯ୍ୟରେ ସ୍ମାର୍ଟଫୋନ ଉପରେ ନିର୍ଭରଶୀଳ । ଏହି ଅଭ୍ୟାସ ଅନେକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଚେତାବନୀ ଦେଉଥିବା ବେଳେ ଏହାରି ଭିତରେ ଏକ ରିପୋର୍ଟ ସାମ୍ନାକୁ ଆସିଛି । ବିଶ୍ବରେ 43 ପ୍ରତିଶତ ପିତାମାତାଙ୍କୁ ସ୍ମାର୍ଟଫୋନ ଆବିଷ୍କାର ନହେବା ପୂର୍ବରୁ ଛୁଆଙ୍କୁ କିଭଳି ଲାଳନପାଳନ କରୁଥିଲେ ସେ ବିଷୟରେ କୌଣସି ଧାରଣ ନାହିଁ। ଏନେଇ ଏକ ଅଧ୍ୟୟନରେ ପ୍ରକାଶିତ ହୋଇଛି। ଫୋନ୍ କମ୍ପାନୀ ଥ୍ରୀ ୟୁକେ ସହଯୋଗରେ ୱାନ୍‌ ପୋଲ୍ ଡଟ୍ କମ୍ ଦ୍ୱାରା କରାଯାଇଥିବା ଅଧ୍ୟୟନ ଅନୁଯାୟୀ, ପିତାମାତାମାନେ ନିଜ ପିଲାମାନଙ୍କୁ ବଢାଇବା ସମୟରେ ଅଧିକ ସ୍ମାର୍ଟଫୋନ ଉପରେ ନିର୍ଭର କରନ୍ତୁ ବୋଲି କୁହାଯାଇଛି ।

ଏହି ଅଧ୍ୟୟନରେ 6 ବର୍ଷରୁ କମ୍ ବୟସର ପିଲାମାନଙ୍କ ସହିତ 1000 ଅଂଶଗ୍ରହଣକାରୀଙ୍କ ତଥ୍ୟ ସଂଗ୍ରହ କରାଯାଇଥିଲା। ଛୋଟଛୁଆଙ୍କ ପାଇଁ ସ୍ମାର୍ଟଫୋନର ଆବଶ୍ୟକତା ରହିଥିବା ନେଇ 61 ପ୍ରତିଶତ ପିତାମାତା କହିଛନ୍ତି। ଏହାର ଅର୍ଥ ସ୍ମାର୍ଟଫୋନକୁ ସେମାନେ ଏକ ଉପକରଣ ଭାବେ ବିବେଚନା କରନ୍ତି। 77 ପ୍ରତିଶତ ଲୋକ ଶିଶୁଙ୍କ ପରାମର୍ଶ ଖୋଜିବା ପାଇଁ ସପ୍ତାହରେ 77 ଥର ଫୋନ୍ ବ୍ୟବହାର କରୁଥିବା ସ୍ୱୀକାର କରିଛନ୍ତି। ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ ମା ଏବଂ ପିତାମାନେ ନିଜ ପିଲାମାନଙ୍କ ପାଇଁ ସପିଂ କରିବା ପାଇଁ ନିୟମିତ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି।

ତେବେ ଏନେଇ ଥ୍ରୀ ୟୁକେ ମାର୍କେଟିଂ ନିର୍ଦ୍ଦେଶକ ଆଇସଲିନ୍ ଓ କନୋର କହିଛନ୍ତି,"ଆମେ ଜାଣୁ ମଣିଷ ଜୀବନରେ ଫୋନ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେବେ ଛୁଆ ହେବା ପରେ ଏହାର ଭୂମିକା ଆହୁରି ଅଧିକ ହୋଇଥାଏ ବୋଲି ଏକ ରିସର୍ଚ୍ଚରୁ ଜଣାପଡିଛି । ଫୋନ୍‌ ପରିବାର ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ହୋଇଥାଏ । ଦୈନନ୍ଦିନ ଜୀବନରେ ଫୋନ୍‌ ମନୋରଞ୍ଜନର ମାଧ୍ୟମ, ଡାକ୍ତର ଏବଂ ଆହୁରି ଅନେକ ଭୂମିକା ଗ୍ରହଣ କରିଥାଏ ।"

ଏହା ମଧ୍ୟ ପଢନ୍ତୁ: ଅନୁସନ୍ଧାନ: ଦିନକୁ 3 ଘଣ୍ଟାରୁ ଅଧିକ ସ୍ମାର୍ଟଫୋନ୍ ବ୍ୟବହାର ପିଠି ଯନ୍ତ୍ରଣାର କାରଣ

ଅଧ୍ୟୟନରୁ ଜଣାପଡିଛି ଯେ ସ୍ମାର୍ଟଫୋନର ବ୍ୟାପକ ବ୍ୟବହାର ଦ୍ୱାରା ଡାଟା ବ୍ୟବହାରରେ ମଧ୍ୟ ବୃଦ୍ଧି ଘଟିଛି । ଫୋନ୍ ବ୍ୟବହାର ବୃଦ୍ଧି ହେତୁ ପ୍ରାୟ 34% ପିତାମାତା ସେମାନଙ୍କ ଡାଟା ଆଡ୍‌ଅନ କରୁଥିବା ରିପୋର୍ଟ କରିଛନ୍ତି । ହାରାହାରି ମାସିକ ଡାଟା 5 ଗିଗାବାଇଟରୁ ଅଧିକ ରହିଛି। ପିଲାମାନଙ୍କୁ ମନୋରଞ୍ଜନ କରିବା ପାଇଁ ବା ଗୀତ କାର୍ଟୁନ ଦେଖାଇବା ପାଇଁ ଏଧିକ ନେଟ ବ୍ୟବହାର କରୁଥିବା ଦର୍ଶାଯାଇଛି ।

ଅଧ୍ୟୟନ ଅନୁଯାୟୀ, ପିଲାମାନଙ୍କ ପାଇଁ ଷ୍ଟ୍ରିମିଂ ଏବଂ ଡାଉନ୍‌ଲୋଡରେ ଅଧିକ ଡାଟା ଖର୍ଚ୍ଚ ହେଉଛି । ସପ୍ତାହରେ ହାରାହାରି 12 ଘଣ୍ଟା ଏହା କାର୍ଯ୍ୟକଳାପ ପାଇଁ ବ୍ୟବହାର କରୁଛନ୍ତି ଅଭିଭାବକ । ତେବେ ମନୋରଞ୍ଜନ ବ୍ୟତୀତ ଆହୁରି ଅନେକ କାର୍ଯ୍ୟପାଇଁ ମଧ୍ୟ ପିତାମାତା ମୋବାଇଲ ଉପରେ ନିର୍ଭରଶୀଳ ବୋଲି ରିପୋର୍ଟରେ ଦର୍ଶା ଯାଇଛି । 67 ପ୍ରତିଶତ ଫଟୋ ଉଠାଇବା ପାଇଁ ଏବଂ 60 ପ୍ରତିଶତ ପିତାମାତା ହ୍ବାଟ୍ସାଆପ୍‌ ମେସେଜ ଏବଂ 60 ପ୍ରତିଶତ ପାଣିପାଗର ଅପଡେଟ୍‌ ଖବର ଦେଖୁଥିବା ନେଇ ରିସର୍ଚ୍ଚକୁ ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.