ହାଇଦ୍ରାବାଦ: ମଙ୍ଗଳବାର ଦିନ ଆମେରିକୀୟ ଗବେଷଣା ସଂସ୍ଥା ନାସାର ଭୁଲ କମାଣ୍ଡ ଯୋଗୁଁ ଭଏଜର୍-2 ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଯାହାକି ଏକ ପ୍ରକାର ଚିନ୍ତାର ବିଷୟ ରହିଥିଲା । ତେବେ ବିଚ୍ଛିନ୍ନ ହେବାର କିଛି ସମୟ ପରେ ହିଁ ନାସାର ଭୟଜର୍ 2 ପୃଥିବୀକୁ ସଙ୍କେତ ପଠାଇଛି । ଏନେଇ ନାସା ପକ୍ଷରୁ ସୂଚନା ଦିଆଯାଇଛି ।
ପୃଥିବୀକୁ ସଙ୍କେତ ପଠାଇଲା ଭୟଜର୍ 2: 1977 ମସିହାରେ ନାସା ଅନ୍ୟ ଗ୍ରହ ତଥା ଆମ ବ୍ରହ୍ମାଣ୍ଡ ବାହାରେ ଅନୁସନ୍ଧାନ କରିବା ପାଇଁ ମହାକାଶକୁ ଭଏଜର୍-2କୁ ଉତକ୍ଷେପଣ କରିଥିଲା । ମହାକାଶକୁ ପଠାଇଥିବା ଯାନ ମଧ୍ୟରୁ ସବୁଠାରୁ ସର୍ବାଧିକ ଦୂରରେ ରହିଛି ଭଏଜର୍-2। ବର୍ତ୍ତମାନ ଏହି ଯାନ ପୃଥିବୀଠାରୁ 12.3 ବିଲିୟନ ମାଇଲ ଦୂରରେ ରହିଛି । ନାସାର ଜେଟ୍ ପ୍ରପୁଲସନ୍ ଲାବୋରେଟୋରୀ ରିପୋର୍ଟ କରିଛି ଯେ, ଭଏଜର୍-୨କୁ ପଠାଯାଇଥିବା ଯୋଜନାବଦ୍ଧ ନିର୍ଦ୍ଦେଶଗୁଡ଼ିକ ଆକସ୍ମିକ ଭାବେ ଏହାର ଆଣ୍ଟେନାକୁ ପୃଥିବୀଠାରୁ ଦୁଇ ଡିଗ୍ରୀ ଦୂରକୁ ଘୁଞ୍ଚାଇ ଦେଇଥିଲା। ଏହି କାରଣରୁ, ନାସା ଭଏଜର୍ ସହିତ ସମ୍ପର୍କ କରିପାରିନଥିଲା । ସ୍ପେସ୍କ୍ରାଫ୍ଟ ଏବଂ ନାସାର ଡିପ୍ ସ୍ପେସ୍ ନେଟଓ୍ବର୍କ(DSN)ର ଆଣ୍ଟିନା ମଧ୍ୟରେ ଯୋଗାଯୋଗ ହୋଇପାରିନଥିଲା । ମଙ୍ଗଳବାର ଦିନ ନାସା ବିଶେଷଜ୍ଞଙ୍କ ଏକ ଟିମ୍ ଭଏଜର୍-2 ସହିତ ଯୋଗାଯୋଗ କରିବାର ଶେଷ ପ୍ରୟାସରେ ଡିପ୍ ସ୍ପେସ୍ ନେଟ୍ୱାର୍କର ସାହାଯ୍ୟ ନେଇଥିଲେ ଏବଂ ଚମତ୍କାର ଭାବରେ ଭଏଜର୍-2 ପୁନଃ ପ୍ରତିଷ୍ଠିତ ହୋଇ ପୃଥିବୀକୁ ସଙ୍କେତ ପଠାଇଥିଲା । ଏଥିରୁ ଏହା ସ୍ପଷ୍ଟ ହୋଇଗଲା ଯେ ଭଏଜର୍ 2 କାର୍ଯ୍ୟ କରୁଛି ।
ଏହା ମଧ୍ୟ ପଢନ୍ତୁ: Chandrayaan 3: ପୃଥିବୀ କକ୍ଷ ଚାଡ଼ି ଚନ୍ଦ୍ରକକ୍ଷ ଅଭିମୁଖେ ଚନ୍ଦ୍ରଯାନ-3, ଆଉ 5 ଦିନର ଅପେକ୍ଷା
ଅନେକ ଗ୍ରହର ସନ୍ଧାନ ପାଇଛି ଭୟଜର-2: ଭଏଜର୍ 2 ସୌର ମଣ୍ଡଳ ଛାଡ଼ିବା ପୂର୍ବରୁ ବୃହସ୍ପତି ଏବଂ ଶନି ଗ୍ରହଗୁଡ଼ିକୁ ଅନୁସନ୍ଧାନ କରିଥିଲା ଏବଂ ୟୁରାନସ୍ ଏବଂ ନେପ୍ଚୁନ୍ ଗ୍ରହ ପରିଦର୍ଶନ କରିବାରେ ଏହା ପ୍ରଥମ ମହାକାଶଯାନ ଅଟେ । ନାସାର ଭଏଜର୍ 2 ମହାକାଶଯାନ ଇଣ୍ଟରଷ୍ଟେଲର ମିଡିୟମରେ ପ୍ରବେଶ କରିଛି ଏବଂ ପୃଥିବୀଠାରୁ ପ୍ରାୟ 15 ବିଲିୟନ ମାଇଲ୍ ଦୂରରେ ରହିଛି । ଭଏଜର୍ 2 ଯାନରେ 12 ଇଞ୍ଚ ସୁନା ଧାତୁଯୁକ୍ତ ତମ୍ବା ପ୍ଲେଟ୍ ଲାଗିଛି ।
ଏନେଇ ନାସାର ବୈଜ୍ଞାନକମାନେ କହିଛନ୍ତି ଯେ, "ଡିପ୍ ସ୍ପେସ୍ ନେଟୱାର୍କ ଜରିଆରେ ଭଏଜର୍ 2ର ସ୍ପନ୍ଦନ ଶୁଣିଛନ୍ତି, ଯାହା ନାସାକୁ ବହୁତ ଉତ୍ସାହିତ ଏବଂ ଆଶାବାଦୀ କରିଛି । ଏହି ନେଟ୍ୱାର୍କର ଉଦ୍ଦେଶ୍ୟ ହେଉଛି ଦୂର ସ୍ପେସ୍ ମିଶନ୍ ସହିତ ଯୋଗାଯୋଗ କରିବା । ଏହା ଅଷ୍ଟ୍ରେଲିଆର କାନବେରା ସ୍ଥିତ ବିଶାଳ ଡିସ୍ ସ୍ପେସ୍ଠାରୁ ଭଏଜର୍-2ରୁ ଆସୁଥିବା ସିଗ୍ନାଲଗୁଡିକର ଅନୁସନ୍ଧାନ ଏବଂ ତଦାରଖ କରୁଛି । କିନ୍ତୁ ନିରନ୍ତର ମନିଟରିଂ ସହଜ ସାଧ୍ୟ ନୁହେଁ ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ