ETV Bharat / science-and-technology

NASA Moon Rocket ତୃତୀୟ ପ୍ରୟାସ ସ୍ଥଗିତ, ପ୍ରତିକୂଳ ପାଗ ସାଜୁଛି ବାଧକ

author img

By

Published : Nov 9, 2022, 12:31 PM IST

ନାସାର ବହୁ ପ୍ରତିକ୍ଷିତ ମୁନ୍ ରକେଟ୍ ଆର୍ଟେମିସ୍-ଆଇ(NASA Artemis I) ଉତ୍‌କ୍ଷେପଣ ପାଇଁ ପୁଣି ଥରେ କାଳ ସାଜିଲା ଘୂର୍ଣ୍ଣିଝଡ । ପୁନର୍ବାର ସ୍ଥଗିତ ରହିଲା ନାସାର ଚନ୍ଦ୍ର ଯାନ ପରୀକ୍ଷଣ(NASA launch of moon rocket delayed again by tropical weather) । ଅଧିକ ପଢନ୍ତୁ

NASA Moon Rocket ତୃତୀୟ ପ୍ରୟାସ ସ୍ଥଗିତ, ପ୍ରତିକୂଳ ପାଗ ସାଜୁଛି ବାଧକ
NASA Moon Rocket ତୃତୀୟ ପ୍ରୟାସ ସ୍ଥଗିତ, ପ୍ରତିକୂଳ ପାଗ ସାଜୁଛି ବାଧକ

ୱାଶିଂଟନ: ପୁଣି ଥରେ ସ୍ଥଗିତ ରହିଲା ନାସାର ବହୁ ପ୍ରତିକ୍ଷୀତ ମୁନ୍ ରକେଟ୍ ଆର୍ଟେମିସ୍-ଆଇ(NASA Artemis I) ଉତ୍‌କ୍ଷେପଣ । ରକେଟ୍ ଯାନ ପରୀକ୍ଷଣ ହେବାକୁ ଥିବା ଆମେରିକାର ଫ୍ଲୋରିଡା ରକେଟ୍ ସେଣ୍ଟରରେ ଝଡର ଆଶଙ୍କା ଥିବାରୁ ଉତ୍‌କ୍ଷେପଣକୁ ପୁନର୍ବାର ସ୍ଥଗିତ ରଖାଯାଇଥିବା ଜଣାପଡିଛି(NASA launch of moon rocket delayed again by tropical weather) । ପୂର୍ବରୁ ଇଞ୍ଜିନରୁ ଇନ୍ଧନ ଲିକ୍, ପ୍ରତିକୂଳ ପାଣିପାଗ ଇତ୍ୟାଦି କାରଣରୁ ଦୁଇ ଥର ପରୀକ୍ଷଣ ସ୍ଥଗିତ ରହିଥିଲା ।

ସୂଚନା ଅନୁଯାୟୀ, ଆସନ୍ତା ସୋମବାର(ନଭେମ୍ବର 14)ରେ ଆମେରିକୀୟ ସ୍ପେସ୍ ଏଜେନ୍ସି ନାସା(American space agency NASA) ଏହାର ବହୁ ପ୍ରତିକ୍ଷୀତ ଚନ୍ଦ୍ର ମିଶନ ଆର୍ଟେମିସ୍-ଆଇ(NASA Artemis I)ର ତୃତୀୟ ପରୀକ୍ଷଣ ନେଇ ସମୟ ଧାର୍ଯ୍ୟ କରିଥିଲା । କିନ୍ତୁ ମଙ୍ଗଳବାର(ନଭେମ୍ବର 8)ରେ ସ୍ପେସ୍ ଏଜେନ୍ସି କହିଛି ଯେ, ଟ୍ରପିକାଲ୍ ଷ୍ଟର୍ମ ନିକୋଲ କାରଣରୁ ଆସନ୍ତା କିଛି ଦିନ ମଧ୍ୟରେ ଫ୍ଲୋରିଡାର ଆଟଲାଣ୍ଟିକ୍ ଉପକୂଳରେ ପାଗ ପ୍ରତିକୂଳ ରହିପାରେ ।

ମହାକାଶ କେନ୍ଦ୍ରରେ ଝଡ଼ ତୋଫାନର ଆଶଙ୍କା ସତ୍ତ୍ବେ ନାସା ଏହି ରକେଟକୁ ଲଞ୍ଚ ପ୍ୟାଡରେ ରଖିଛି । କାରଣ ନାସା କହିଛି ଯେ, ପ୍ରବଳ ବର୍ଷା ଏବଂ ପବନକୁ ଲଞ୍ଚପ୍ୟାଡରେ ପ୍ରତିହତ କରିବା ପାଇଁ ଏହି ରକେଟ୍ ଡିଜାଇନ୍ କରାଯାଇଛି ।

ତେବେ କହି ରଖୁଛୁ ଯେ, ଅଗଷ୍ଟରେ ପ୍ରଥମେ ନାସାର ଚନ୍ଦ୍ର ଯାନର ପରୀକ୍ଷଣ ହୋଇଥାନ୍ତା । ମାତ୍ର ଇଞ୍ଜିନରୁ ଇନ୍ଧନ ଲିକ୍ ହେବା କାରଣରୁ ଦ୍ୱିତୀୟ ପରୀକ୍ଷଣ ସେପ୍ଟେମ୍ବରକୁ ସ୍ଥଗିତ ରଖାଯାଇଥିଲା । ପୁନର୍ବାର ସେପ୍ଟେମ୍ବର ଶେଷରେ କେନେଡି ସ୍ପେସ୍ ସେଣ୍ଟରରେ ଘୂର୍ଣ୍ଣିବଳୟ ଇଆନ୍(Hurricane Ian) କାରଣରୁ ପରୀକ୍ଷଣରୁ ବାତିଲ୍ କରାଯାଇଥିଲା ।

କହି ରଖୁଛୁ, ୩୨୨ ଫୁଟ (୯୮ ମିଟର) ବିଶିଷ୍ଟ ନାସାର ଏହି ଐତିହାସିକ ରକେଟ୍ ଆମେରିକାର ଫ୍ଲୋରିଡା ସ୍ଥିତ କେନେଡି ସ୍ପେସ୍ ସେଣ୍ଟରରୁ ଉତ୍‌କ୍ଷେପଣ ହେବ । ଏଥିରେ ଖାଲି କ୍ରୁ କ୍ୟାପସୁଲ୍ ରହିଛି । ଅର୍ଥାତ୍ ଏହି ଉତ୍‌କ୍ଷେପଣ ମାନବବିହୀନ । ଏହା ନାସା ଦ୍ୱାରା ନିର୍ମିତ ସବୁଠାରୁ ଶକ୍ତିଶାଳୀ ରକେଟ୍ । ସ୍ପେସ୍ ଲଞ୍ଚ ସିଷ୍ଟମ୍ ରକେଟ୍(SLS), କ୍ୟାପସୁଲ୍ ଚନ୍ଦ୍ରର ଚତୁଃପାର୍ଶ୍ୱକୁ ପଠାଇବାକୁ ଚେଷ୍ଟା କରିବ । ଏହି ତିନି ଟେଷ୍ଟ୍‌ ଡମିରେ ମଣିଷ ରହିବେ ନାହିଁ, କେବଳ ତିନୋଟି ପରୀକ୍ଷା ଡମି ରହିବ ।

ଯଦି ଏହି ପରୀକ୍ଷଣ ସଫଳ ହୁଏ, ତେବେ ୫୦ ବର୍ଷ ପୂର୍ବେ ନାସାର ଆପୋଲୋ କାର୍ଯ୍ୟକ୍ରମ ପରଠୁ ଏହା ଚନ୍ଦ୍ରକୁ ଉତ୍‌କ୍ଷେପଣ ହେବାର ପ୍ରଥମ କ୍ୟାପ୍‌ସୁଲ୍‌ ହେବ । ୪.୧ ବିଲିୟନ ଡ଼ଲାରରେ ନାସାର ଆର୍ଟେମିସ୍ ମୁନ୍-ଏକ୍ସପ୍ଲୋରେସନ କାର୍ଯ୍ୟକ୍ରମ(NASA's Artemis moon-exploration program) ଗ୍ରୀକ୍ ପୁରାଣ ଅନୁସାରେ ଆପୋଲୋର ଯାଆଁଳା ଭଉଣୀଙ୍କ(Twin Sister) ନାମରେ ନାମିତ କରାଯାଇଛି । ଏହି ପରୀକ୍ଷଣ ଦ୍ୱାରା ମହାକାଶଚାରୀମାନେ ୨୦୨୪ ମସିହାରେ ଚନ୍ଦ୍ରର ଚତୁପାର୍ଶ୍ୱରେ ପହଞ୍ଚିବା ସହ ୨୦୨୫ରେ ଚନ୍ଦ୍ରରେ ଅବତରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.