ETV Bharat / science-and-technology

NASA Artemis I launch: ଆଜି ପରୀକ୍ଷଣର ଦ୍ବିତୀୟ ପ୍ରୟାସ

ଶେଷରେ ଆଜି(ସେପ୍ଚେମ୍ବର 3 ଶନିବାର) ବହୁ ପ୍ରତିକ୍ଷୀତ ମୁନ୍ ରକେଟ ଆର୍ଟେମିସ I (NASA Moon Rocket Artemis I) ପରୀକ୍ଷଣ କରିବ ଆମେରିକୀୟ ସ୍ପେସ୍ ଏଜେନ୍ସି ନାସା(American space agency NASA) । ପରୀକ୍ଷଣର ଦ୍ବିତୀୟ ପ୍ରୟାସ ପାଇଁ ସମୟ ଧାର୍ଯ୍ୟ । ଅଧିକ ପଢନ୍ତୁ

author img

By

Published : Sep 3, 2022, 11:27 AM IST

NASA Artemis I launch: ଆଜି ପରୀକ୍ଷଣର ଦ୍ବିତୀୟ ପ୍ରୟାସ
NASA Artemis I launch: ଆଜି ପରୀକ୍ଷଣର ଦ୍ବିତୀୟ ପ୍ରୟାସ

ୱାଶିଂଟନ: ବହୁ ପ୍ରତୀକ୍ଷାର ଅନ୍ତ ଘଟିବ । ଶେଷରେ ଆଜି(ସେପ୍ଚେମ୍ବର 3 ଶନିବାର) ବହୁ ପ୍ରତିକ୍ଷୀତ ମୁନ୍ ରକେଟ ଆର୍ଟେମିସ I (NASA Moon Rocket Artemis I) ପରୀକ୍ଷଣ ପାଇଁ ଦ୍ବିତୀୟ ପ୍ରୟାସ କରିବ ଆମେରିକୀୟ ସ୍ପେସ୍ ଏଜେନ୍ସି ନାସା(American space agency NASA) । ଭାରତୀୟ ସମୟ 11.47AMରେ ପରୀକ୍ଷଣ ହେବ Artemis I ।

ମୁନ୍ ରକେଟ୍‌ର ତୃତୀୟ ଇଞ୍ଜିନରେ ତ୍ରୁଟି ଥିବାରୁ ସୋମବାର(ଅଗଷ୍ଟ 29)ରେ ଶେଷ ମୁହୂର୍ତ୍ତରେ ପରୀକ୍ଷଣକୁ ସ୍ଥଗିତ ରଖାଯାଇଥିଲା । ମଙ୍ଗଳବାର(ଅଗଷ୍ଟ 30)ରେ ପରିଚାଳନା ସଦସ୍ୟଙ୍କୁ ନେଇ ଗଠିତ ଏକ ବୈଠକ ପରେ ସେପ୍ଟେମ୍ବର 3 ଅର୍ଥାତ୍ ଆଜି ଆର୍ଟେମିସ I ପରୀକ୍ଷଣ ନେଇ ସମୟ ଧାର୍ଯ୍ୟ ହୋଇଛି ।

322 ଫୁଟ (98 ମିଟର) ବିଶିଷ୍ଟ ନାସାର ଏହି ଐତିହାସିକ ରକେଟ୍ ଆମେରିକାର ଫ୍ଲୋରିଡା ସ୍ଥିତ କେନେଡି ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ ହେବ । ଏଥିରେ ଖାଲି କ୍ରୁ କ୍ୟାପସୁଲ୍ ରହିଛି । ଅର୍ଥାତ୍ ଏହି ଉତକ୍ଷେପଣ ମାନବବିହୀନ । ଏହା ନାସା ଦ୍ୱାରା ନିର୍ମିତ ସବୁଠାରୁ ଶକ୍ତିଶାଳୀ ରକେଟ୍ । ସ୍ପେସ୍ ଲଞ୍ଚ ସିଷ୍ଟମ୍ ରକେଟ୍(SLS), କ୍ୟାପସୁଲ୍ ଚନ୍ଦ୍ରର ଚତୁର୍ପାର୍ଶ ଏବଂ ପଛକୁ ପଠାଇବାକୁ ଚେଷ୍ଟା କରିବ । ଏହି ତିନି ଟେଷ୍ଟ ଡମିଜରେ ମଣିଷ ରହିବେ ନାହିଁ, କେବଳ ତିନିଟି ପରୀକ୍ଷା ଡମି ରହିବ ।

ଯଦି ଏହି ପରୀକ୍ଷଣ ସଫଳ ହୁଏ, ତେବେ 50 ବର୍ଷ ପୂର୍ବେ ନାସାର ଆପୋଲୋ କାର୍ଯ୍ୟକ୍ରମ ପରଠାରୁ ଏହା ଚନ୍ଦ୍ରକୁ ଉତକ୍ଷେପଣ ହେବାର ପ୍ରଥମ କ୍ୟାପସୁଲ ହେବ । 4.1 ବିଲିୟନ ଡ଼ଲାରରେ ନାସାର ଆର୍ଟେମିସ୍ ଚନ୍ଦ୍ର-ଏକ୍ସପ୍ଲୋରେସନ କାର୍ଯ୍ୟକ୍ରମ(NASA's Artemis moon-exploration program) ଗ୍ରୀକ୍ ପୁରାଣ ଅନୁସାରେ ଆପୋଲୋର ଯାଆଁଳା ଭଉଣୀ(Twin Sister)ଙ୍କ ନାମରେ ନାମିତ କରାଯାଇଛି । ଏହି ପରୀକ୍ଷଣ ଦ୍ବାରା ମହାକାଶଚାରୀମାନେ 2024 ମସିହାରେ ଚନ୍ଦ୍ରର ଚତୁର୍ପାର୍ଶରେ ପହଞ୍ଚିବା ସହ 2025 ରେ ଚନ୍ଦ୍ର ଅବତରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.