ହାଇଦ୍ରାବାଦ: ଛୋଟ କମ୍ପାନୀ ଗୁଡିକ ପାଇଁ ବେସିକ ସବସ୍କ୍ରିପସନ ପ୍ଲାନ ଲଞ୍ଚ କରିଲେ ଏଲନ ମସ୍କ। ଏହି ଯୋଜନାର ମାସିକ ମୂଲ୍ୟ 200 ଡଲାର ଧାର୍ଯ୍ୟ କରାଯାଇଥିବା ବେଳେ ବାର୍ଷିକ ମୂଲ୍ୟ 2000 ଡଲାର ଧାର୍ଯ୍ୟ କରାଯାଇଛି। ଏନେଇ ମସ୍କ ଆଜି ଏକ୍ସରେ ପୋଷ୍ଟ ଯୋଗେ ସୂଚନା ଦେଇଛନ୍ତି। ଯଦି ଭାରତୀୟ ମୁଦ୍ରା କଥା ଦେଖିବା ତାହେଲେ ମାସିକ ଚାର୍ଜ ପାଖାପାଖି 16 ହଜାର 790 ଟଙ୍କା ରହିଥିବା ବେଳେ ବାର୍ଷିକ 1ଲକ୍ଷ 68 ହଜାର ଟଙ୍କା ରହିଛି। ପୂର୍ବରୁ ଲାଗୁ ହୋଇଥିବା ପ୍ଲାନ ହୋଇଥିବା ଏହା 80 ପ୍ରତିଶତ ଶସ୍ତା ବୋଲି କୁହାଯାଇଛି। ପୂର୍ବରୁ ମାସିକ 82 ହଜାର 300 ଟଙ୍କା କମ୍ପାନୀମାନଙ୍କୁ ଦେବାକୁ ପଡୁଥିଲା।
-
Our new Verified Organizations Basic tier is now available for $200/month or $2000/year!
— Verified (@verified) January 2, 2024 " class="align-text-top noRightClick twitterSection" data="
Designed for smaller businesses, subscribers receive ad credits & priority support to enable faster growth on X
Subscribe via https://t.co/tavd2Beuhx
">Our new Verified Organizations Basic tier is now available for $200/month or $2000/year!
— Verified (@verified) January 2, 2024
Designed for smaller businesses, subscribers receive ad credits & priority support to enable faster growth on X
Subscribe via https://t.co/tavd2BeuhxOur new Verified Organizations Basic tier is now available for $200/month or $2000/year!
— Verified (@verified) January 2, 2024
Designed for smaller businesses, subscribers receive ad credits & priority support to enable faster growth on X
Subscribe via https://t.co/tavd2Beuhx
ବେସିକ ପ୍ଲାନରେ ମିଳିବ ଏହି ସୁବିଧା: ଏହି ପ୍ଲାନ ଦ୍ବାରା କମ୍ପାନୀକୁ ପ୍ରାୟ ସମସ୍ତ ପ୍ରକାର ସୁବିଧା ମିଳିବ। ଯାହା ଯେଉଁ ସୁବିଧା ପ୍ରିମିୟମ ପ୍ଲାନରେ ରହିଥାଏ ସେହି ସୁବିଧା ଏହି ପ୍ଲାନରେ ମଧ୍ୟ ପାଇପାରିବେ ୟୁଜର୍ସ। ସାଧାରଣତଃ ବେସିକ ପ୍ଲାନରେ 2Xବୁଷ୍ଟ ସହିତ ଆଫିଲିଏସନର ସୁବିଧା ମିଳେ ନାହିଁ। ଏଥିରେ କେବଳ ଗୋଲ୍ଡ ଚେକମାର୍କ, ପ୍ରାୟୋରିଟି ସପୋର୍ଟ, ପ୍ରିମିୟମ ପ୍ଲସ ଏବଂ ଲିଙ୍କଡଇନରେ ଜବ୍ ପୋଷ୍ଟ ସୁବିଧା ମିଳିଥାଏ। ଏହା ବ୍ୟତୀତ ଏକ୍ସ ପ୍ରିମିୟମ ଭେରିଫାଇଡ ଅର୍ଗାନାଇଜେସନକୁ 1000 ଡଲାର ଏଡିଏସ କ୍ରେଡିଟ ଏବଂ ବେସିକ ସବସ୍କ୍ରିପ୍ସନ ନେଉଥିବା କମ୍ପାନୀକୁ 200 ଡଲାଇ ଏଡିଏସ(Ads) କ୍ରେଡିଟ ମିଳିଥାଏ। ଏହା ସାହାଯ୍ୟରେ କମ୍ପାନୀମାନେ ପ୍ଲାଟଫର୍ମରେ Ads କିଣି ଥାଆନ୍ତି।
ଯେତେବେଳେ କମ୍ପାନୀ କୌଣସି ଭେରିଫାଇଡ ସଂସ୍ଥାର ସବସ୍କ୍ରିପସନକୁ କ୍ରୟ କରିଥାଏ, ସେତେବେଳେ ଆକାଉଣ୍ଟରେ ଗୋଲ୍ଡ ଚେକମାର୍କ ଆସିଥାଏ। ଏହା ଅନ୍ୟ ଆକାଉଣ୍ଟ ଠାରୁ ଅଲଗା ମଧ୍ୟ ଦେଖାଯାଇଥାଏ। ଭେରିଫାଇଡ ସଂସ୍ଥାର ସବସ୍କ୍ରିପସନ ନେବା ପରେ କମ୍ପାନୀମାନଙ୍କୁ ମିଡିଆ ଷ୍ଟୁଡିଓ ର ସପୋର୍ଟ ମିଳିଥାଏ। ଯାହା ଦ୍ବାରା କମ୍ପାନୀମାନେ ପୋଷ୍ଟକୁ ସେଡ୍ୟୁଲ ଏବଂ ପୋଷ୍ଟରେ ଟ୍ରାଫିକ ଉପରେ ମଧ୍ୟ ନଜର ରଖିପାରିବେ।
ସାଧାରଣ ଲୋକଙ୍କ ପାଇଁ କମ୍ପାନୀର 3ଟି ଯୋଜନା: ସାଧାରଣ ଲୋକଙ୍କ ପାଇଁ ମଧ୍ୟ କମ୍ପାନୀର ଶସ୍ତା ପ୍ଲାନ ରହିଛି। ମାସିକ 245, ପ୍ରିମିୟମ ପାଇଁ ମାସିକ 650 ଟଙଅକା ଏବଂ ପ୍ରିମିୟମ ପ୍ଲସ ମେମ୍ବର ପାଇଁ 1300 ଟଙ୍କା ଧାର୍ଯ୍ୟ କରାଯାଇଛି। ବେସିକ ପ୍ଲାନରେ କ୍ରିଏଟର୍ସ ହବର ସୁପୋର୍ଟ ମିଳେ ନାହିଁ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ