ନ୍ୟୁୟର୍କ: ଚାଟ୍ଜିପିଟିର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ଏହାର ବ୍ୟବହାର ନେଇ ବିଶ୍ବବ୍ୟାପୀ ଉତ୍କଣ୍ଠା ଜାତ ହୋଇଛି । ଚାଟ୍ଜିପିଟିର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(କୃତ୍ରିମ ବୁଦ୍ଧିମତା) ସମସ୍ତଙ୍କୁ ଚକିତ କରୁଛି । ଏହାରି ମଧ୍ୟରେ ମାଇକ୍ରୋସଫ୍ଟ ତା'ର କେତେକ ପ୍ଲାଟଫର୍ମରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସୁବିଧା ଆରମ୍ଭ କରିଛି । ମାଇକ୍ରୋସଫ୍ଟ ୱାର୍ଡ, ଏକ୍ସେଲ୍ ଏବଂ ଆଉଟଲୁକ୍ ଇମେଲ୍ ସହିତ ଅଫିସ୍ ସଫ୍ଟୱେୟାରର ସୁଟରେ କୃତ୍ରିମ ବୁଦ୍ଧିମତା ଉପକରଣଗୁଡ଼ିକୁ ଯୋଗ କରିଥିବା ଜଣାପଡିଛି ।
କମ୍ପାନୀ କହିଛି ଯେ, କୋପାଇଲଟ(Copilot) ନାମକ ଏହି ନୂତନ ଫିଚର୍ସ ହେଉଛି ଏକ ପ୍ରୋସେସିଂ ଇଞ୍ଜିନ୍, ଯାହା ୟୁଜର୍ସଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଇମେଲଗୁଡିକର ସଂକ୍ଷିପ୍ତ ବିବରଣୀ, ୱାର୍ଡରେ ଷ୍ଟୋରୀ ଡ୍ରାଫ୍ଟ ଏବଂ ପାୱାରପଏଣ୍ଟରେ ଆନିମେଟ୍ ସ୍ଲାଇଡ୍ ଭଳି କାର୍ଯ୍ୟ କରିବାକୁ ଅନୁମତି ଦେବ । ମାଇକ୍ରୋସଫ୍ଟ 365 ଜେନେରାଲ୍ ମ୍ୟାନେଜର୍ କଲେଟ୍ ଷ୍ଟଲ୍ବାଉମର୍ କହିଛନ୍ତି ଯେ, ଏହି ନୂଆ ଫିଚର୍ସ ବର୍ତ୍ତମାନ କେବଳ 20ଟି ଏଣ୍ଟରପ୍ରାଇଜ୍ ଗ୍ରାହକଙ୍କ ପାଇଁ ଉପଲବ୍ଧ । ଆସନ୍ତା ମାସରେ ଏହା ଅଧିକ ଉଦ୍ୟୋଗ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ ।
ଏହା ମଧ୍ୟ ପଢନ୍ତୁ:-Google AI Features: ଏହି ସବୁ ପ୍ଲାଟ୍ଫର୍ମରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଣିବ ଗୁଗୁଲ୍
ୱାଶିଂଟନ୍ର ରେଡମଣ୍ଡରେ ଅବସ୍ଥିତ ଏହି ଟେକ୍ ଜଏଣ୍ଟ୍ ବିଜନେସ୍ ଚାଟ୍ ନାମକ ଏକ ଚାଟ୍ ଫଙ୍କସନ୍ ମଧ୍ୟ ଯୋଗ କରିବ, ଯାହା ଲୋକପ୍ରିୟ ଚାଟ୍ଜିପିଟି ସହିତ ସମାନ । ଏହା ଉପଭୋକ୍ତାଙ୍କ ତଥ୍ୟ ବ୍ୟବହାର କରି କମାଣ୍ଡ୍ ନେଇଥାଏ ଏବଂ କାର୍ଯ୍ୟ କରିଥାଏ । ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା ଏକ ବିବୃତ୍ତିରେ କହିଛନ୍ତି ଯେ, "ଆଜି ଆମେ କମ୍ପ୍ୟୁଟିଂ ସହିତ କିପରି କାର୍ଯ୍ୟ କରିବୁ ତାହାର ବିକାଶର ପରବର୍ତ୍ତୀ ପଦକ୍ଷେପ ନିର୍ଣ୍ଣୟ ହୋଇସାରିଛି, ଯାହା ଆମର କାର୍ଯ୍ୟ କରିବାର ପଦ୍ଧତିକୁ ପରିବର୍ତ୍ତନ କରିବ ଏବଂ ଉତ୍ପାଦନ ଅଭିବୃଦ୍ଧିର ଏକ ନୂଆ ଯୁଗରେ ପହଞ୍ଚାଇବ ।"
ଏହା ମଧ୍ୟ ପଢନ୍ତୁ:- ChatGPT କୁ ଟକ୍କର ଦେବ ଗୁଗୁଲ୍ ! ଖୁବ୍ଶୀଘ୍ର ଲଞ୍ଚ୍ କରିବ Bard
ସୂଚନା ଅନୁଯାୟୀ, ମାଇକ୍ରୋସଫ୍ଟର ପ୍ରତିଦ୍ୱନ୍ଦ୍ୱୀ ଗୁଗଲ୍ କହିଛି ଯେ, ଏହି ସପ୍ତାହରେ ଗୁଗୁଲ୍ ଡକସ୍, ଜିମେଲ୍ ଏବଂ ସ୍ଲାଇଡ୍ ପରି ନିଜସ୍ୱ ୱାର୍କସ୍ପେସ୍ରେ କମ୍ପାନୀ ଜେନେରେଟିଭ୍ AI(ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ଉପକରଣଗୁଡ଼ିକୁ ଆରମ୍ଭ କରିବାକୁ ଯାଉଛି । ଏହି ନୂଆ ଫିଚର୍ସ ଆସିବା ପରେ ଗୁଗୁଲ୍ ବ୍ୟବହାରକାରୀ ସେମାନଙ୍କର Gmailକୁ ଡ୍ରାଫ୍ଟ, ରିପ୍ଲା କରିବାରେ, ସଂକ୍ଷିପ୍ତ(ସମାରାଇଜ୍) ଏବଂ ପ୍ରାଥମିକତା ଦେବାରେ ସମର୍ଥ ହେବେ । ସେହିପରି ଡକସ୍ରେ, ବ୍ରେନ୍ଷ୍ଟ୍ରୋମ୍, ପ୍ରୁଫ୍ରିଡ୍, ପୁନଃଲିଖନ ଆଦି କରିବାର ସୁଯୋଗ ପାଇବେ । ସେହିପରି ସ୍ଲାଇଡ୍ଗୁଡିକରେ ଅଟୋ-ଜେନେରେଟେଡ୍ ପିକ୍ଚର୍, ଅଡିଓ ଏବଂ ଭିଡିଓ ସହିତ ସୃଜନଶୀଳତା ପ୍ରଦର୍ଶନ କରିବାରେ ୟୁଜର୍ସ ସୁଯୋଗ ପାଇବେ ବୋଲି ଗୁଗୁଲ୍ କହିଛି ।