ETV Bharat / science-and-technology

ଚଷମା କଥା କହିପାରେ କି ? ମେଟା ଲଞ୍ଚ କରିବାକୁ ଯାଉଛି ନୂଆ ଟେକ୍ନୋଲୋଜି

author img

By ETV Bharat Odisha Team

Published : Dec 13, 2023, 3:59 PM IST

Meta Ray-Ban Smart Glasses: ଏଣିକି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିପାରିବ ଚଷମା । ଚଷମା କଥା କହିବା ସହିତ ବୁଝି ପାରିବ । ଅଧିକ ପଢନ୍ତୁ

Metas AI for Ray-Ban smart glasses can identify objects

ହାଇଦ୍ରାବାଦ: ଆଜିକା ସମୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ସବୁକିଛି ସମ୍ଭବ ହୋଇପାରୁଛି । କିନ୍ତୁ ଆପଣ କେବେ ଭାବିଛନ୍ତି କି ଆଖିରେ ପିନ୍ଧୁଥିବା ଚଷମା କଥା କହିବା ସମ୍ଭବ ହେବ ? କିନ୍ତୁ ଏଭଳି କାର୍ଯ୍ୟକୁ ସମ୍ଭବ କରିପାରିଛି ମେଟା । ସୂଚନା ଅନୁସାରେ, ମେଟାରେ ଓ୍ବାନ ସହିତ ମିଶି ସ୍ମାର୍ଟ ଗ୍ଲାସ ବା ଚଷମା ତିଆରି କରିଛି । ବର୍ତ୍ତମାନ ଏହି ସ୍ମାର୍ଟ ଗ୍ଲାସର ଟେଷ୍ଟିଂ ଜାରି ରହିଥିବା ବେଳେ ବର୍ତ୍ତମାନ ଟ୍ରାଏଲ ଫେଜରେ ରହିଛି । ତେବେ ଏହି ସ୍ମାର୍ଟ ଗ୍ଲାସର ଏକ ଭିଡିଓକୁ ମେଟାର ସିଇଓ ମାର୍କ ଜୁକରବର୍ଗ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ତେବେ ଏହି ଭିଡିଓକୁ ଦେଖି ଲୋକଙ୍କ ମନରେ ଉକ୍ତ ଚଷମାକୁ ନେଇ ଉତ୍ସାହ ଦେଖାଯାଉଛି ।

ଆପ ସହିତ କନେକ୍ଟ ରହିବ ଚଷମା: ମେଟାର ଏହି ରେ ଓ୍ବାନ ଗ୍ଲାସ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI)ର ସାହାଯ୍ୟରେ କାର୍ଯ୍ୟ କରୁଛି । ଏଥିରେ କ୍ୟାମେରା ଏବଂ ମାଇକ୍ରୋଫୋନ ସଂଯୁକ୍ତ ହୋଇଛି । ଯାହା ଆଖପାଖରେ ରହିଥିବା ଜିନିଷକୁ ଦେଖିପାରିବା ସହତ ସମସ୍ତ କଥା ମଧ୍ୟ ଶୁଣିବାରେ ସକ୍ଷମ ହୋଇଥାଏ । ତେବେ ସମସ୍ତ ପ୍ରକାର ବିଷୟ ଶୁଣିବା ପରେ ସଠିକ ସୂଚନା ପ୍ରଦାନ କରିଥାଏ । ଏହି ସ୍ମାର୍ଟଗ୍ଲାସ ଏକ ଆପ ସହିତ କନେକ୍ଟ ହୋଇଥାଏ ଏବଂ ଏହା ପରେ ସମସ୍ତ ତଥ୍ୟ ପ୍ରଦାନ କରିଥାଏ ।

ଏହା ମଧ୍ୟ ପଢନ୍ତୁ: Musk vs Zuckerburg: ମସ୍କଙ୍କୁ ପୁଣି ଚାଲେଞ୍ଜ କଲେ ଜୁକରବର୍ଗ, ଏମିତି ଜବାବ ଦେଲେ ଏକ୍ସ ମୁଖ୍ୟ

କିଭଳି କାମ କରିବ ଏହି ଚଷମା: ମାର୍କ ଜୁକର ବର୍ଗ ଦ୍ବାରା ସେୟାର କରାଯାଇଥିବା ଭିଡିଓରେ ଦେଖାଯାଇଛି ଯେ, ମାର୍କ ଜୁକରବର୍ଗ ଉକ୍ତ ଚଷମାକୁ ପିନ୍ଧି ପ୍ରଶ୍ନ କରିଛନ୍ତି ଯେ, ସାମ୍ନାରେ ରହିଥିବା ସାର୍ଟ ସହିତ କେଉଁ ପ୍ୟାଣ୍ଟ ଠିକ ରହିବ। ତେବେ ଏହାର ଜବାବରେ ଚଷମା ପ୍ରଥମେ ସାର୍ଟକୁ ବିଶ୍ଲେଷଣ କରିବା ପରେ ସାର୍ଟ ସହିତ କେଉଁ ପ୍ୟାଣ୍ଟ ସଠିକ ରହିବ କହିଥାଏ। ଏହା ବ୍ୟତୀତ ଚଷମାର ଆପ ମାଧ୍ୟମରେ ଅପରେଟ କରି ଅଲଗା ଅଲଗା ଜିନିଷ ଉପରେ ତଥ୍ୟ ସଂଗ୍ରହ କରିବା ସମ୍ଭବ ହୋଇପାରିବ। ଉଦାହରଣ ସ୍ବରୂପ ଆପଣ ଯେତେବେଳେ କୌଣସି ଲ୍ୟାଣ୍ଡମାର୍କ ବିଷୟରେ ସୂଚନା ପାଇବାକୁ ଚାହୁଁଥିବେ ସେତେବେଳେ କମାଣ୍ଡ ଦେଇ ମଧ୍ୟ ତଥ୍ୟ ହାସଲ କରିପାରିବେ । ଏହାସହିତ ଆପଣ ଯଦି କୌଣସି ଏକ ବିଷୟକୁ ଅନ୍ୟ ଭାଷାରେ ଦେଖୁଛନ୍ତି ତାହାଲେ ନିଜ ଭାଷାରେ ମଧ୍ୟ ଅନୁବାଦ ପାଇପାରିବେ। ଦେଖିବା ଏବଂ ଶୁଣିବା ପରେ ନିଜର ପ୍ରତିକ୍ରିୟା ଦେଇଥାଏ ଚଷମା ।

ଏନେଇ ମେଟା ପକ୍ଷରୁ ଏକ ବ୍ଲଗପୋଷ୍ଟରେ କୁହାଯାଇଛି ଯେ, ମେଟା ସ୍ମାର୍ଟ ଗ୍ଲାସ ପାଇଁ ଅର୍ଲି ଏକ୍ସେସ ପ୍ରୋଗାମ ଆରମ୍ଭ କରିବାକୁ ଯାଉଛି । ଆପଣ ଚାହିଁଲେ ମଧ୍ୟ ଏହାକୁ ମାଗଣାରେ ବ୍ୟବହାର କରିପାରିବେ । ଏହି ଚଷମାକୁ ବ୍ୟବହାର କରିବା ପାଇଁ ଆପଣ ପ୍ରଥମ ବ୍ୟକ୍ତି ହୋଇପାରିବେ । ଏଥିପାଇଁ ମେଟା ଭ୍ୟୁ ଆପକୁ ଯାଇ ସାଇଡରେ ରହିଥିବା 3ଟି ଡଟରେ କ୍ଲିକ କରିଜଏନ ଅର୍ଲି ଏକ୍ସେସରେ କ୍ଲିକ କରିପାରିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.