ETV Bharat / science-and-technology

Threads App: ଟ୍ବିଟରକୁ ଟକ୍କର ଦେବା ପାଇଁ ଲଞ୍ଚ ହେଲା ଥ୍ରେଡ୍ସ ଆପ, ଏଭଳି କରିହେବ ଡାଉନଲୋଡ - ଲଞ୍ଚ ହେଲା ଥ୍ରେଡ୍ସ ଆପ

ମେଟା ଟ୍ୱିଟରର ପ୍ରତିଯୋଗୀ ଆପ୍ ଥ୍ରେଡ୍ସ ଲଞ୍ଚ କରିଛି । ବର୍ତ୍ତମାନ ପ୍ଲେଷ୍ଟୋର୍‌ରେ ଉପଲବ୍ଧ ହେଉଛି ଥ୍ରେଡ୍ସ । ଅଧିକ ପଢନ୍ତୁ

Threads App
Threads App
author img

By

Published : Jul 7, 2023, 6:26 AM IST

ହାଇଦ୍ରାବାଦ : ଅପେକ୍ଷାର ଅନ୍ତ ଘଟିଲା । ଟ୍ବିଟରକୁ ଟକ୍କର ଦେବା ପାଇଁ ଲଞ୍ଚ ହେଲା ଥ୍ରେଡ୍ସ ଆପ । ମେଟା ସିଇଓ ମାର୍କ ଜୁକରବର୍ଗ ଥ୍ରେଡ୍ସ ଆପ୍ ଲଞ୍ଚ କରିଛନ୍ତି । ଏହି ଆପ୍ ଭାରତ ସମେତ 100ରୁ ଅଧିକ ଦେଶରେ ଲଞ୍ଚ୍‌ କରାଯାଇଛି । ଦୀର୍ଘ ସମୟ ଧରି ମେଟା ଏହି ଆପ୍‌ରେ କାମ କରୁଥିଲା ଯାହାକୁ ଶେଷରେ ଲଞ୍ଚ କରାଯାଉଛି । ଆପଣ ଉଭୟ ଆଣ୍ଡ୍ରଏଡ୍ ଏବଂ IOSରେ ଆପ୍ ଡାଉନଲୋଡ୍ କରିପାରିବେ । ମେଟା ଏକ ସ୍ୱତନ୍ତ୍ର ଆପ୍ ଭାବରେ ଥ୍ରେଡ୍ ଲଞ୍ଚ କରିଛି କିନ୍ତୁ ଉପଭୋକ୍ତାମାନେ ଇନଷ୍ଟାଗ୍ରାମ ସାହାଯ୍ୟରେ ଏଥିରେ ଲଗ୍ଇନ୍ କରିପାରିବେ ।

ମାର୍କ ଜୁକରବର୍ଗ ଫାୟାର ଇମୋଜି ସହିତ ଆପରେ ପୋଷ୍ଟ କରି କହିଛନ୍ତି, 'Lets Do This' । ଥ୍ରେଡ୍ସକୁ ଆପଣଙ୍କୁ ସ୍ବାଗତ । ଆନାଲିଷ୍ଟମାନେ ମଧ୍ୟ ଥ୍ରେଡ୍ସ ଆପ୍‌କୁ ନେଇ ଖୁସି ଜାହିର କରିଛନ୍ତି । ସେମାନେ କହିଛନ୍ତି ଯେ, ଥ୍ରେଡ୍ସ ଏହାର ବିଜ୍ଞାପନଦାତାଙ୍କୁ ଟ୍ୱିଟରରୁ ଛଡ଼ାଇ ନେଇପାରେ କାରଣ ଟ୍ୱିଟର୍‌ ଏପର୍ଯ୍ୟନ୍ତ ଏହାର ବିଜ୍ଞାପନଦାତାଙ୍କୁ ଖୁସି କରିପାରି ନାହିଁ । ଯଦିଓ କମ୍ପାନୀର ନୂତନ ସିଇଓ ଏଥିପାଇଁ କଠିନ ଚେଷ୍ଟା କରୁଛନ୍ତି । କିନ୍ତୁ କିଛି ଘଟୁନାହିଁ । ତେଣୁ ଟ୍ବିଟରକୁ ଥ୍ରେଡ୍ସ ଆପ୍‌ ଟକ୍କର ଦେଇପାରେ ବୋଲି ସେମାନେ କହିଛନ୍ତି ।

ଏଭଳି କରିପାରିବେ ଡାଉନଲୋଡ: ମେଟାର ଥ୍ରେଡ୍ସ ଆପ୍ ଡାଉନଲୋଡ୍ କରିବାକୁ...

  • ସର୍ବପ୍ରଥମେ ପ୍ଲେ' ଷ୍ଟୋର୍‌କୁ ଯାଆନ୍ତୁ ଏବଂ ଥ୍ରେଡ୍ ଆପ୍ ଡାଉନଲୋଡ୍ କରନ୍ତୁ
  • ଇନଷ୍ଟଲ୍ କରିବା ପରେ ଇନଷ୍ଟାଗ୍ରାମ ସାହାଯ୍ୟରେ ଆପକୁ ଲଗଇନ କରିପାରନ୍ତି
  • ଲଗଇନ୍ ପରେ, ଯଦି ଆପଣ ଚାହାଁନ୍ତି, ଆପଣ ଇନଷ୍ଟାଗ୍ରାମର ତଥ୍ୟକୁ ପ୍ରୋଫାଇଲ୍ ଫଟୋ, ବାୟୋ ଇତ୍ୟାଦି କପି କରିପାରିବେ। ଆପଣ ଇନଷ୍ଟାଗ୍ରାମ ଅନୁସରଣକାରୀଙ୍କୁ ବା ଫୋଲର୍ସ ମଧ୍ୟ ଅନୁସରଣ ବା ଫଲୋ କରିପାରିବେ
  • ସେଟଅପ୍ ସମାପ୍ତ ହେବା ପରେ, ଆପଣ ଟ୍ୱିଟର ପରି ଏଠାରେ ଟ୍ୱିଟ୍ ଇତ୍ୟାଦି କରିବାକୁ ସମର୍ଥ ହେବେ

ଏହା ମଧ୍ୟ ପଢନ୍ତୁ: Twitter Rival App: ଟ୍ବିଟରକୁ ଟକ୍କର ଦେବ ମେଟା ! ଲଞ୍ଚ ହେବ ଥ୍ରେଡ୍ସ ଆପ୍‌

କଣ୍ଟେଣ୍ଟ୍‌ କ୍ରିଏଟର୍ସ ଏବଂ ସେଲିବ୍ରିଟିଙ୍କ ସାହାଯ୍ୟରେ ୟୁଜର୍ ବେସ୍ ବୃଦ୍ଧି କରାଯାଉଛି: ମେଟା ଆପ୍‌ର ୟୁଜର୍ ବେସ୍ ବଢାଇବା ପାଇଁ ଆପରେ ସମସ୍ତ କଣ୍ଟେଣ୍ଟ୍‌ କ୍ରିଏଟର୍ସ ଏବଂ ସେଲିବ୍ରିଟିମାନଙ୍କୁ ଆଣିଥାଏ ଏବଂ ଦିନକୁ ଦୁଇଥର କିଛି ପୋଷ୍ଟ କରିବାକୁ ମଧ୍ୟ କହିଥାଏ । ଏହାଦ୍ବାରା ନୂଆ ୟୁଜର୍ସମାନେ ଆପ୍‌ ସହ ଯୋଡ଼ି ହୋଇପାରିବେ । ଯଦିଓ ଏହା ବର୍ତ୍ତମାନ ଟ୍ୱିଟର୍‌ ଭଳି ଭଲ ନୁହେଁ, କିନ୍ତୁ ସମୟ ସହିତ କମ୍ପାନୀ ଏଥିରେ ଅନେକ ପରିବର୍ତ୍ତନ କରିବାରୁ ଯାଉଛି, ଯାହାକି ଟ୍ବିଟର୍‌ ଭଳି କାମ କରିବ । ତେବେ ସୂଚନା ଅନୁସାରେ, ଆପ୍‌ ଲଞ୍ଚ ହେବାର ମାତ୍ର ଦୁଇ ଘଣ୍ଟା ମଧ୍ୟରେ 20 ଲକ୍ଷରୁ ଅଧିକ ଲୋକ ଏହାକୁ ସାଇନ୍‌ ଅପ୍‌ କରିଥିଲେ । ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ବ୍ୟବହାର କରି ଲଗ୍‌ଇନ୍‌ କରିହେବ । ଏହାସହ 500 ଅକ୍ଷର ପର୍ଯ୍ୟନ୍ତ ପୋଷ୍ଟ ଲେଖି ପାରିବେ । ଏଥିରେ ଲିଙ୍କ୍, 5 ମିନିଟ୍ ପର୍ଯ୍ୟନ୍ତ ଭିଡିଓ ଏବଂ ଫଟୋ ମଧ୍ୟ ପୋଷ୍ଟ୍‌ କରିପାରିହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.