ETV Bharat / science-and-technology

Meta Displayed Warnings, 200 ମିଲିୟନ ଫେସବୁକ୍ କଣ୍ଟେଣ୍ଟ ଉପରେ ଚେତାବନୀ ଦେଲା ମେଟା

author img

By

Published : Aug 27, 2022, 9:00 AM IST

ଏପ୍ରିଲ୍, ଜୁନ୍ ତ୍ରୟମାସିକ(Quarter 2) ମଧ୍ୟରେ 200 ମିଲିୟନ ଫେସବୁକ୍ କଣ୍ଟେଣ୍ଟକୁ ଚେତାବନୀ ଦେଇଛି ମେଟା(Meta Displayed Warnings) । ଅଧିକ ପଢନ୍ତୁ

Meta Displayed Warnings, 200 ମିଲିୟନ ଫେସବୁକ୍ କଣ୍ଟେଣ୍ଟ ଉପରେ ଚେତାବନୀ ଦେଲା ମେଟା
Meta Displayed Warnings, 200 ମିଲିୟନ ଫେସବୁକ୍ କଣ୍ଟେଣ୍ଟ ଉପରେ ଚେତାବନୀ ଦେଲା ମେଟା

ନୂଆଦିଲ୍ଲୀ: ଏପ୍ରିଲ୍-ଜୁନ୍ ତ୍ରୟମାସିକ(Quarter 2) ମଧ୍ୟରେ 200 ମିଲିୟନ ଫେସବୁକ୍ କଣ୍ଟେଣ୍ଟକୁ ଚେତାବନୀ ଦେଇଛି ମେଟା(Meta Displayed Warnings), ଯେଉଁଥିରେ ରି-ଶେୟାର ପୋଷ୍ଟ ମଧ୍ୟ ରହିଛି । ମେଟାର ଫ୍ୟାକ୍ଟ-ଚେକିଂ ପାର୍ଟନରଙ୍କ ଦ୍ୱାରା 130,000 ରୁ ଅଧିକ ତ୍ରୁଟି ନିବାରଣ ଆର୍ଟିକିଲ ଉପରେ ଆଧାର କରି ଏହି ୱାର୍ଣ୍ଣିଂ ଦିଆଯାଇଛି । କମ୍ପାନୀ କହିଛି ଯେ, ବର୍ତ୍ତମାନ ବିଶ୍ବରେ 90ରୁ ଅଧିକ ଫ୍ୟାକ୍ଟ-ଚେକିଂ ପାର୍ଟନର ଅଛନ୍ତି, ଯେଉଁମାନେ ଭାଇରାଲ ଭୁଲ ତଥ୍ୟର ସମୀକ୍ଷା ଏବଂ ମୂଲ୍ୟାଙ୍କନ କରୁଛନ୍ତି ।

ମେଟାର ସମ୍ପ୍ରଦାୟ ମାନକ କାର୍ଯ୍ୟକାରୀ ରିପୋର୍ଟରେ(community standards enforcement report CSER) କହିଛି ଯେ, ଗାଳିଗୁଲଜ ତଥା ନିର୍ଯାତନା ବା ହାରାସମେଣ୍ଟ ବିଷୟବସ୍ତୁ ଉପରେ ତଦନ୍ତ ଅଗ୍ରଗତି ଜାରି ରଖିଛୁ, ଯାହା ବର୍ତ୍ତମାନ ଫେସବୁକରେ ପ୍ରତି 10,000 ରେ ଆଠରୁ ନଅ ଥର ଏବଂ ଇନଷ୍ଟାଗ୍ରାମରେ 10,000 ପ୍ରତି ଚାରିରୁ ପାଞ୍ଚଥର ଦେଖାଯାଇଛି । ଫେସବୁକରେ ଘୃଣ୍ୟ ତଥ୍ୟରେ ପ୍ରତି 10,000ରେ ଦୁଇଜଣ ଭ୍ୟୁ(views) ରହୁଛନ୍ତି ।

ସୋସିଆଲ ନେଟୱାର୍କ କହିଛି ଯେ, ଆମେ ଦ୍ବିତୀୟ ତ୍ରୟୋମାସିକରେ 13.5 ନିୟୁତ ବିଷୟବସ୍ତୁ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ ଏବଂ Q1 ରେ 15.1 ନିୟୁତ ଥିଲା । କମ୍ପାନୀ କହିଛି ଯେ, ଏହାର ସ୍ବାଧୀନତା ତଦାରଖ ବୋର୍ଡ ଖୁବଶୀଘ୍ର ମାମଲା ଉପରେ ଏକ ନୂତନ ପ୍ରକାରର ବାଧ୍ୟତାମୂଳକ ବିଚାର(binding judgment) ଜାରି କରିବ । କେତେକ କଣ୍ଟେଣ୍ଟର ଏହା ହେବା ଉଚିତ୍‌ କି ନୁହେଁ ତା ଉପରେ ଏକ warning screen ରହିବ ।

ଜୁନ୍ 2021 ରୁ ଜୁନ୍ 2022 ପର୍ଯ୍ୟନ୍ତ, ମେଟା 68 ସମ୍ବାଦ ଯୋଗ୍ୟତା ଥିବା କଣ୍ଟେଣ୍ଟ ଡକ୍ୟୁମେଣ୍ଟ କରିଥିଲା, ସେଥିମଧ୍ୟରୁ 13(20 ପ୍ରତିଶତ) ରାଜନେତାଙ୍କ ଦ୍ବାରା ପୋଷ୍ଟ ପାଇଁ ଜାରି କରାଯାଇଥିଲା । 2022 ର ଦ୍ୱିତୀୟ ତ୍ରୟମାସିକରେ ପୃଥକ ରୂପେ ବହୁଳ ଭାବରେ ଦେଖାଯାଇଥିବା ବିଷୟବସ୍ତୁ ରିପୋର୍ଟରେ Separate widely viewed content report(WVCR), 500 ରୁ ଅଧିକ Inauthentic ଏବଂ Authentic ଆକାଉଣ୍ଟ, ପେଜ ଏବଂ ଗ୍ରୁପକୁ ଆମେରିକୀୟ ଦର୍ଶକଙ୍କ ପାଇଁ ମାର୍କେଟିଂ ଦ୍ୱାରା ପରିଚାଳିତ ହେଉଥିବା ମେଟା କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.