ETV Bharat / science-and-technology

କାର୍ବନ ଡାଇଅକ୍ସାଇଡ ନିଗର୍ମନ ରୋକିବାକୁ ବୈଜ୍ଞାନିକ ବତାଇଲେ ଉପାୟ

କାଠ ଘରେ(Timber Cities) ରହିବା ଦ୍ବାରା କାର୍ବନ ନିର୍ଗମନକୁ ଏଡାଇ ଦିଆଯାଇପାରେ । ଲୌହ ଏବଂ କଂକ୍ରିଟ୍ ଅପେକ୍ଷା କାଠରେ ନିର୍ମିତ ଘରେ ରହିବା ଦ୍ବାରା 2100 ମସିହା ପର୍ଯ୍ୟନ୍ତ ଗ୍ରୀନ୍ ହାଉସ୍ ଗ୍ୟାସ୍ ବା କାର୍ବନ ଡାଇଅକ୍ସାଇଡ(CO2)ର 100 ବିଲିୟନ ଟନ ଅଧିକ ନିର୍ଗମନକୁ ରୋକାଯାଇ ପାରିବ । ଅଧିକ ପଢନ୍ତୁ

କାଠ ସହରରେ ରହିଲେ 2100 ମସିହା ସୁଦ୍ଧା 100 ବିଲିୟନ ଟନ୍ CO2 ନିର୍ଗମନ ରୋକିହେବ

author img

By

Published : Sep 1, 2022, 7:46 AM IST

ବର୍ଲିନ: ଜର୍ମାନୀର ପୋଟସଡାମ ଇନଷ୍ଟିଚ୍ୟୁଟ ଫର ଜଳବାୟୁ ଇମ୍ପାକ୍ଟ ରିସର୍ଚ୍ଚ (PIK)ର ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ, କାଠ ଘର (Timber Cities) ରହିବା ଦ୍ବାରା କାର୍ବନ ନିର୍ଗମନକୁ କମାଇ ଦିଆଯାଇପାରେ । ନୂତନ ଅଧ୍ୟୟନରୁ ଜଣାପଡିଛି ଯେ, ଜନସଂଖ୍ୟା ବୃଦ୍ଧି ଅନୁପାତରେ ପାରମ୍ପାରିକ ଲୌହ ଏବଂ କଂକ୍ରିଟ୍ ଅପେକ୍ଷା କାଠରେ ନିର୍ମିତ ଘରେ ରହିବା ଦ୍ବାରା 2100 ମସିହା ପର୍ଯ୍ୟନ୍ତ ଗ୍ରୀନ୍ ହାଉସ୍ ଗ୍ୟାସ୍ ବା କାର୍ବନ ଡାଇଅକ୍ସାଇଡ(CO2)ର 100 ବିଲିୟନ ଟନ ଅଧିକ ନିର୍ଗମନକୁ ରୋକାଯାଇ ପାରିବ ।

ନିର୍ମାଣ କାଠ ଯୋଗାଣ ପାଇଁ, ପ୍ରାକୃତିକ ଜଙ୍ଗଲରୁ ଅମଳ ବ୍ୟତୀତ ନୂତନ ବୃକ୍ଷରୋପଣ ମଧ୍ୟ ଆବଶ୍ୟକ । ଖାଦ୍ୟ ଉତ୍ପାଦନ ଉପରେ ଏହାର କୌଣସି ପ୍ରଭାବ ନଥିଲେ ମଧ୍ୟ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ଯତ୍ନର ସହ ପରିଚାଳନା ନହୁଏ ତେବେ ଜୈବ ବିବିଧତା କ୍ଷତିଗ୍ରସ୍ତ ହୋଇପାରେ ।

ଏହି ଅଧ୍ୟୟନ ଜମି ବ୍ୟବହାର ଉପରେ କାଠ ସହରଗୁଡିକରେ ବ୍ୟାପକ ପ୍ରଭାବ, ଜମି ବ୍ୟବହାର ପରିବର୍ତ୍ତନ ସହ ଜଡିତ ନିର୍ଗମନ ଏବଂ ଅମଳ ହୋଇଥିବା କାଠ ଦ୍ରବ୍ୟରେ ଦୀର୍ଘକାଳୀନ carbon sequestration(କାର୍ବନ ପୃଥକୀକରଣ) ଉପରେ କରାଯାଇଥିଲା । ଏହି ଅନୁସନ୍ଧାନ ନେଚର କମୁନିକେସନ ପତ୍ରିକାରେ ପ୍ରକାଶ ପାଇଥିଲା ।

ଅଧ୍ୟୟନ ପାଇଁ ଅଗ୍ରଣୀ ଲେଖକ ତଥା ପୋଟସଡାମ ଇନଷ୍ଟିଚ୍ୟୁଟ୍ ଫର୍ ଜଳବାୟୁ ଇମ୍ପାକ୍ଟ ରିସର୍ଚ୍ଚ (Potsdam Institute for Climate Impact Research) ବୈଜ୍ଞାନିକ ଅଭିଜିତ୍ ମିଶ୍ରା କହିଛନ୍ତି, “ବର୍ତ୍ତମାନ ବିଶ୍ବ ଜନସଂଖ୍ୟାର ଅଧାରୁ ଅଧିକ ଲୋକେ ସହରରେ ବାସ କରନ୍ତି ଏବଂ 2100 ମସିହା ସୁଦ୍ଧା ଏହି ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇସାରିଥିବ । ଏହାର ଅର୍ଥ ଇସ୍ପାତ ଏବଂ କଂକ୍ରିଟ ସହିତ ଅଧିକ ଘର ନିର୍ମାଣ ହେବ, ଯେଉଁଥିରେ କାର୍ବନର ବହୁଳ ବ୍ୟବହାର ସ୍ପଷ୍ଟ ହୋଇଯାଉଛି ।

ଅଭିଜିତ୍ ଆହୁରି ମଧ୍ୟ କହିଛନ୍ତି ଯେ, "କିନ୍ତୁ ଆମର ଏକ ବିକଳ୍ପ ଅଛି । ଆମେ ନୂତନ ସହରୀ ଜନସଂଖ୍ୟାକୁ ମଧ୍ୟଭାଗ ବିଶିଷ୍ଟ ଅଟ୍ଟାଳିକାରେ ରଖିପାରିବା- ଯାହା କାଠରେ ନିର୍ମିତ 4 ରୁ 12 ମହଲା ବିଶିଷ୍ଟ ହୋଇଥିବ ।"

ଅଭିଜିତ୍ ବ୍ୟାଖ୍ୟା କରିଛନ୍ତି, “ଇଞ୍ଜିନିୟରିଂ କାଠ(man-made wood)ର ଉତ୍ପାଦନ ଇସ୍ପାତ ଏବଂ ସିମେଣ୍ଟ ଉତ୍ପାଦନ ଅପେକ୍ଷା ବହୁତ କମ୍ CO2 ମୁକ୍ତ କରିଥାଏ । ଇଞ୍ଜିନିୟରିଂ କାଠ ମଧ୍ୟ ଅଙ୍ଗାରକାମ୍ଳ ସଂରକ୍ଷଣ କରେ, କାଠ ସହରଗୁଡ଼ିକୁ ଏକ ସ୍ୱତନ୍ତ୍ର ଦୀର୍ଘକାଳୀନ କାର୍ବନ ସିଙ୍କରେ ପରିଣତ କରେ- 2100 ସୁଦ୍ଧା ଏହା 100Gt ରୁ ଅଧିକ ଅତିରିକ୍ତ CO2 ନିର୍ଗମନକୁ ସଞ୍ଚୟ କରିପାରିବ ।”

ଜୈବ ବିବିଧତା ଉପରେ କାଠ ବୃକ୍ଷରୋପଣ ସହିତ ପ୍ରାକୃତିକ ଇକୋସିଷ୍ଟମ୍ ବଦଳାଇବାର ପ୍ରଭାବ ମଧ୍ୟ ବୈଜ୍ଞାନିକମାନଙ୍କ ଦ୍ୱାରା ପରୀକ୍ଷା କରାଯାଇଥିଲା । PIK ବୈଜ୍ଞାନିକ ତଥା ଜମିର ପରିଚାଳନା ଗୋଷ୍ଠୀର ମୁଖ୍ୟ ତଥା ଅଧ୍ୟୟନର ସହ-ଲେଖକ ଆଲେକ୍ସଜାଣ୍ଡାର୍ ପପ୍ ସ୍ପଷ୍ଟ କରିଛନ୍ତି, "କାଠ ସହର ନିର୍ମାଣ ପାଇଁ କାଠ କିପରି ଏବଂ କେଉଁଠାରୁ ଉତ୍ସ ହେବ ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।"

ଅନ୍ୟାନ୍ୟ ଅନୁସନ୍ଧାନରୁ ଜଣାପଡିଛି ଯେ ଶାକାହାରୀ କିମ୍ବା ଭେଜାନ୍ ଡାଏଟ୍ ପରିବର୍ତ୍ତନ କରିବା ଭଳି ପଦକ୍ଷେପଗୁଡିକ ଜୈବ ବିବିଧତା ରକ୍ଷା କରିବା ସମୟରେ ଖାଦ୍ୟ ଏବଂ କାଠ ଉତ୍ପାଦନ ପାଇଁ ଜମି ମୁକ୍ତ କରିବାରେ ସାହାଯ୍ୟ କରିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.