ETV Bharat / science-and-technology

Twitter New CEO: ନୂଆ ଟ୍ବିଟର ସିଇଓ ଭାବେ ଦାୟିତ୍ବ ନେଲେ ଲିଣ୍ଡା - ଲିଣ୍ଡା ୟାକାରିନୋ ନୂଆ ଟ୍ବିଟର ସିଇଓ

ଆଜି ନୂଆ ଟ୍ବିଟର ସିଇଓ ଭାବେ ଦାୟିତ୍ବ ଗ୍ରହଣ କଲେ ଲିଣ୍ଡା ୟାକାରିନୋ। ଅଧିକ ପଢନ୍ତୁ

Twitter New CEO
Twitter New CEO
author img

By

Published : Jun 5, 2023, 2:19 PM IST

Updated : Jun 5, 2023, 9:28 PM IST

ହାଇଦ୍ରାବାଦ: ଲିଣ୍ଡା ୟାକାରିନୋ ହେଲେ ନୂଆ ଟ୍ବିଟର ସିଇଓ । ଆଜିଠାରୁ ଟ୍ୱିଟରର ନୂତନ ସିଇଓ ଭାବରେ ଲିଣ୍ଡା ୟାକାରିନୋ ଦାୟିତ୍ବ ଗ୍ରହଣ କରିଛନ୍ତି । ଟ୍ୱିଟର କିଣିବା ପରେ ଟେସଲା ଏବଂ ସ୍ପେସ୍ ଏକ୍ସର ମାଲିକ ଏଲନ୍ ମସ୍କ ଏହାର ସିଇଓ ଭାବରେ ଦାୟିତ୍ବ ତୁଲାଇଥିଲେ ।

ତେବେ ସେ କିଛି ମାସ ପୂର୍ବରୁ ପ୍ରକାଶ କରିଥିଲେ ଯେ, ଟେସଲା ଏବଂ ସ୍ପେସ୍ ଏକ୍ସ ଉପରେ ଅଧିକ ଧ୍ୟାନ ଦେବା ପାଇଁ ସେ ଟ୍ୱିଟର ସିଇଓ ଭାବରେ କାର୍ଯ୍ୟ କରିବେ ନାହିଁ । ଏହାପରେ ସେ ନୂଆ ସିଇଓ ବିଷୟରେ ଘୋଷଣା କରିଥିଲେ । ଗତ ମେ' 12 ତାରିଖରେ ଏନବିସି ୟୁନିଭର୍ସାଲ୍‌ର ଏକ୍‌ଜିକ୍ୟୁଟିଭ୍‌ ଲିଣ୍ଡା ୟାକାରିନୋ ଟ୍ବିଟରର ନୂଆ ସିଇଓ ହେବେ ବୋଲି ଘୋଷଣା କରିଥିଲେ । ଏହାରି ଭିତରେ ଆଜି ଲିଣ୍ଡା ୟାକାରିନୋ ବିଧିବଦ୍ଧ ଭାବେ ଟ୍ବିଟରର ସିଇଓ ଦାୟିତ୍ବ ନେଇଛନ୍ତି ।

ସୂଚନାଅନୁସାରେ, ଲିଣ୍ଡା ୟାକାରିନୋ ସୋମବାର ଅର୍ଥାତ ଆଜିଠାରୁ ଦାୟିତ୍ବ ଗ୍ରହଣ କରିଥିବା ବେଳେ ତାଙ୍କୁ ସହଯୋଗ କରିବା ପାଇଁ ସହଯୋଗୀଙ୍କ ନାମ ମଧ୍ୟ ସେ ଘୋଷଣା କରିଛନ୍ତି । ଏନବିସି ୟୁନିଭର୍ସାଲର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଜୋ ବେନାରୋକଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଥିବା ନେଇ ଲିଣ୍ଡା ଟ୍ବିଟରରେ ଉଲ୍ଲେଖ କରିଛନ୍ତି । ଏହା ପୂର୍ବରୁ ଏନବିସି ୟୁନିଭର୍ସାଲ୍‌ର ଏକ୍‌ଜିକ୍ୟୁଟିଭ୍‌ ଭାବେ କାର୍ଯ୍ୟ କରୁଥିଲେ ଲିଣ୍ଡା ୟାକାରିନୋ ।

ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଅନୁଯାୟୀ, ବେନାରୋକ ହେଉଛନ୍ତି ଲିଣ୍ଡାଙ୍କ ବିଶ୍ୱସ୍ତ ପରାମର୍ଶଦାତା। ଟ୍ୱିଟରରେ ତାଙ୍କ ସ୍ଥିତି ବିଷୟରେ ସେ କହିଛନ୍ତି, "ମୁଁ ଟ୍ୱିଟରରେ ଏକ ଭିନ୍ନ ବୃତ୍ତିଗତ ଆଡଭେଞ୍ଚରସ୍‌ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରସ୍ତୁତ ।" ତେବେ ଟ୍ବିଟର ସିଇଓ ଭାବେ ଦାୟିତ୍ବ ଗ୍ରହଣ କରିଥିବା ଲିଣ୍ଡା ଟ୍ବିଟରକୁ ନେଇ ଉତ୍ସାହିତ ରହିଥିବା ବେଳେ ଟ୍ୱିଟର 2.0 ନିର୍ମାଣ ପାଇଁ ସେ ପୁରା ଟିମ୍‌ ସହ କାମ କରିବାକୁ ଉତ୍ସାହିତ ବୋଲି କହିଛନ୍ତି । ସେ କହିଛନ୍ତି "ମୁଁ ଟ୍ୱିଟର 2.0 ନିର୍ମାଣ କରିବାକୁ ଏବଂ ଲକ୍ଷ ଲକ୍ଷ ପ୍ଲାଟଫର୍ମ ୟୁଜର୍ସ ଏବଂ ମସ୍କଙ୍କ ସହିତ କାମ କରିବାକୁ ପ୍ରସ୍ତୁତ ଅଛି । ଟ୍ବିଟରର ଏହି ଭର୍ସନ ଦ୍ବାରା ଅନେର ଲାଭ ହେବା ସହ ୟୁଜର୍ସମାନେ ମଧ୍ୟ ଉପକୃତ ହୋଇପାରବେ । ମୁଁ ଏହି ଭର୍ସନକୁ ଆଣିବା ପାଇଁ ପୁରା ପ୍ରଚେଷ୍ଟା କରିବି ।"

ତେବେ ପୂର୍ବରୁ ଲିଣ୍ଡାଙ୍କ ନାମ ଘୋଷଣା କରି ମସ୍କ କହିଥିଲେ, "ଲିଣ୍ଡା ମୁଖ୍ୟତଃ ବିଜନେସ ଅପରେସନର ଦାୟିତ୍ବ ନେବେ । ଅନ୍ୟପଟେ ପ୍ରୋଡକ୍ଟ ଡିଜାଇନ ଏବଂ ନୂଆ ଟେକ୍ନୋଲୋଜି ଉପରେ ମୁଁ ଧ୍ୟାନ ଦେବି । ମୁଁ ଟ୍ବିଟରର ନୂଆ ସିଇଓ ଲିଣ୍ଡା ୟାକାରିନୋଙ୍କ ନାମ ଘୋଷଣା କରି ଉତ୍ସାହିତ । ଏହି ପ୍ଲାଟଫର୍ମକୁ ଆହୁରି ଶୀର୍ଷରେ ପହଞ୍ଚାଇବା ପାଇଁ ଆପଣଙ୍କ ସହ କାମ କରିବା ପାଇଁ ମୁଁ ଆଗ୍ରହୀ ।"

ଏହା ମଧ୍ୟ ପଢନ୍ତୁ: Twitter Bans Millions Accounts: ନିୟମ ଖିଲାପ କରିବାରୁ 25 ଲକ୍ଷରୁ ଅଧିକ ଆକାଉଣ୍ଟ ବ୍ୟାନ

ମସ୍କ ଗତ ବର୍ଷ ଅକ୍ଟୋବର ମାସରେ 44 ବିଲିୟନ ଡଲାରରେ ଟ୍ୱିଟର କିଣିଥିଲେ । ଏହା ପରେ ସେ ସିଇଓ ପରାଗ ଅଗ୍ରୱାଲଙ୍କୁ ବାହାର କରି କମ୍ପାନୀ ପାଇଁ ଏକ ନୂତନ ସିଇଓ ଖୋଜିବାରେ ବ୍ୟସ୍ତ ଥିଲେ । ତେବେ ଲିଣ୍ଡା ୟାକାରିନୋ ୨୦୧୧ ମସିହାରୁ ଏନବିସିରେ କାର୍ଯ୍ୟରତ ଥିଲେ । ସେ ବିଜ୍ଞାପନ ଏବଂ ପାର୍ଟନରସିପ ଚେୟାରମ୍ୟାନ ଭାବେ ଦାୟିତ୍ବ ତୁଲାଉଥିଲେ । ଏହାପୂର୍ବରୁ ସେ କମ୍ପାନୀର ମନୋରଞ୍ଜନ ଏବଂ ଡିଜିଟାଲ ବିଜ୍ଞାପନ ବିଭାଗରେ କାର୍ଯ୍ୟ କରୁଥିଲେ । ଲିଣ୍ଡା ଟର୍ନରରେ 19 ବର୍ଷ କାମ କରିଛନ୍ତି। ସେଠାରେ ସେ କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ବା COO, ବିଜ୍ଞପନର ସେଲସ ମୁଖ୍ୟ ଏବଂ ମାର୍କେଟିଙ୍ଗ ଦାୟିତ୍ବ ତୁଲାଇଛନ୍ତି । ସେ ପେନ୍ ଷ୍ଟେଟ୍ ୟୁନିଭରସିଟିରେ ଲିବରାଲ୍ ଆର୍ଟ ଆଣ୍ଡ କମ୍ୟୁନିକେସନ୍ ପାଠ ପଢିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 5, 2023, 9:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.