ETV Bharat / science-and-technology

Lava Blaze NXT launched, 10 ହଜାର ତଳେ ରହିଛି ଫୋନର ଦାମ୍ - ସ୍ମାର୍ଟଫୋନ ଲଞ୍ଚ୍ ନ୍ୟୁଜ

ଘରୋଇ ସ୍ମାର୍ଟଫୋନ୍ ବ୍ରାଣ୍ଡ ଲାଭାର Blaze NXT ସ୍ମାର୍ଟଫୋନ୍ ଲଞ୍ଚ(Lava Blaze NXT smartphone with MediaTek Helio G37 launched), 10 ହଜାର ତଳେ ରହିଛି ଫୋନର ଦାମ୍ ।

Lava Blaze NXT launched, 10 ହଜାର ତଳେ ରହିଛି ଫୋନର ଦାମ୍

author img

By

Published : Nov 27, 2022, 9:10 AM IST

ନୂଆଦିଲ୍ଲୀ: ଘରୋଇ ସ୍ମାର୍ଟଫୋନ୍ ବ୍ରାଣ୍ଡ ଲାଭା ଶୁକ୍ରବାର(ନଭେମ୍ବର 25) Blaze NXT ସ୍ମାର୍ଟଫୋନ୍ ଲଞ୍ଚ କରିଛି(Lava Blaze NXT smartphone with MediaTek Helio G37 launched) । ଏଥିରେ ପ୍ରିମିୟମ୍ ଗ୍ଲାସ୍ ବ୍ୟାକ୍ ଏବଂ ଅକ୍ଟା-କୋର ମିଡିଆଟେକ୍ ହେଲିଓ ଜି 37 ଚିପସେଟ(cta-core MediaTek Helio G37) ରହିଛି । Blaze NXT ମୂଲ୍ୟ 9,299 ଟଙ୍କା ଏବଂ ଏହା କମ୍ପାନୀର ରିଟେଲର ନେଟୱାର୍କରେ ଉପଲବ୍ଧ ହେବ ।

ଡିସେମ୍ବର 2 ରୁ ଆମାଜନ ଏବଂ ଲାଭା ଅନ୍‌ଲାଇନ୍ ଷ୍ଟୋରରେ ଏହି ଦୁଇ ସ୍ମାର୍ଟଫୋନର ବିକ୍ରି ଆରମ୍ଭ ହେବ । ଏହି ନୂତନ ଡିଭାଇସ୍ ତିନୋଟି ରଙ୍ଗରେ ପ୍ରସ୍ତୁତ ହୋଇଛି, ଗ୍ଲାସ୍ ବ୍ଲୁ, ଗ୍ଲାସ୍ ରେଡ୍ ଏବଂ ଗ୍ଲାସ୍ ଗ୍ରୀନ୍ । Blaze NXT 16.55 ସେମି(6.5-ଇଞ୍ଚ) ଡିସପ୍ଲେ ସହିତ ଅକ୍ଟା-କୋର ମିଡିଆଟେକ ହେଲିଓ G37 ଚିପସେଟ 2.3GHz ରହିଛି । ଏଥିରେ 4 GB RAM ରହିଛି ।

ଲାଭା ଇଣ୍ଟରନ୍ୟାସନାଲ ଲିମିଟେଡର ପ୍ରଡକ୍ଟ ହେଡ ତେଜିନ୍ଦର ସିଂ ଏକ ବିବୃତ୍ତିରେ କହିଛନ୍ତି ଯେ, Blaze NXT ଗ୍ଲାସ୍ ବ୍ୟାକ୍ ସହ ଆସିଛି ଏବଂ ପରବର୍ତ୍ତୀ ପିଢିର ଗ୍ରାହକଙ୍କ ଚାହିଦା ପୂରଣ କରିବା ପାଇଁ ଏହା ଏକ ଉପଯୁକ୍ତ ସ୍ମାର୍ଟଫୋନ୍ । ନୂତନ ସ୍ମାର୍ଟଫୋନ୍ 13MP AI(Artificial intelligence) ଟ୍ରିପଲ୍ ରିୟର କ୍ୟାମେରା ଏବଂ ସେଲଫି ପାଇଁ 8MP ଫ୍ରଣ୍ଟ କ୍ୟାମେରା ସହିତ ସଜ୍ଜିତ ହୋଇଛି, ଯେଉଁଥିରେ ଟାଇମର୍ ସେଟିଂ, ସ୍ଲୋ ମୋସନ୍ ଭିଡିଓ ଏବଂ GIF ସୁବିଧା ରହିଛି ।

ଏହା ସହିତ, ସ୍ମୁଥେନିଂ, ସ୍ଲିମିଂ, ହ୍ବାଇଟିଂ ଏବଂ ଆଇ ଏନ୍‌ଲାର୍ଜର ଭଳି ବିୟୁଟି ମୋଡ୍ ଫିଚର୍ସ ରହିଛି । Blaze NXT 5000mAh ବ୍ୟାଟେରୀ ସମର୍ଥିତ ଏବଂ ଏକ ପ୍ରିମିୟମ୍ ଗ୍ଲାସ୍ ବ୍ୟାକ୍ ଏବଂ ବ୍ୟାକ୍‌ରେ ଫିଙ୍ଗର ପ୍ରିଣ୍ଟ ସେନ୍ସର ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.