ହାଇଦ୍ରାବାଦ: 2023 ମସିହାର ସବୁଠାରୁ ଲୋକପ୍ରିୟ ଶବ୍ଦ ମଧ୍ୟରୁ ଗୋଟିଏ ହେଇଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI । ଚାଟ୍ ଜିପିଟିଠାରୁ ଗୁଗଲ ବାର୍ଡ ଏବଂ ଜାମିନି ଏଆଇର ବ୍ୟବହାର ଅନେକ କ୍ଷେତ୍ରରେ ବୃଦ୍ଧି ପାଇଛି । ପ୍ରତ୍ୟେକ କ୍ଷେତ୍ରରେ ଏଆଇର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଗୋଟିଏ ପଟେ ଏଆଇ ଯୋଗୁଁ ଅନେକ କାର୍ଯ୍ୟ କମ୍ ସମୟ ମଧ୍ୟରେ ହୋଇପାରୁଥିବା ବେଳେ ଅନ୍ୟପଟେ ସମାନ ଅନୁପାତରେ ବିପଦ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।
ଲାଗାତାର ସାମ୍ନାକୁ ଆସୁଛି ମାମଲା: ବିଗତ କିଛି ଦିନ ହେବ ସ୍କାମ୍ ବୃଦ୍ଧି ପାଇବାରେ ଲାଗିଛି । ପ୍ରାୟ ପ୍ରତ୍ୟେକ ଦିନ ଏଆଇ ଭଏସ୍ ସ୍କାମ୍ ମାମଲା ସାମ୍ନାକୁ ଆସୁଛି । ନିକଟରେ ଲକ୍ଷ୍ନୌରୁ ଏହି ସ୍କାମ୍ ସାମ୍ନାକୁ ଆସିଥିଲା । AI ଭଏସ୍ ସ୍କାମ୍ ଜରିଆରେ ଜଣେ ବ୍ୟକ୍ତିଙ୍କଠାରୁ 45ହଜାର ଟଙ୍କାର ଠକେଇ ହୋଇଥିଲା । ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ମଧ୍ୟ ଏଆଇ ଭଏସ୍ ସ୍କାମ ଜରିଆରେ ଲକ୍ଷଲକ୍ଷ ଟଙ୍କାର ଠକେଇ ହୋଇଛି ।
ତେବେ ଆପଣ ଜାଣିଛନ୍ତି କି ଏଆଇ ଭଏସ ସ୍କାମ କଣ? ତେବେ ଏଆଇ ସ୍କାମ୍ ଜରିଆରେ ଭଏସ୍ ବା ସ୍ୱରର ନକଲ କରି ଟଙ୍କା ଠକେଇ କରାଯାଇଥିଲା । ଜଣେ ସାଇବର ଠକ ପ୍ରଥମେ ସମ୍ପର୍କୀୟର ପରିଚୟ ଦେବା ସହିତ ତାଙ୍କ ସ୍ବରରେ କଥା କହି ବିଶ୍ବାସ ଜନ୍ମାଇଥାଏ । ଏହାପରେ ଆବଶ୍ୟକ କହି ଟଙ୍କା ପଠାଇବା ପାଇଁ ନିବେଦନ କରିଥିଲା। ଟଙ୍କା ଦେବା ପରେ ଆପେଆପେ ଫୋନ କଟି ଯାଇଥାଏ। କିନ୍ତୁ ପରେ ଶୀକାର ହୋଇଥିବା ବ୍ୟକ୍ତି ଜାଣିପାରନ୍ତି ଏହା ଏଆଇ ସ୍କାମ୍ ।
ଭିଡିଓ କଲ୍ ସ୍କାମ: ହ୍ବାଟ୍ସଆପ୍ ଭଏସ୍ ସ୍କାମ୍ ପରି ଭିଡିଓ ସ୍କାମ୍ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏଥିରେ ସାଇବର ଅପରାଧୀ ଡିପ୍ଫେକ୍ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରି ଲୋକଙ୍କଠାରୁ ଟଙ୍କା ଠକେଇ କରିଥାଏ । ଅନ୍ୟ କେତେକ କ୍ଷେତ୍ରରେ ଭିଡିଓ କଲ୍ କରି ନଗ୍ନ ଫଟୋ ଦେଖାଇ ବ୍ଲାକମେଲ୍ ମଧ୍ୟ କରିଥାଆନ୍ତି । ପରେ ଟଙ୍କା ଲୁଟ୍ କରିଥାଆନ୍ତି ଠକ ।
ଏହା ମଧ୍ୟ ପଢନ୍ତୁ: ଉପଲବ୍ଧିର ବର୍ଷ 2023: ସ୍ବପ୍ନରେ ଡେଣା ଲଗାଇଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ
ଏଆଇ ସ୍କାମରୁ କିଭଳି ବର୍ତ୍ତିବେ:
- ଫୋନ୍କୁ ଅଜଣା କଲ୍ ଆସିଲେ ଉତ୍ତର ଦେବା ପୂର୍ବରୁ ସତର୍କ ରୁହନ୍ତୁ ।
- ଯଦି କେହି ପରିଚିତ ବ୍ୟକ୍ତିର ପରିଚୟ ଦେଇ କଲ କରୁଛି, ତାହାଲେ ନମ୍ବରକୁ ଭେରିଫାଇଡ କରନ୍ତୁ ।
- ତେବେ ଫ୍ରଡ କଲରେ ବ୍ୟକ୍ତିଙ୍କୁ ନିହାତି ଜରୁରୀ କହି ଟଙ୍କା ମାଗି ଥାଆନ୍ତି । ସେଠାରୁ ଦୂରେଇ ରୁହନ୍ତୁ ।
- ସନ୍ଦେହଜନକ ମେସେଜ୍ କିମ୍ବା ଇମେଲକୁ କ୍ଲିକ କରନ୍ତୁ ନାହିଁ ।
- ଅଜ୍ଞାତ ବ୍ୟକ୍ତିଙ୍କ କ୍ୟୁଆର୍ କୋଡ୍ ସ୍କାନ୍ କରନ୍ତୁ ନାହିଁ ।
- ବ୍ୟାଙ୍କ ସହିତ ଜଡିତ ଡାଟା କାହାରି ସହି ସେୟାର କରନ୍ତୁ ନାହିଁ ।
- ଯଦି କୌଣସି ମତେ ଫ୍ରଡ୍ ନେଇ ସନ୍ଦେହ ଲାଗେ, ତାହାଲେ ପୋଲିସରେ ଅଭିଯୋଗ କରନ୍ତୁ ।
- କୌଣସି କାର୍ଯ୍ୟରେ ଭୟ କରନ୍ତୁ ନାହିଁ । କାରଣ ଭୟ ହିଁ ଅପରାଧୀର ଅସ୍ତ୍ର ହୋଇଥାଏ ।