ETV Bharat / science-and-technology

Jio GPS Car Tracker: ଗାଡ଼ିରେ ଲଗାନ୍ତୁ ଜିଓର ଏହି ଡିଭାଇସ୍‌, ପଠାଇବ ପ୍ରତି କ୍ଷଣର ଲୋକେସନ

author img

By ETV Bharat Odisha Team

Published : Nov 6, 2023, 2:14 PM IST

କାର ଚଳାଇବେ ସମୟରେ ଆଉ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେବେନି ଗାଡ଼ି ଚାଳକ। ଲଞ୍ଚ ହେଲା ଜିଓମୋଟିଭ । ଅଧିକ ପଢ଼ନ୍ତୁ

Jio GPS Car Tracker
Jio GPS Car Tracker

ହାଇଦ୍ରାବାଦ: ଜିଓ ମୋଟିଭ ଡିଭାଇସ ଲଞ୍ଚ କଲା ରିଲାଏନ୍ସ ଜିଓ । ଏହା କାର୍‌ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଆସୋସୋରି ହୋଇପାରେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହା କାରର OBD ପୋର୍ଟ ସହିତ ଯୋଡ଼ି ହୋଇ ରହିବା ସହିତ ଏହା ପ୍ଲଗ୍‌ ଇନ୍‌ ପ୍ଲେ ଡିଭାଇସ ଭଳି କାର୍ଯ୍ୟ କରିବ । ଏହି ଡିଭାଇସ ବ୍ୟବହାର କରିବା ଦ୍ବାରା ମାଲିକଙ୍କୁ କାର୍‌ ଚୋରିର ଟେନ୍‌ସନ୍‌ ରହିବ ନାହିଁ । ଏହି ଡିଭାଇସ୍‌ରେ 4G ଜିପିଏସ୍ ଟ୍ରାକର୍, ରିଅଲ୍ ଟାଇମ୍ ଲୋକେସନ୍‌ ଟ୍ରାକିଂ, ଜିଓ ଏବଂ ଟାଇମ୍ ଫେନସିଂ, ଏଣ୍ଟି-ଟୋ ଏବଂ ଥେଫ୍ଟ୍‌ ଆଲର୍ଟ୍‌, ଆକ୍ସିଡେଣ୍ଟ ଡିଟେକ୍ସନ ଏବଂ ୱାଇ-ଫାଇ ହଟସ୍ପଟ୍ ଭଳି କାର୍ ମାଲିକମାନେ ଅନେକ ଫିଚର ପାଇବେ ।

କେତେ ରହିଛି ଦାମ: ଜିଓ ମୋଟିଭିର ଦାମ ଭାରତରେ 4 ହଜାର 999 ଟଙ୍କା ରହିଛି । ଏହାକୁ ଆମାଜନ କିମ୍ବା ରିଆଏନ୍ସ ଡିଜିଟାଲ ଇ- କମର୍ସ ସାଇଟକୁ କିଣି ହେବ । ତେବେ ଏହା Jio.com ଏବଂ ଅନ୍ୟ ଆଉଟଲେଟରେ ମଧ୍ୟ ଉପଲବ୍ଧ । ପ୍ରଥମ ବର୍ଷ ପାଇଁ ଜିଓ ଫ୍ରି' ସବସ୍କ୍ରିପସ ପ୍ରଦାନ କରୁଥିବା ବେଳେ ପରବର୍ତ୍ତୀ ସମୟରେ ସବସ୍କ୍ରିପ୍‌ସନ୍‌ ପାଇଁ 599 ଟଙ୍କା ପ୍ରତିବର୍ଷ ଦେବାକୁ ହେବ ।

JioMotive ଫିଚର୍‌: ଜିଓ ମୋଟିଭ ଏକ ପ୍ଲଗ ଇନ୍‌ ପ୍ଲେ-ଡିଭାଇସ ଅଟେ । ଯାହାକୁ କୌଣସି କାରରେ ମଧ୍ୟ OBD-II ପୋର୍ଟ ସହିତ ଜୋଡ଼ା ଯାଇ ପାରିବ । ଏହି ପୋର୍ଟ ସାଧାରଣତଃ କାରର ଷ୍ଟିଅରିଂ ହ୍ବିଲର ତଳେ ରହିଥାଏ । ତେବେ ଏହାକୁ କିଣିବା ପରେ କାରରେ ସଂଯୋଗ କରିବା ପାଇଁ କୌଣସି ଟେକ୍ନିସିଆନର ଆବଶ୍ୟକତା ରହିବ ନାହିଁ । କାରଣ ଏହା DIY(Do it yourself) ଡିଭାଇରସ ଅଟେ ।

ରିୟଲଟାଇମ କାର ଟ୍ରାକିଂ: JioThings ଆପ ସାହାଯ୍ୟରେ ଯକୌଣସି ସମୟରେ କାର କେଉଁ ସ୍ଥାନରେ ରହିଛି ଜଣା ପଡ଼ିପାରିବ।

ଏହା ମଧ୍ୟ ପଢନ୍ତୁ: Airtel AirFiber vs Jio AirFiber : ଜାଣନ୍ତୁ କେଉଁ ପ୍ଲାନ ଶସ୍ତା ଏବଂ କାହାର ସ୍ପିଡ ଲିମିଟ କେତେ

Geo-fencing and time fencing: ଜିଓ ଫେନ୍‌ସିଂ ଓ ଟାଇମ୍‌ ଫେନ୍‌ସିଂ: ଜିଓ ଫେନ୍‌ସିଂର ଅର୍ଥ ଏକ ଭର୍ଚ୍ଚୁଆଲ ପରିସୀମା । ଯାହାକୁ କୌଣସି ଜଣେ ୟୁଜରଙ୍କ ଦ୍ବାରା ତିଆରି କରାଯାଇ ପାରେ । ଜିଓ ଫେନ୍‌ସିଂ ମାଧ୍ୟରେ ଜଣେ ୟୁଜର କନେକ୍ଟେଡ ଡିଭାଇସ୍‌କୁ ନିର୍ଦ୍ଦିଷ୍ଟ ପରିସୀମାରେ ଅପରେଟ୍‌ କରି ପାରିବେ । ଅନୁରୂପ ଭାବରେ ଟାଇମ୍‌ ଫେନସିଂ ମଧ୍ୟ କାମ କରେ । ଏହା ଲୋକେସନ ମାର୍କ କରିବାରେ ସାହାଯ୍ୟ କରିଥାଏ । ଯାହାଦ୍ବାରା ପ୍ରତିବନ୍ଧିତ ସମୟ ସହ କୌଣସି ଡିଭାଇସର କାର୍ଯ୍ୟକାରିତାକୁ ଅନୁଧ୍ୟାନ କରିହେବ।

ଜିଓ ମୋଟିଭ ଡିଭାଇସ କେବଳ ଜିଓ ସିମ୍‌ରେ ହିଁ କାର୍ଯ୍ୟ କରିଥାଏ । ଏଥିପାଇଁ ଅନ୍ୟ କୌଣସି ସିମର ଆବଶ୍ୟକତା ରହିବ ନାହିଁ । ଗୋଟିଏ ଥର ଇନ୍‌ଷ୍ଟଲ୍‌ ହେବା ପରେ ଡ୍ରାଇଭରକୁ ଡ୍ରାଇଭିଂ ସମ୍ବନ୍ଧରେ ସମସ୍ତ ପ୍ରକାର ସୂଚନା ପ୍ରଦାନ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.